କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ମୋବାଇଲ ଫୋନ ଲୁଟ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁ ଠାରୁ ବଡ ମୋବାଇଲ ଦୋକାନ ଓମ ମୋବାଇଲ କେୟାର ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ନାମି ଦାମି ମୋବାଇଲ ଚୋରି କରି ନେଇଛି ଚୋର  । ସିସିଟିଭି କେମେରାରେ ଚୋରି କରିବାର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି  । ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଆଇଫୋନ, ସାମସଙ୍ଗ ଓ ଓପୋ ଭିଭୋ କମ୍ପାନୀର ଦାମି ମୋବାଇଲ ଚୋରି କରି ନେଇଛନ୍ତି  । ହେଲେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିଲେ ।  ଅନ୍ୟ ସବୁ ମୋବାଇଲ ଦୋକାନ ସାମନାରେ ଥିବା ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇ ଯାଇଛନ୍ତି  । ଏହି ସବୁ ପ୍ୟାକେଟ ଜବତ କରି ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସର ତଦନ୍ତ ଜାରି ରଖିଛି  ।