ନବବର୍ଷକୁ ଲୁଟେରାଙ୍କ ଆଖି: ଚୋରି,  ଛିନ୍ତାଇ ବଢ଼ୁଛି

 ତାଳଚେର: ନୂଆଁବର୍ଷ ଅଗାମନକୁ ନେଇ ତାଳଚେର ଅଂଚଳରେ ଲୁଟେରାଙ୍କ ଉତ୍ପାତ ବଢ଼ିଯାଇଛି ।  ଅଂଚଳବାସୀ ଘରୁ ପାଦ କାଢ଼ିବା ପୂର୍ବରୁ ସେମାନଙ୍କୁ ୪ଥର ଭାବିବାକୁ ପଡୁଛି  । ଗତକାଲି ବିଳମ୍ବିତ ରାତ୍ରୀରେ  ତାଳଚେର ଟାଉନ ଥାନା ଗୋଡିବନ୍ଧ ଫାଣ୍ଡି ନିକଟସ୍ଥ ଗୁରୁଜାଙ୍ଗ ଗ୍ରାମ ରହିଥିବା ସରକାରୀ ବିଦେଶୀ ମଦ ଦୋକାନରେ ମୁଖ୍ୟାପିନ୍ଧା ୩ଜଣ ଯୁବକ ବାଇକରେ ଆସି ଦୋକାନ ଭିତରକୁ ଧସେଇ ପଶିଥିଲେ  । ଦୋକାନର ସେଲସ୍ମ୍ୟାନଙ୍କୁ ହାତରେ ଧରିଥିବା ବନ୍ଧୁକ ଓ ଭୂଜାଲିରେ ଭୟଭିତ କରାଇବା ସହ କ୍ୟାସରେ ରହିଥିବା ପ୍ରାୟ ଦେଢ଼ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସହ କିଛି ଦାମୀକା ମଦନେଇ ଫେରାର୍ ହୋଇଯାଇଥିଲେ  । ସେହିପରି ତାଳଚେର ଟାଉନ ଥାନା ଠାରୁ ମାତ୍ର ୫ଶହ ମିଟର ଦୂରରେ ବଡବଜାର ସ୍ଥିତ ଡଢ଼ଲିମାର୍କେଟରେ ରହିଥିବା ଗୋଟିଏ ରାତିରେ ୪ଟି ପରିବା ଦୋକାନ ସମେତ ତେଜରାତି ଦୋକାନର ସଟର କାଟି ଲକ୍ଷାଧିକ ଟଙ୍କା ଚୋରି କରି ଦୁର୍ବୃତମାନେ ଫେରାର୍ ହୋଇଯାଇଥିଲେ  । ଦୋକାନୀମାନଙ୍କ ପକ୍ଷରୁ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବାପରେ ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ ଦ୍ୱାରା ଛାନଭିନ କରିବା ସହିତ ଜଣକୁ ଥାନାରେ ଅଟକ ରଖିଥିବା ଜଣାପଡିଛି  । ସେହିପରି ଆଜି ବାଇପାସ ଛକ ଏକ ଦୋକାନରୁ ଲୁଟେରାମାନେ ସ୍ପଷ୍ଟଦିବାଗ ଲୋକରେ ୫ହଜାର ଟଙ୍କା ନେଇ ଚମ୍ପଟ ମାରିଥିବା ଶୁଣିବାକୁ ମିଳିଛି  । ଅଭିନବ ଉପାୟରେ ଏକ ବାଇକ ଯୋଗେ ୩ଜଣ ଲୁଟେରା ଆସି ତାଳଚେର କଲେଜ ଓ ଚାଳିଆକୂଟ୍ଟା ଗ୍ରାମ ସମ୍ମୁଖ ଜାତୀୟ ରାଜପଥରେ ଧାଡି ହୋଇ ଠିଆ ହୋଇଥିବା ଟ୍ରକ ଚାଳକ ଖମାର ଥାନା କଂଟିଆପଶି ଗ୍ରାମର ସିପୁନଜିତ୍ଙ୍କୁ ଛୁରୀ ଦେଖାଇ ତାଙ୍କ ପକେଟ୍ ରଖିଥିବା ୨ହଜାର ଟଙ୍କା ନେଇ ଦୁବୃର୍ତମାନେ ଫେରାର୍ ହୋଇଯାଇଥିବା ଟ୍ରକ ଚାଳକ ସୂତ୍ରରୁ ଜଣାପଡିଛି  । ତେବେ ଶିଳ୍ପନଗରୀ ତାଳଚରେ ଅଂଚଳରେ ସହରର ଠାରୁ ଆରମ୍ଭକରି ଗ୍ରାମାଚଂଳ ପର୍ଯ୍ୟନ୍ତ ଚୋରୀ, ରାହାଯାନୀ, ଛିନତାଇ ବୃଦ୍ଧି ପାଇ ଆସୁଥିଲେ ମଧ୍ୟ କେହି ଧରାପଡୁନାହାଁନ୍ତି । ଏପରି ଘଟଣାକୁ ନେଇ ଲୋକେ ଆଶା ଆଶଙ୍କା ରହୁଛନ୍ତି ।  ଲୁଟେରା ଏବେ ଅଞ୍ଚଳରେ ସକ୍ରିୟ ରହିଛନ୍ତି । କିନ୍ତୁ ପୁଲିସ ନିଦା ବିଷ୍ଣୁ ସାଜିଥିବା ଲୋକେ ପ୍ରକାଶ କରିଛନ୍ତି । ଏଥିନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।