ଦୁର୍ଘଟଣାରୁ ବର୍ତ୍ତିଲେ ବାଇକ୍ ଆରୋହୀ
ତାଳଚେର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ । ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲର ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଓଡ଼ି ୩୩ଏ- ୮୪୦୦ ଅନ୍ୟ ଦିଗ ପଟୁ ତାଳଚେରକୁ ଆସୁଥିବା ବେଳେ ଏକ ବାଇକ୍ ସହ ପାଖାପାଖି ଲାଗି ଯାଇଥିଲା । ଫଳରେ ବାଇକ ଆରୋହୀ ନିଜର ଭାରସ୍ୟାମ ହରାଇ ତଳେ ଖସିପଡ଼ିଥିଲେ । ମୃତୁ୍ୟମୁଖରୁ ବାଇକ ଆରୋହୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ବାଇକ୍ଟି ଟ୍ରକର ପଛ ଚକାତଳେ ଚାପି ହୋଇ ଭାଙ୍ଗିରୁଜି ଯାଇଛି । ଘଟଣାସ୍ଥଳରେ ପୋଲିସ୍ ପଂହଚି ଯାଂଚ କରିବା ସହ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡ଼ିକାଲକୁ ପଠାଯାଇଥିବା ଜଣାପଡିଛି ।