ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ: ଡିଜିପିଙ୍କୁ ଏନ୍ଏଚ୍ଆର୍ସି ନୋଟିସ୍

 ଭୁବନେଶ୍ୱର  : ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି । ଯେଉଁଥିରେ ଦର୍ଶାଯାଇଥିଲା ଅଗଷ୍ଟ ୨୯ ତାରିଖେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାସକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ । ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ ସେ ଏହି ଆକ୍ରମଣ କରିଥିଲେ । ପୀଡିତ ସାମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କମିଶନ କହିଛନ୍ତି ଯେ, ଯଦି ଏହି ଖବର ସତ୍ୟ ତେବେ ଏହା ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ପ୍ରସଙ୍ଗ । ତେଣୁ କମିଶନ ଓଡ଼ିଶାର ପୁଲିସ ମହାନିଦେ୍ର୍ଦଶକଙ୍କୁ ଏକ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସଂଗ୍ରହ କରିବା ପାଇଁ ନିଦେ୍ର୍ଦଶ ଜାରି କରିଛନ୍ତି । ତଦନ୍ତର ସ୍ଥିତି ଓ ଆହତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି ।  ଅଗଷ୍ଟ ୩୦ ତାରିଖରେ ପ୍ରସାରିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣା ସାମ୍ବାଦିକ ଓ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।