ସୋନିଆ, ରାହୁଲଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ 

ପୁରୀ  : ଜାତୀୟ ସସମ୍ବାଦ ପତ୍ର ନ୍ୟାସନାଲ ହେରାଲ୍ଡ ପ୍ରକାଶନୀ ସଂସ୍ଥାରେ ହୋଇଥିବା ଦୁର୍ନୀତି ସଂପର୍କରେ କଂଗ୍ରେସ ସଭାପତି ରାହୁଲ ଳଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସଂପୃକ୍ତି ନେଇ ଇଡ଼ି ପକ୍ଷରୁ ନୋଟିସ୍ କରାଯାଇଛି । ପ୍ରକାଶନୀ ସଂସ୍ଥାର ୫୦୦୦ କୋଟି ଟଙ୍କା ହେର ଫେର୍ ମାମଲାରେ କଂଗ୍ରେସ ନେତାଙ୍କ ସଂପୃକ୍ତିକୁ ନେଇ ବିଜେପି ପକ୍ଷରୁ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି । ମଙ୍ଗଳବାର ଦିନ ଭାରତୀୟ ନେତା ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ପୁରୀ-କୋଣାର୍କ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନ୍ୟାସନାଲ ହେରାଲ୍ଡ ଦୁର୍ନୀତିରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ କରି ରହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ବିଜେପି କର୍ମୀମାନେ ନରେନ୍ଦ୍ର ମୋଦି ଜିନ୍ଦାବାଦ, ରାହୁଲ ଗାନ୍ଦୀ ମୁର୍ଦାବାଦ, ଜାତୀୟ ଚୋର ଦେଶ ଛାଡ଼ ଆଦି ଧ୍ୱନି ଦେଇ କୁଶ ପୁତ୍ତଳିକା ଦାହ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ଅବସରରେ ଯୁବମୋର୍ଚ୍ଚାର କର୍ମୀମାନେ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଇଡ଼ିକୁ ଅନୁରୋଧ କରିଥିଲେ ।