ନବ ଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ନୀଳଗିରି : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ତିନି ଠାକୁର ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତିି । ୧୪ ଦିନ ମହାପ୍ରଭୁ ଅସୁସ୍ଥ ହୋଇ ରହିବା ପରେ ଦସ ମୂଳ ମୋଦକ ଖାଇବା ପରେ ସୁସ୍ଥ ହୋଇଥିଲେ  । ଆଜି ସକାଳେ ସ୍ନାନ ପରେ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଣୀ ମନୋଜା ମଞ୍ଜରୀ ଦେବୀ ବନ୍ଦାପନା କରିବା ପରେ, ଚକ୍ଷୁ ଦାନ କରାଯାଇଥିଲା ।  ପରେ ମଙ୍ଗଳ ଆଳତି, ବନ୍ଦାପନା, ସୂର୍ଯ୍ୟ ପୂଜା, ଦ୍ୱାରପାଳ, ବହ୍ଲବ, ନେତ୍ର ଉସôବ, ସାହାଣ ମେଳା ନୀତି ସମାପନ ହୋଇଥିଲା । ସକାଳେ ନବ ଯୌବନ ବେଶରେ ତିନି ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ତିନି ଠାକୁରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା ମାଗିଥିଲେ ।