ନାବାଳିକା ଅପହରଣକାରୀଙ୍କୁ ସୁରକ୍ଷା ଦେଉଛି ପୁଲିସ : ନ୍ୟାୟ ନ ମିଳିଲେ ଆତ୍ମାହୂତି ଚେତାବନୀ
ଚାନ୍ଦବାଲି : ଦିନକୁ ଦିନ ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଭୁଶୁଡିବାରେ ଲାଗିଛି । ନ୍ୟାୟ ନ ପାଇ ଆଖିରୁ ଲୁହ ଝରାଉଛନ୍ତି ଅଭିଯୋଗକାରିଙ୍କ ପରିବାର । ନୂତନ ସରକାର ମହିଳାଙ୍କୁ ସୁଭଦ୍ରା ପରିଚୟ ପ୍ରଦାନ କରି ଥିବା ବେଳେ ସେହି ସୁଭଦ୍ରାମାନଙ୍କୁ ଅପହରଣ କରାଯାଉଛି । ହେଲେ ହେଲେ ସୁରକ୍ଷା ଦେଉନି ପୋଲିସ । ସୂଚନା ମୁତାବକ ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନରେ ଦିନକୁ ଦିନ ନାବାଳିକା ଅପହରଣ ଘଟଣା ବଢ଼ିବାରେ ଲାଗିଛି ଅଭିଯୋଗ ପରେ ବି ପୀରହାଟ ପୋଲିସ ହାତବାନ୍ଧୀ ବସିଛି । ଆଜି ପର୍ଯ୍ୟନ୍ତ ପୀରହାଟ ଥାନା ଅଞ୍ଚଳରୁ ୧୫ରୁ ଅଧିକ ନାବାଳିକା ଅପହରଣ ଘଟଣା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୀରହାଟ ପୋଲିସ ମାତ୍ର ହାତ ଗଣତି କେତେ ଜଣଙ୍କୁ ଉଦ୍ଧାର କରିଛି । ପୀରହାଟ ଥାନା କାନିସାହି ଏବଂ ହରିପୁରରୁ ୨ ନାବାଳିକା ଝିଅ ଅପହରଣକୁ ୨୫ରୁ ଅଧିକ ଦିନ ବିତି ଥିଲେ ମଧ୍ୟ ଉଦ୍ଧାର କରିବାରେ ପୁଲିସ ବିଫଳ ହୋଇଛି । ହେଲେ ଦୁଃଖ ଏବଂ ପରିତାପର ବିଷୟ ନାବାଳିକା ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ଉଦ୍ଧାର କରି ଆଣିବା ପାଇଁ ଲାଞ୍ଚ ମାଗୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ବିଷୟରେ ଗଣମାଧ୍ୟ୍ୟମ ପ୍ରଶ୍ନ କରିବାରୁ କୌଣସି ତଥ୍ୟ ଏବଂ ପତିକ୍ରିୟା ଦେବାକୁ ମନା କରୁଛନ୍ତି କାର୍ଯ୍ୟରତ ଆଇଆଇସି ରୋଜାଲିନ ବେହେରା । ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ପୋଲିସ ଉତ୍ତମ ବ୍ୟବହାର ଏବଂ ନ୍ୟାୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଉଥିବା ବେଳେ ପୀରହାଟ ପୋଲିସ କଣ ରାଜ୍ୟ ସରକାରଙ୍କ ନ୍ୟାୟ ବ୍ୟବସ୍ଥାଠୁ ଊର୍ଦ୍ଧ୍ୱରେ । ନାବାଳିକା ଅପହରଣକାରୀଙ୍କ ଅଭିଯୋଗ ଯଦି ପୀରହାଟ ପୋଲିସ ଆମକୁ ନ୍ୟାୟ ପ୍ରଦାନ ନ କରେ ପୂରା ପରିବାର ଥାନା ଆଗରେ ଆତ୍ମାହୂତି ଦେବାକୁ ଚେତେଇ ଦେଇଛନ୍ତି ।