ନାମକୁ ମାତ୍ର ଅତିଥି ଡ଼ାକରା: ପୌରାଧ୍ୟକ୍ଷାଙ୍କ ଅସଲ ମୁଖା ଖୋଲିଦେଲେ ରାମଚନ୍ଦ୍ର ଓ ସଞ୍ଚତା 

ବ୍ୟାସନଗର: ପୌରାଧ୍ୟକ୍ଷା ଏକଛତ୍ରବାଦ ଚଲାଇଛନ୍ତି । ମନମର୍ଜିରେ ବ୍ୟାସ ମହୋସôବ ଆୟୋଜନ କରିଛନ୍ତି । ପାରିଷଦଙ୍କ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି । କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଖାରିଜ୍ କରି ବ୍ୟାସ ସରୋବର ମହୋସôବ ଅତିଥି ଚୟନ କରିଛନ୍ତି । ଆମେ କୌଣସି ଦଳୀୟ ମନୋଭାବ ନରଖି ବ୍ୟାସ ସରୋବର ମହୋତ୍ସବ ପାଇଁ ଅତିଥି ଚୟନ କରିବାକୁ ପ୍ରସ୍ତାବ ରଖିଥିଲୁ । ଏକଥା ବ୍ୟାସନଗର ପୈାରପାଳିକାର ୨୬ପାରିଷଦଙ୍କ ମଧ୍ୟରୁ ବିଜେଡ଼ିକୁ ମିଶାଇ ୨୦ ପାରିଷଦ ଆରମ୍ଭରୁ କହି ଆସୁଛନ୍ତି । ପୌର ପରିଷଦ ପକ୍ଷରୁ ବ୍ୟାସ ସରୋବର ମହୋସôବ ଉଦ୍ଘାଟନୀ ଓ ଉଦ୍ୟାପନୀ ସନ୍ଧ୍ୟାର ଅତିଥି ତାଲିକା ଥିବା ନିମନ୍ତ୍ରଣ ପତ୍ରରେ ୮ରୁ ୧୮ ମଝିରେ କେହି ଅତିଥି ଥିବା ଉଲେଖ ନାହିଁ । କିନ୍ତୁ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ବିରୋଧ କରୁଥିବା ପାରିଷଦଙ୍କୁ ଶକ୍ତ ଜବାବ ଦେବାକୁ ଯେଉଁ ଗୋଟି ଚଳାଇଥିଲେ ତାହା ଫୁସୁକି ଯାଇଛି । କହିବା ବାହୁଲ୍ୟ ଉଦ୍ଘାଟନ ସନ୍ଧ୍ୟାକୁ ନିମନ୍ତ୍ରୀତ ଅତିଥି ଆସିନଥିବା ବେଳେ ବ୍ୟାସ ମହୋସôବର ୪ର୍ଥ ସନ୍ଧ୍ୟାକୁ ନିମନ୍ତ୍ରଣ କରାଯାଇଥିବା ଜଣେ ବି ଅତିଥି ପାଦ ପକାଇଲେନି । ପାରିଷଦଙ୍କ ପ୍ରସ୍ତାବକୁ ସମ୍ମାନ ଦେଇନଥିବା ପୌରାଧ୍ୟକ୍ଷା ୪ର୍ଥ ସନ୍ଧ୍ୟାର ଅତିଥି ଡାକରା ନାମକୁ ମାତ୍ର ଥିଲା ବୋଲି ସତ ଖୋଜିବାରେ ଜଣାପଡ଼ିଛିା ଏପ୍ରସଙ୍ଗରେ ପୌରାଧ୍ୟକ୍ଷା ସଙ୍ଗୀତାଙ୍କ ଅସଲମୁଖା ଖୋଲି ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖଣ୍ଟିଆ ଏବଂ କୋରେଇର ପ୍ରାକ୍ତନ ବିଧାୟିକା ତଥା ବିଜେପିର ନେତ୍ରୀ ସଞ୍ଚôତା ମହାନ୍ତି । ନିମନ୍ତ୍ରଣ ହୋଇ ବି କାହିଁକି ବ୍ୟାସ ମହୋତ୍ସବକୁ ଆସିଲେ ନି ବୋଲି ପଚାରିବାରେ ପ୍ରାକ୍ତନ ସାଂସଦ ଶ୍ରୀ ଖଣ୍ଟିଆ କହିଥିଲେ କି, ମୋର ଯିବାରେ କୌଣସି ଅସୁବିଧା ନଥିଲା । କିନ୍ତୁ ମୋତେ ବିଧିବଧ ଭାବେ ନିମନ୍ତ୍ରଣ କରାଯାଇ ନଥିଲା । ଗଲାକାଲି ରାତିରେ ଇ-ମେଲରେ ଏକ ନିମନ୍ତ୍ରଣ ପତ୍ରଟିଏ ମୁଁ ପାଇଥିଲି । ହେଲେ ନାଁ ପୌର ପରିଷଦ ପକ୍ଷରୁ ହାତାହାତି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା ନାଁ ପୈାରାଧ୍ୟକ୍ଷା ମୋ ସହ କଥା ହୋଇ ନିମନ୍ତ୍ରଣ କରିଥିଲେ ।ସମୟ ଅଭାବରୁ କେହି ନଆସି ପାରିଲେ ବି ଅଧ୍ୟକ୍ଷା କି ନିର୍ବାହୀ ଅଧିକାରୀ ତ ଫୋନରେ କହିପାରିଥାନ୍ତେ? ଯାହା ବିଗତବର୍ଷ ମାନଙ୍କରେ ଚାଲି ଆସିଥିଲା । ଶ୍ରୀ ଖୁଣ୍ଟିଆ କହିଥିଲେ କି ପୂର୍ବରୁ କଂଗ୍ରେସ ହେଉ କି ବିଜେଡି ସମୟରେ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ପାଖରେ ପହଞ୍ଚୁଥିଲେ ଏବଂ ଫୋନରେ ବି କଥା ହେଉଥିଲେ । ଏବର ସମୟରେ ତାହା ବି ନାହିଁ । ଶ୍ରୀ ଖୁଣ୍ଟିଆ ସ୍ପଷ୍ଟ କରି ଦେଇଥିଲେ ଯେ, ଅତିଥିଙ୍କୁ ଯେଭଳି ଡକରାଯାଏ ପୌରାଧ୍ୟକ୍ଷା ହୁଅନ୍ତୁ କି ନିର୍ବାହୀ ଅଧିକାରୀ ତାହା କରିନାହାନ୍ତି । ସମାନ କଥା କହିଛନ୍ତି ପ୍ରାକ୍ତନ ବିଧାୟିକା ସଞ୍ଚିତା ମହାନ୍ତି । ପ୍ରତିନିଧି ତାଙ୍କ ମତାମତ ନେବାରେ ସେ କହିଥିଲେ କି ୧୦ ତାରିଖ ସନ୍ଧ୍ୟାରେ ମୋର ମୁଣ୍ଡମାଳ ସ୍ଥିତ ଘରେ ବ୍ୟାସନଗର ପୌର କାର୍ଯ୍ୟାଳୟର ସନ୍ଧିବିଗ୍ରହ ନାମକ ଜଣେ କର୍ମଚାରୀ ଯାଇ ପହଁଚିଥିଲେ । ସେଠାରେ ରହୁଥିବା କର୍ମଚାରୀଙ୍କ ଠାରୁ ଫୋନ ନଂ ଆଣି କଲ କରିଥିଲେ । କର୍ମଚାରୀ ମହୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରିବାକୁ ଆସିଥିବା କହିବା ପରେ, ଆଣିଥିବା ନିମନ୍ତ୍ରଣ ଫେରାଇ ନେବାକୁ ମୁଁ କହିଥିଲି । ସଞ୍ଚିତାଙ୍କ କହିବା କଥା ଥିଲା କ’ଣ ଏମିତି ନିମନ୍ତ୍ରଣ କରାଯାଏ? ୧୧ ତାରିଖ ସନ୍ଧ୍ୟାକୁ ଡାକରା ୧୦ତାରିଖ ସନ୍ଧ୍ୟାରେ ନିମନ୍ତ୍ରଣ । ଏହାକୁ କ’ଣ ସମ୍ମାନ କୁହାଯାଏ । ଆମର କ’ଣ ସମ୍ମାନ ବୋଲି କିଛି ନାହିଁ, ଯିଏ ଯେତେ ବେଳେ ଡାକିବ ପଳାଇ ଆସିବି । ନାଁ ପୌରାଧ୍ୟକ୍ଷା ଫୋନ କରିଥିଲେ ନାଁ ନିର୍ବାହୀ ଅଧିକାରୀ । ଅତଏବ ଶ୍ରୀ ଖୁଣ୍ଟିଆଙ୍କ ପରି ସଞ୍ଚିତାଙ୍କୁ ମଧ୍ୟ ଡାକରା ଭେଳିକି ଏବଂ ନାମକୁ ମାତ୍ର ଥିଲା ବୋଲି ଦୁଇ ନେତା-ନେତ୍ରୀଙ୍କ କଥାରୁ ଜଣାପଡିଯାଉଛି । ତେବେ ପ୍ରଶ୍ନ ଉଠୁଛି ଅତିଥି ଡକରା ପାଇଁ ପୌରାଧ୍ୟକ୍ଷା ୯ତାରିଖରେ କରିଥିବା ଚିଠି କାହା ଉଦେ୍ଦଶ୍ୟରେ ରହିଥିଲା । ପୌରାଧ୍ୟକ୍ଷା କାହାକୁ ନିନ୍ଦିତ କରିବାକୁ ଏଭଳି ଯୋଜନା କରିଥିଲେ । ପୌରାଧ୍ୟକ୍ଷା କହିପାରନ୍ତି, ରାମଚନ୍ଦ୍ର ଏବଂ ସଞ୍ଚିତାଙ୍କ ପାଖରେ ଉପଯୁକ୍ତ ସମୟରେ ଡକରା ଚିଠି ପହଞ୍ଚô ପାରିଲିନି । କିନ୍ତୁ ୪ର୍ଥ ସନ୍ଧ୍ୟାର ଅତିଥି ଭାବେ ଅନ୍ୟଯେଉଁ ରାଜନେତା ଆସିବେ ବୋଲି ପତ୍ର ଦିଆଯାଇଥିଲା, ସେମାନେ ଆସିଲେ ନି କାହିଁକି । ନିମନ୍ତ୍ରଣ କ୍ଷେତ୍ରରେ ସର୍ବନିମ୍ନ ସୌଜନ୍ୟତା ରକ୍ଷା କରି ନଥିବା ପୌରାଧ୍ୟକ୍ଷା ସଙ୍ଗୀତା ବ୍ୟାସନଗରବାସୀଙ୍କୁ ନାଁ ପୌର ପାରିଷଦଙ୍କୁ ଭୁଅାଁ ବୁଲାଇବାକୁ ଚେଷ୍ଟା କରିଛନ୍ତି, ତାହା ଆଲୋଚନାର ବିଷୟ ହୋଇପଡ଼ିଛି ।