ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା;  ଥାନାରେ ୩ ଅଟକ 

 ବ୍ରହ୍ମବରଦା : ଶୁକ୍ରବାର ବ୍ରହ୍ମବରଦା ଥାନା  ମଙ୍ଗଳପୁର ପଞ୍ଚାୟତ ରାଏପଡ଼ା ଗ୍ରାମରେ ଜନୈକା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ବ୍ରହ୍ମବରଦା ପୁଲିସ ସ୍ୱାମୀ ଜଗବନ୍ଧୁ ମିଶ୍ର(୪୦)ସମେତ ଭଣଜା ଓ ନଣନ୍ଦକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପ୍ରକାଶ ଥାଉକି ଶୁକ୍ରବାର ମଧ୍ୟାହ୍ନରେ ଜଗବନ୍ଧୁ ଓ ବର୍ଷା(୨୪)ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ପରେ ଜଗବନ୍ଧୁ ଘରୁ ଅନ୍ୟଆଡ଼େ ଚାଲି ଯାଇଥିଲେ । ପନôୀ ବର୍ଷା ଘର ଭିତରେ ଶୋଇଥିଲେ । ସ୍ୱାମୀ ଜଗବନ୍ଧୁ କିଛି ସମୟ ପରେ ଫେରି ଆସି ଦେଖିଲେ ଯେ ଘର ଭିତର ପଟୁ କବାଟ ଦିଆଯାଇଛି । ଜଗବନ୍ଧୁ ବାହାରୁ ଯେତେ ଡାକିଲେ ବି ପନôୀ କବାଟ ନଖୋଲିବାରୁ ପଡ଼ୋଶୀଙ୍କୁ ଜଣାଇଥିଲେ । 
ପରେ ଘର କବାଟ ଭାଙ୍ଗି ଘରେ ପସିବାରୁ ବର୍ଷା ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣାକୁ ନେଇ ମୃତ ବର୍ଷାଙ୍କ ବାପଘର ଲୋକ ତାଙ୍କ ଝିଅକୁ ମାରି ଟାଙ୍ଗି ଦେଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ନେଇ ପ୍ରଥମେ ଧର୍ମଶାଳା ଥାନାରେ ଜଣାଇଥିଲେ । ପରେ ବର୍ଷାଙ୍କ ବାପା ବ୍ରହ୍ମାନନ୍ଦ ପଣ୍ଡା ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ଜ୍ୱାଇଁ ଜଗା ଓ ତା'ର ଭଉଣୀ ଭଣଜା ମିଶି ବର୍ଷାକୁ ମାରି ଦେଇଛନ୍ତି । ଉକ୍ତ ଘଟଣାରେ ବ୍ରହ୍ମବରଦା ପୁଲିସ କେସ୍ ନଂ ୨୧୨/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ମୃତ ମହିଳାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୁଲିସ ପକ୍ଷରୁ ଜଣାପଡିଛି ।