ନାରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ରଣହୁଙ୍କାର

 ଭୁବନେଶ୍ୱର  : ରାଜ୍ୟରେ ମହିଳା ଏବଂ ଅପ୍ରାପ୍ତ ବୟସ୍କା ଛାତ୍ରୀମାନଙ୍କର ସୁରକ୍ଷା ଦାବିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ମହିଳା କଂଗ୍ରେସ ନେତୃବନ୍ଦ, କର୍ମୀ ଓ ଶୁଭେଛୁଙ୍କ ସହିତ ସମସ୍ତ ଜିଲ୍ଲାପତି, ବିଧାୟକ, ସାଂସଦ, ପୂର୍ବତନ ପିସିସି ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ସମସ୍ତ ବିଭାଗ ପ୍ରକୋଷ୍ଠର ଛାମୁଆ ସଂଗଠନର ନେତୃବୃନ୍ଦମାନେ ଆଜି ଭୁବନେଶ୍ୱରର ଲୋଏର ପିଏମ୍ଜିରେ ବିାକ୍ଷାଭ ପ୍ରଦର୍ଶନ କରିଥିଲେ । ଏକ ବିଶାଳ ରାଲିରେ ରାମମନ୍ଦିର ଛକରୁ ବାହାରି ଜନପଥ ଦେଇ ବିକ୍ଷୋଭ ସ୍ଥଳରେ ପଂହଞ୍ଚିଥିଲେ  ।  ମହିଳାମାନଙ୍କ ପ୍ରତି ରାଜ୍ୟରେ ବଢିଚାଲିଥିବା ନାରୀ ନିର୍ଯ୍ୟାତନା କୁ ଦୃଢ ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ସଂମ୍ପୂଣ୍ଣ ବିଗିଡିଯାଇଥିବା ନିଜ ଅଭିଭାଷଣରେ କହିଥିଲେ । ରାଜ୍ୟରେ ପ୍ରତିଦିନ ହୁ ହୁ ହୋଇ ବଢ଼ିଚାଲିଥିବା ଧର୍ଷଣ, ଗଣଧର୍ଷଣ ଓ ବର୍ବରଚିତ କାଣ୍ଡ ବିରୋଦ୍ଧରେ ସରକାର ଚୁପ ବସିଛନ୍ତି ବୋଲି ଏଥିରେ ଯୋଗଦେଇଥିବା ବିଜୟଲକ୍ଷ୍ମୀ ସାହୁ, ସରସ୍ୱତୀ ହେମ୍ବ୍ରମ, ଶୁସିଲା ତିରିଆ, ମିନାଖ୍ ବାହିନିପତି, ବନ୍ଦିତା ପରିଡ଼ା, ସଶ୍ମିତା ବେହେରା, ଗୀତାଞ୍ଜଳି ମହାନ୍ତି ଓ ଅନ୍ୟମାନେ ନିଜ ମତ ରଖିଥିଲେ ।
ପ୍ରଦେଶ କଂଗ୍ରେସ ସାଭାପତି ଭକ୍ତଚରଣ ଦାସ କହିଥିଲେ ଯେ,ରାଜ୍ୟରେ ୪୪,୮୨୪ ମହିଳା ଓ ଅପ୍ରାପ୍ତ ବୟସ୍କା ଛାତ୍ରୀମାନେ ନିଖୋଜ ଅଛନ୍ତି  । ଏ ସରକାରଙ୍କ ଟିକେ ଚିନ୍ତା ନାହିଁ  । ରାଜ୍ୟ ଆଜି ଏକ ହିଂସା ପ୍ରବଣ ରାଜ୍ୟ  ହୋଇସାରିଛି । ମହିଳାମାନଙ୍କ ପାଇଁ ଆଜି ଏ ରାଜ୍ୟ ଆଦୌ ନିରାପଦ ନାହାଁନ୍ତି । ବୋଲି କହିଥିଲେ  । ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁଜୀ କଂଗ୍ରେସ କର୍ମୀମାନଙ୍କ ଉଦେ୍ଦଶରେ କହିଥିଲେ ଯେ, ଓଡ଼ିଶା ଆଜି ମହିଳାମାନଙ୍କ ପାଇଁ ଏକ ନିରାପଦ ନୁହେଁ । ବିଜେପିର ବେଟି ପଢ଼ାଓ ଓ ବେଟି ବଚାଓ ନାରା ଓଡ଼ିଶାରେ କେବଳ ନାରାବାଜିରେ ହିଁ ରହିଯାଇଛି ।