ନିଜକୁ ଜାଳିଦେଲେ ନାବାଳିକା 


ବରଗଡ଼: ପେଟ୍ରୋଲ ଲଗାଇ ନିଜକୁ ଜାଳିଦେଲେ ନାବାଳିକା  । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଳା ଗାଇସିଲେଟ ଥାନା ଅନ୍ତର୍ଗତ ଫିରିଙ୍ଗମାଲ ଗାଁରେ  । ନାବାଳିକା ଦେହରେ ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ ମେଡିକାଲ ନେଇଥିଲେ  । ହେଲେ ସେଠାରେ ଚିକିସôିତ ଅବସ୍ଥାରେ ତାର ମୃତୁ୍ୟ ହୋଇଥିଲା  ।
ମୃତା ନାବାଳିକା ରଶ୍ମୀ ସେଠ (୧୩) ନିଜ ଦେହରେ ପେଟ୍ରୋଲ ଜାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା  । ଘଟଣା ବିବରଣୀରୁ ପ୍ରକାଶଯେ, ପଦ୍ମପୁର ଥାନା ତେଣ୍ଡାପଦର ଗାଁର କାନ୍ତିଲାଲ ସେଠଙ୍କ ଝିଅ ରଶ୍ମୀ ନିଜ ମାମୁଁଘର ଫିରିଙ୍ଗମାଲରେ ରହି ପାଠ ପଢ଼ୁଥିଲା  । ରଶ୍ମୀ ନିଜ ମାଆ ଏବଂ ବଡ ଭାଇଙ୍କ ସହ ଦୀର୍ଘ ବର୍ଷ ହେବ ଏଠାରେ ରହୁଥିବା ବେଳେ ସେ ନିକଟସ୍ଥ ସାପଲହର ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା  । ତେବେ ଗତ କିଛି ଦିନ ହେବ ତାର ଦେହ ଅସୁସ୍ଥ ହେବାରୁ ବିଦ୍ୟାଳୟର ଶିକ୍ଷକମାନେ ତାକୁ ଫିରିଙ୍ଗମାଲ ଆଣି ମାଆ ପାଖରେ ଜିମା ଦେଇଥିଲେ  । ହେଲେ ଆଜି ସୋମବାର ସକାଳ ପ୍ରାୟ ୭ ଟା ୧୫ ଫିରିଙ୍ଗମାଲ ଗ୍ରାମରେ ଥିବା ଫୁଟବଲ ପଡିଆରେ ରଶ୍ମୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା  । ଘର ଠାରୁ ୨୦୦ ମିଟର ଦୂରରେ ଥିବା ପଡିଆରେ ନିଜ ଝିଅକୁ ଜଳୁଥିବା ଦେଖି ମା’ ପାଟି କରିଥିଲେ ଏବଂ ଆଖପାଖ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ସହ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ ମେଡିକାଲକୁ ନେଇଥିଲେ  । ହେଲେ ସେଠାରେ ଚିକିସôିତ ଅବସ୍ଥାରେ ରଶ୍ମୀର ମୃତୁ୍ୟ ଘଟିଥିଲା  । ଅପରପକ୍ଷେ ଗାଇସିଲେଟ ପୋଲିସ ପହଁଚି ଘଟଣାର ତଦନ୍ତ ଜାରି ରଖିଛି  । 
ଘଟଣାସ୍ଥଳରେ ପ୍ଲାଷ୍ଟିକ ବୋତଲ , ମାଚିସ ଏବଂ ଚପଲ ପଡିରହିଥିବା ଦେଖିବାକୁ ମିଳିଛି  । ସୂଚନାଯୋଗ୍ୟଯେ, ରଶ୍ମୀର ପିତା କାନ୍ତିଲାଲ ପାଞ୍ଚ ବର୍ଷ ହେବ ତାମିଲନାଡୁକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଛନ୍ତି  । ଯାହାକୁ ନେଇ ରଶ୍ମୀଙ୍କ ପରିବାର ମାମୁଁ ଘରେ ରହି ଆସୁଥିଲେ  । ଅପରପକ୍ଷେ ରଶ୍ମୀ କେଉଁ କାରଣ ଯୋଗୁଁ ନିଜ ଦେହରେ ପେଟ୍ରୋଲ ଢାଳିଲେ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ  । ରଶ୍ମୀଙ୍କ ମୃତୁ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ  । ବାଲେଶ୍ୱର, ବଲଙ୍ଗା , ପଟ୍ଟାମୁଣ୍ଡାଇ ପରେ ଫିରିଙ୍ଗମାଲ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପରେ ରଶ୍ମୀ ମୃତୁ୍ୟ ଘଟଣା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି  ।