ଜିଲ୍ଲାପାଳଙ୍କୁ ଅମଲା ସଂଘର ଦାବିପତ୍ର
ଦେବଗଡ଼: ଓଡିଶା ରାଜସ୍ୱ ଅମଲା ସଂଘ ଦେବଗଡ ଜିଲ୍ଲା ଶାଖା ପକ୍ଷରୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସଂଘର ଦେବଗଡ ଜିଲ୍ଲା ସଭାପତି କମଳାପତି ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅମଲା ସଂଘର ଦାବି ପୂରଣ ନ ହେଲେ ଆସନ୍ତା ମାସ ୭ ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ । ତଥାପି ସରକାର ପଦକ୍ଷେପ ନ ନେଲେ୧୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ବିଶେଷ କରି ଓଆରଏସପି ୨୦୧୭ ମସିହା ନିୟମ ଅନୁଯାୟୀ ଅମଲାମାନଙ୍କର ମୂଳ ଦରମା ଲେଭେଲ ୯କୁ ବୃଦ୍ଧି ଏବଂ ନୂତନ ପଦବୀ ସୃଷ୍ଟି କରିବା ସହିତ ପଦବୀ ପୁନର୍ଗଠନ, କନିଷ୍ଠ ରାଜସ୍ୱ ଅମଲାମାନଙ୍କୁ ୬ ବର୍ଷ ବଦଳରେ ୪ ବର୍ଷରେ ପ୍ରମୋସନ ସମେତ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।