ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ : ଜିଲ୍ଲାପାଳ


ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡ଼ା,  : ଡେରାବିଶର ଛତାଠାରେ ସରକାରୀ ପଲ୍ଲି ଟେକନିକ୍ ପରିସରରେ ଥିବା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପରିଦର୍ଶନ କରିବା ସହ ତାଲିମ୍ ନେଉଥିବା ଯୁବକଯୁବତୀମାନଙ୍କ ସହ ଆଲୋଚନା କରି କହିଛନ୍ତି ‘ଜୀବନରେ ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଠିକ୍ରେ ତାଲିମ୍ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।’ ଏହି ପରିଦର୍ଶନ ସମୟରେ ତାଲିମ୍ ନେଉଥିବା ଯୁବକଯୁବତୀଙ୍କୁ ପାଠ୍ୟ ପୁସ୍ତକ ଓ ଉପକରଣମାନ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଏହି ଦକ୍ଷତା ବିକାଶ କେନ୍ଦ୍ରରୁ ୩ଟି ବ୍ୟାଚ୍ରେ ମୋଟ୍ ୫୪ଜଣ ଛାତ୍ରଛାତ୍ରୀ ତାଲିମ୍ପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ଜଣ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ସରକାରୀ ପଲିଟେକନିକ୍ର ଅଧ୍ୟକ୍ଷ ଗୁଣନିଧି ପ୍ରଧାନ, କେନ୍ଦ୍ରାପଡ଼ା ଡିଭିଜନ୍-୨ ଅଧୀକ୍ଷଣ ଯନ୍ତ୍ରୀ (ପୂର୍ତ୍ତ ବିଭାଗ) ଶ୍ରୀ ପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରେ  ପାଠାଗାର,  ପରାମର୍ଶ କକ୍ଷ ଏବଂ  ବାଳିକା ଛାତ୍ରୀ ନିବାସର କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ପତିଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ ।