ବିଭିନ୍ନ ବିଭାଗରେ ପ୍ରତିନିଧି ମନୋନୀତ କଲେ ବିଧାୟକ ମାନସ ଦତ୍ତ


ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ବିଭାଗରେ ପ୍ରତିନିଧି ମନୋନୀତ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରପାଳିକାରେ ବିଧାୟକଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି ଆଜିମାବାଦ ଅଞ୍ଚଳର ପୂର୍ବତନ କାଉନସିଲର ଉପେନ୍ଦ୍ର ଶତପଥୀ । ବିଧାୟକଙ୍କ ଅନୁପସ୍ଥିତିରେ ସେ ପୌର ପରିଷଦର ବୈଠକରେ ଉପସ୍ଥିତ ରହିବା ସହ ସମସ୍ତ ପ୍ରକାର କାର୍ଯ୍ୟରେ ପୌରପାଳିକାକୁ ସହଯୋଗ କରିବେ । ସେହିପରି କୁରାଡିହା ପଞ୍ଚାୟତର ହରେନ୍ଦ୍ର ପ୍ରଧାନ ବାଲେଶ୍ୱର ସଦର ବ୍ଲକରେ ବିଧାୟକଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ସଦର ବ୍ଲକ କାର୍ଯ୍ୟାଳୟ ଦ୍ୱାରା ସମ୍ପାଦିତ ସମସ୍ତ ପ୍ରକାର ବିକାଶମୂଳକ ତଥା ଲୋକଭିମୁଖୀ ଯୋଜନା କାର୍ଯ୍ୟକାରିତାରେ ସେ ଦାୟିତ୍ୱ ନିର୍ବାହ କରିବେ । ଏହା ସହିତ ବିଧାୟକଙ୍କ ଅନୁପସ୍ଥିତିରେ ସଦର ପଞ୍ଚାୟତ ସମିତିର ସମସ୍ତ ବୈଠକରେ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଧାୟକଙ୍କ ପ୍ରତିନିଧି ଭାବେ ବାଲେଶ୍ୱର ସହରର ମାଣିଖମ୍ବ ନିବାସୀ ଧିରଜ କୁମାର ମହାନ୍ତି ମନୋନୀତ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ରର ବିକାଶ ଏବଂ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଥବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହୁତ ବୈଠକରେ ଶ୍ରୀ ମହାନ୍ତି ବିଧାୟକଙ୍କ ପ୍ରତିନିଧିତ୍ୱ କରିବେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସା ସେବା ପାଇବାକୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଶ୍ରୀ ମହାନ୍ତି ସ୍ୱାସ୍ଥ୍ୟସେବାର ସୁପରିଚାଳନା ସମ୍ପର୍କରେ ଅନୁଧ୍ୟାନ ସହ ରୋଗୀସେବାକୁ ତ୍ୱରାନ୍ୱିତ କରିବେ । ଏଥିକ୍ରମରେ ଶ୍ରୀ ମହାନ୍ତିଙ୍କୁ ସହଯୋଗ ପାଇଁ ନଲମଗଞ୍ଜର ସୁଜିତ କୁମାର ବିଶ୍ୱାଳ ଓ ପଢୁଆଁପଦାର ହରିଶ କୁମାର ଜେନାଙ୍କୁ ସ୍ୱେଚ୍ଛାସେବୀ ଭାବେ ମନୋନୀତ କରାଯାଇଥିବା ବିଧାୟକ ଶ୍ରୀ ଦତ୍ତ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀଙ୍କୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି ।