ଅନ୍ଧାରରେ ମେଡ଼ିକାଲ; ୬ ଗର୍ଭବତୀ ଭର୍ତ୍ତି

ବାତ୍ୟାରେ ଯେଭଳି ମେଡ଼ିକାଲ ସେବାରେ କୌଣସି ସମସ୍ୟା ନଉପୁଜେ, ସେଥିପାଇଁ ରାଜ୍ୟ ସରକାର କଡ଼ା ନିଦେ୍ର୍ଦଶ କରିଛନ୍ତି । ଏପରିକି ମେଡ଼ିକାଲ ଅନ୍ଧାରକୁ କୌଣସି ମତେ ବରଦାସ୍ତ କରାଯିବନି ବୋଲି ସରକାର ଚରମବାଣି ଶୁଣାଇଛନ୍ତି । ବାତ୍ୟା ପରିପ୍ରେକ୍ଷୀରେ ସରକାର ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ ନିଦେ୍ର୍ଦଶ ଦେଇଥିଲେ ହେଁ ଯାଜପୁର ରୋଡ଼ ମେଡ଼ିକାଲ କର୍ତ୍ତୃପକ୍ଷ କିନ୍ତୁ ବେଫିକର ଥିବା ପରି ଲାଗୁଛି । ଏହି ପ୍ରତିନିଧି ମେଡ଼ିକାଲକୁ କେତେ ଜଣ ଗର୍ଭବତୀଙ୍କୁ ଆଣି ରଖାଯାଇଛି ବୋଲି ଖବର ସଂଗ୍ରହ କରିବାକୁ ଯିବା ବେଳେ ସଂପୂର୍ଣ୍ଣ ମେଡ଼ିକାଲ ଅନ୍ଧାର ଭିତରେ ରହିଥିଲା । କାରଣ ଖୋଜିବାରେ ବିଦୁ୍ୟତ ସେବା ବ୍ୟାହତ ହୋଇଥିବାରୁ ଅନ୍ଧାର ହୋଇଛି ବୋଲି ଜଣାପଡ଼ିଥିଲା । ଆଉ ମେଡ଼ିକାଲକୁ ଗ୍ରାମାଞ୍ଚଳରୁ ୬ଜଣ ଗର୍ଭବତୀଙ୍କୁ ଆଣି ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା । ୧୦ମିନିଟରୁ ଊଦ୍ଧ୍ୱର୍ ସମୟ ଧରି ମେଡ଼ିକାଲରେ ରହିବା ପରେ ବି କର୍ତ୍ତୃପକ୍ଷ ଡ଼ିଜି ଚଲାଇବାକୁ ମନ ବଳାଇନଥିଲେ । ଜରୁରୀ ସେବା ଯୋଗାଇ ଦେଉଥିବା ମେଡ଼ିକାଲରେ ଏକାଧିକ ରୋଗୀ, ଗର୍ଭବତୀ ରହିଥିବା ବେଳେ ବିଦୁ୍ୟତ କାଟ୍ ହୋଇଥିବା ବେଳେ ଡ଼ିଜି ଚଲାଇବାକୁ କର୍ତ୍ତୃପକ୍ଷ ଉଚିତ ମଣିନଥିଲେ । ଯେଉଁ ସମୟରେ ରୋଗୀଙ୍କ ସଂପର୍କିୟ ମୋବାଇଲ ଟର୍ଚମାରି ଏପାଖ ସେପାଖ ହୋଇଥିଲେ । ଏନେଇ ମେଡ଼ିକାଲ ଅଧିକାରୀଙ୍କୁ ପଚାରିବାରେ ହାଲକା ଭାବେ ଏବେ ଲାଇନ କଟିଲା, ଆସିଯିବ ବୋଲି କହି ଡିଜି ଚଲାଇବାକୁ ନିଦେ୍ର୍ଦଶ ଦେଇଥିଲେ ।