ନିଯୁକ୍ତି ହେବେ ୪୨୧୯ କନଷ୍ଟେବଳ

ନିଯୁକ୍ତି ହେବେ ୪୨୧୯ କନଷ୍ଟେବଳ

ଭୁବନେଶ୍ୱର : ଖୁବଶୀଘ୍ର ୪୨୧୯ କନଷ୍ଟେବଳ ନିଯୁକ୍ତି ପାଇବେ । ଏନେଇ ଓଡ଼ିଶା ପୁଲିସ୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ା ଯାଇଥିଲା । ଆଜି ସରକାର ଅନୁମତି ପ୍ରଦାନ କରି ବିଧିବଦ୍ଧ ଭାବେ ପତ୍ର ଲେଖିଛନ୍ତି । ପୁଲିସ୍‌ ଡିଜି ଓ ଆଇଜିଙ୍କୁ ପତ୍ର ମାଧ୍ୟମରେ ଉପସଚିବ ତରୁଣ କୁମାର ପଣ୍ଡା ଜଣାଇଛନ୍ତିଯେ, ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ୪୨୧୯ କନଷ୍ଟେବଳ ପଦବୀ ପୂରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସରକାର ଏନେଇ ବିଚାରବିମର୍ଷ କରିବା ପରେ ଅନୁମତି ପ୍ରଦାନ କରିଛନ୍ତି । ସରକାର ନିଯୁକ୍ତି ପ୍ରକ୍ରିୟା ନେଇ ଜାରି କରିଥିବା ଏସଓପି ଆଧାରରେ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।