ଏକ ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନୀ ସଭା


ଯାଜପୁର ଟାଉନ : ଯାଜପୁରସହରସ୍ଥିତ ଜଗନ୍ନାଥମନ୍ଦିର ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ୧ନଂ ୱାର୍ଡରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଆଇନ୍ଜୀବୀ ସମରଜିତ ମହାନ୍ତି ସଂଯୋଜନାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ  ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୟନ ହୋଇଥିବା ପ୍ରାର୍ଥିନୀ ସୁଜାତା ସାହୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବା ସଙ୍ଗେ ସଙ୍ଗେ ଯାଜପୁର ଲୋକସଭା ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଯାଜପୁର ନଗର ଯୁବ ବିଜେଡି ସଭାପତି ମନୋଜ ସାହୁ ଯୋଗଦେଇ ଯୁବକମାନେ ଓ ମା’ମାନେ ସଂଗଠିତ ହୋଇ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଅନୁରୋଧ କରିଥିଲେ । ଯାଜପୁର ନିର୍ବାଚନ ମଣ୍ଡଳିର ସଭାପତି ତୁଷାରକାନ୍ତ ବେହେରା ଯାଜପୁର ଜିଲାକୁ ମୁଖ୍ୟମନ୍ତ୍ରୀ କିଭଳି ୧ନଂ ସ୍ଥାନରେ ରଖିଛନ୍ତି ତାହା ବର୍ଣ୍ଣନା କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ରକ୍ଷା କରିବା ପାଇଁ ବହୁ ଭୋଟ୍ରେ ବିଜେଡି ପ୍ରାର୍ଥିନୀ ମାନଙ୍କୁ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ସଭାରେ ଆଇନଜୀବୀ ତଥା ରାଜ୍ୟ ବାର ଆସୋସିଏସନ୍ର ଉପାଧ୍ୟକ୍ଷ ରାଜୀବ ମହାନ୍ତି ଯୋଗଦେଇ ବିଜେଡି ଦଳର ଗାଥା ଏବଂ କଥାକୁ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଯାଜପୁର ପୌରଧ୍ୟକ୍ଷା ରଂଜୁଲତା ହୋତା ବିରଜାଙ୍କ କୃପାରୁ ଉଭୟ ମହିଳା ପ୍ରାର୍ଥିନୀ ଲୋକସଭା ଏବଂ ବିଧାନସଭାରେ ବହୁ ଭୋଟ୍ରେ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।
 ଯାଜପୁର ବିଧାନସଭା ପ୍ରାର୍ଥିନୀ ସୁଜାତା ସାହୁ ତାଙ୍କ ବକ୍ତବ୍ୟରେ ମୁଁ କେବଳ ସେବକ ହିସାବରେ ଆପଣମାନଙ୍କ ପାଖରେ ରହିଥିବା ବେଳେ ଆପଣମାନେ ଏହି ଯାଜପୁରର ବିକାଶ ଧାରାକୁ ଆଗେଇ ନେଇଥିବା ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ମାନକୁ ରକ୍ଷା କରିବେ ବୋଲି ମୁଁ ଦୃଢ଼ ନିଶ୍ଚିନ୍ତ । ସଭାରେ ଯାଜପୁର ପୌରାପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଆଇନଜୀବୀ ରୁଦ୍ରନାରାୟଣ ମହାନ୍ତି ଯୋଗଦେଇ  ଶଙ୍ଖ ଚିହ୍ନରେ ଭୋଟ୍ ଦେବାପାଇଁ ନିବେଦନ କରିଥିଲେ । ୱାର୍ଡ କାଉନସିଲର ଧନ୍ୟବାଦ ଅର୍ପଣ କରିଥିଲେ ।