ଜିଲ୍ଲା ପରିବେଶ ସମିତିର ବିଶ୍ୱ ଜଳ ପାଳନ

ଯାଜପୁର: ଶନିବାର ଧର୍ମଶାଳା ବ୍ଲକ ଅରେଇକଣା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲା ପରେିବଶ ସମିତି ଆନୁକୂଲ୍ୟେର ବ୍ଲକ ସ୍ତରୀୟ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଏଥିସହ ଏକ ଆଲୋଚନା ଚକ୍ର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ରଙ୍କ ଅଧକ୍ଷତୋର ଅନୁଷ୍ଠିତ ହୋଇଯାଇଅଛି । ଜିଲାର ଉଦ୍ୟାନ ବିଭାଗର ଅଧିନିରୀକ୍ଷକ ହରେମାହନ ମହାପାତ୍ର ଉତ୍ସବକୁ ଉଦଘାଟନ କରି,ପରେିବଶ ସଫା ସୁତୁରା ରଖିବା, ଅଧିକ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା, ଜଳ ସଂରକ୍ଷଣ ଓ ପ୍ରଦୂଷଣ ମୁକ୍ତ ରଖିବା ଦ୍ୱାରା ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷିତ ରହିପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଅତିଥି ବିଷ୍ଣୁ ଚରଣ ସାହୁ, ସଞ୍ଜୟ କୁମାର ରାଉତ, ବିଦ୍ୟାଳୟର ଏସଏମସି ସଭାପତି ଦଷ୍ମନ୍ତ କୁମାର ରାୟ ପ୍ରଦୂଷଣ ନିୟନ୍ତ୍ରଣ କରି କିପରି ମେରୁ ଅଞ୍ଚଳର ବରଫ ପାହାଡ଼ ସଂରକ୍ଷଣ କରିବା ସହିତ ବିଶ୍ୱ ତାପ ମାନ ନିୟନ୍ତ୍ରଣ, ସମୁଦ୍ରର ଜଳପତନ ବୃଦ୍ଧି ନିୟନ୍ତ୍ରଣ ଓ ଜୀବଜଗତର ସୁରକ୍ଷା କରାଯାଇ ପାରିବ ତାହା ବଣ୍ଣର୍ନା କରିଥିଲେ । ବିଜ୍ଞାନ ଶିକ୍ଷକ ଗେଣଶ୍ୱର ବେହେରା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଡଃ ଶରତ କୁମାର ସାହୁ ବିଶ୍ୱ ଜଳ ଦିବସ ପାଳନର ଉଦେଶ୍ୟ,ଆବଶ୍ୟକତା, ଉପାଦେୟତା ସମ୍ବନ୍ଧରେ ଓ ଆଲୋଚନା ଚକ୍ରର ବିଷୟ ବସ୍ତୁ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଜଳ ସମ୍ପଦର ସଂରକ୍ଷଣ ଓ ଏହାକୁ ପ୍ରଦୂଷଣ ମୁକ୍ତ ରଖିବା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ଲକର ବିଭିନ୍ନ ଇକୋ କ୍ଲବ ସ୍କୁଲରୁ ଆସିଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତକ,ର୍ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଦେବ ରଞ୍ଜନ ରାଉତ ଧନ୍ୟବାଦ ଅପର୍ଣ କରିଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ କମର୍ଚାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଜଳ ଦିବସ ପାଳନ ଓ ଅୋଲାଚନା ଚକ୍େରର ସହେଯାଗ କରିଥିଲେ ।