ଜୟଦେବଙ୍କୁ ହତ୍ୟା ଧମକ, ଯୁବକଙ୍କୁ ବାନ୍ଧିଲା ପୁଲିସ

 ଆନନ୍ଦପୁର : ଫେବୃଆରୀ ମାସ ୩ ତାରିଖରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ପ୍ରଦେଶ କମିଟି ସଭାପତି ଜୟଦେବ ଜେନାଙ୍କୁ ଜୀବନରୁ ମାରିଦେବାକୁ ଫୋନ ଯୋଗେ ଧମକ ଦେଇଥିବା ଯୁବକଙ୍କୁ ଶେଷରେ କ୍ୟାପିଟାଲ ଥାନା ପୁଲିସ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ନନ୍ଦିପଦା ଅଞ୍ଚଳରୁ ଉଠାଇ ଆଣିଛି । ଯୁବକ ଜଣକ ନନ୍ଦିପଦା ଥାନା ଜମ୍ଭରାର କୁଳମଣୀ ସେନାପତି । କୌଣସି ଏକ ଚ୍ୟାନେଲରେ ଶ୍ରୀ ଜେନା ଦେଇଥିବା ଏକ ବୟାନକୁ ବିରୋଧ କରି ସୋମନାଥ ଶ୍ରୀ ଜେନାଙ୍କୁ ଫୋନ୍ କରି ଏହି ବୟାନକୁ ବିରୋଧ କରି ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଧମକ ଦେଇଥିଲା । ସେହିପରି ସେହିଦିନ ସନ୍ଧ୍ୟାରେ ପୁନର୍ବାର ଫୋନ୍ କରି ହତ୍ୟା ଧମକ ଦେବା ସହିତ ୫୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଶ୍ରୀ ଜେନା କ୍ୟାପଟାଲ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଗଣ ମାଧ୍ୟମରେ ବିବୃତି ରଖିଥିଲେ । ପୁଲିସ ସୋମନାଥକୁ ଘସିପୁରା ଥାନା ସହାୟତାରେ ଜମ୍ବିରାରୁ ଗିରଫ କରଛି । ତାଙ୍କ ବିରୁଦ୍ଧରେ ନନ୍ଦିପଦା ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି ।