ନିର୍ମାଣ ପରେ କାର୍ଯ୍ୟରେ ଲାଗୁନି : ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ
ନରସିଂହପୁର : ନରସିଂହପୁର ବ୍ଲକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୭ ଟି ରାଜସ୍ୱ ନିରୀକ୍ଷକ ଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟରେ ନଲାଗି ଖତ ଖାଉଛି । ନରସିଂହପୁର ତହସିଲ ଅଧୀନରେ ନିଜିଗଡ, ଅଲରା, ନୁଖାପଡା, କୋକୋଳବା, କାନପୁର, କମଳାଡିହ,ଏକଡାଳ ରେ ନୂତନ ଭାବେ ୭ ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । ୩୫ ରୁ ୩୬ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଗୋଟିଏ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । କିନ୍ତୁ ନିର୍ମାଣ ସରିବାର ପ୍ରାୟ ୭ ମାସ ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହୋଇ ଖତ ଖାଉଛି । କେଉଁଠି ନୂତନ ଗୃହରେ ଲତା ମାଡିଗଲାଣି ତ ଆଉ କେଉଁଠି ପିନ୍ଧା ଲୁଗା ସୁଖା ହେଉଛି । ଆଉ କେଉଁଠି ଗାଈ ଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି ।ଏନେଇ ବିଡିଓ ପ୍ରଳୟା ନନ୍ଦ ଶତପଥୀଙ୍କୁ ପଚାରିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ଚିଠି ଲେଖା ହୋଇଛି ବୋଲି କହିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ସରିଥିବା ନୂତନ କାର୍ଯ୍ୟାଳୟକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଦାବି ହେଉଛି ।