ଶିକ୍ଷକ ଘନଶ୍ୟାମ କରଙ୍କ ଦେହାନ୍ତ

 ନିମାପଡ଼ା : ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଘନଶ୍ୟାମ କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଶଯ୍ୟାଶାୟୀ ଥିଲେ । ସ୍ଥାନୀୟ ଅଞ୍ଚଳରେ କର ପଣ୍ଡିତେ ନାମରେ ସେ ବହୁତ ଲୋକପ୍ରିୟ ଥିଲେ । ଗୋପ ସରକାରୀ ହାଇସ୍କୁଲ, ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ହାଇସ୍କୁଲ, ନିମାପଡ଼ା ସରକାରୀ ହାଇସ୍କୁଲ ଏବଂ ଶେଷରେ ନିମାପଡ଼ାର ଜବରା ବାଳିକା ହାଇସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ମୃତୁ୍ୟଶଯ୍ୟା ନିକଟରେ ସମସ୍ତ କନ୍ୟା, ଜାମାତା, ନାତି, ନାତୁଣି ଓ  ବୋହୁ ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କର ପଣ୍ଡିତଙ୍କ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ଶବ ସଂସ୍କାର କରାଯାଇଥିଲା । ପୁତ୍ର ସୀମା ସୁରକ୍ଷା ବାହିନୀର ଅବସରପ୍ରାପ୍ତ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର କର ମୁଖାଗ୍ନି ଦେଇଥିଲେ ।