କଂଗ୍ରେସରେ ରହି ବିଜେପି ପାଇଁ ପ୍ରଚାର  : ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବହୁଦିନ ପୂର୍ବେ ବିଧାୟକ ପଦ ପାଇଁ କଂଗ୍ରେସର ଟିକେଟ ପାଇ ଥିବା ଜଣେ ନେତା କଂଗ୍ରେସରେ ରହି ଏବେ ବିଜେପି ନେତାଙ୍କ ସହିତ ମିଶି କୁଆଡେ ବିଜେପି ପାଇଁ କାମ କରୁଥିବା ବେଳେ, କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏହି ନେତାଙ୍କ ସୋସିଆଲ ମିଡିଆ ଏକାଉଣ୍ଟ ଫେସବୁକ୍ରେ ବିଜେପି ନେତାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଚାର ପ୍ରସାର କରୁଥିବା ବେଳେ, କଂଗ୍ରେସ କାର୍ଯ୍ୟକ୍ରମକୁ ଅସହଯୋଗ କରୁଥିବା ବେଳେ, ନେତୃତ୍ୱ ନେଇ କଂଗ୍ରେସ କାର୍ଯ୍ୟକ୍ରମ କରୁଥିବା ଅନ୍ୟ କଂଗ୍ରେସ ନେତାଙ୍କୁ ଅସାମାଜିକ ଲୋକ ଲଗାଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ଗୁରୁତର ଅଭିଯୋଗ ହୋଇଛି । ବାଲେଶ୍ୱର ଏଫେମ କଲେଜ ଛାତ୍ରୀ ସୋମ୍ୟଶ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଓଡିଶା ବନ୍ଦ କାର୍ଯ୍ୟକ୍ରମକୁ ସଫଳ ପାଇଁ ସହଯୋଗ କରିଥିବା କଂଗ୍ରେସ କର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଭୋଜିକୁ ଲୋକ ଲଗାଇ ଗଣ୍ଡଗୋଳ ସୃଷ୍ଟି କରି କଂଗ୍ରେସ କର୍ମୀଙ୍କୁ ଭଲରେ ଗଣ୍ଡେ ଖାଦ୍ୟ ଖୁଆଇ ଦେଇ ନ ଥିବା ବେଳେ, ମନ୍ଦିରରେ ହେଉଥିବା କର୍ମୀ ସମିଳନୀରେ ଏ ପାଲଲହଡା ଏରିଆ ତାଙ୍କ ଅନୁମତିରେ ଏ ଅଂଚଳକୁ କେହି ଆସି ପାରିବେ ନାହିଁ ଯିଏ ଆସିବ ତା ଗୋଡ ହାତ ଭାଙ୍ଗି ଦେବି ବୋଲି କିଛି ଅସାମାଜିକ ଲୋକ ଲଗାଇ ଏଭଳି ପାଟି ତୁଣ୍ଡ କରୁଥିବା ବେଳେ ଏହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛ । ତେବେ ଟିକେଟ ପାଇ ନିର୍ବାଚନ ପୂର୍ବରୁ ଫୋନ ବନ୍ଦ କରି ପଳାଇ ଜାଇଥିବା ଏହି ନେତା ଜଣକ କାହିଁକି ଅନଗୁଳ ଜିଲ୍ଲାରେ ହୋଇଥିବା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କାର୍ଯ୍ୟକ୍ରମକୁ କର୍ମୀକୁ ନେଇ ଯାଇ ନ ଥିବା ସହିତ ଭୁବନେଶ୍ୱରରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ କାହିଁକି କର୍ମୀ ମାନକୁ ସାଥିରେ ନେଇ ଯାଇ ପାରି ନଥିବା ବେଳେ, ଟିକେଟ ପାଇ ନିର୍ବାଚନ ପରେ କାହିଁକି ସଂଗଠନ କରୁ ନଥିଲେ ତାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କର୍ମୀ ମାନେ ଦାବି କରିଛନ୍ତି । ଅନ୍ୟପକ୍ଷେ ବିଧାନ ସଭା ଘେରାଉ ବେଳେ, କେତେ କର୍ମୀ ନେଇ ଥିଲେ କେତେ ଥର କଂଗ୍ରେସର କର୍ମୀ ସମିଳନୀ କରିଥିଲେ, ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ କେତେ କର୍ମୀ ଭୁବନେଶ୍ୱରରୁ ପୁରୀ ପଦଯାତ୍ରାକୁ ନେଇଥିଲେ ତାର ତଦନ୍ତ ଆବଶ୍ୟକ ବୋଲି କଂଗ୍ରେସ କର୍ମୀ ଗଣମାଧ୍ୟମରେ ପିସିସି ସଭାପତି ଭକ୍ତ ଦାସ, ପ୍ରଭାରୀ ଅଜୟ ଲାଲୁ, ଲୋକସଭାର ବିରୋଧୀଦଳ ନେତା ରାଜ କୁମାର ରାହୁଲ ଗାନ୍ଧୀଙ୍କୁ ନିବେଦନ କରିଛନ୍ତି । ତେବେ ରାହୁଲ ଗାନ୍ଧୀ ଏଭଳି ଦୁଇ ମୁହାଁ ନେତାଙ୍କୁ ତୁରନ୍ତ ପ୍ୟାରସେ ପରିକରିବା ପାଇଁ କହିଥିବା ବେଳେ ପି ସି ସି ସଭାପତି ଏହାର ତଦନ୍ତ କରି କେବେ ପାରି କରାଉ ଅଛନ୍ତି ତାହା ସମୟ କହିବ ବୋଲି କୁହା ଯାଉଛି