ନିଶା ପାଇଁ ପଇସା ନଦେବାରୁ ନିଜ ମା’କୁ ଜାଳି ଦେଲା ପୁଅ  

ନିଶା ପାଇଁ ପଇସା ନଦେବାରୁ ନିଜ ମା’କୁ ଜାଳି ଦେଲା ପୁଅ  

ତିହିଡି : ନିଶା ପାଇଁ ପଇସା ନଦେବାରୁ ନିଜ ମା’ଙ୍କୁ ମରଣାନ୍ତକ ଆକ୍ରମଣ । ଭଦ୍ରକଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଶା ପାଇଁ ପଇସା ନଦେବାରୁ ନିଜ ମା’କୁ ପେଟ୍ରୋଲ ଢାଳି ଜାଳି ଦେଲା ପୁଅ ।  

     ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରେ ନିଶା ପାଇଁ ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ । ଆଜି ସକାଳ ୮ ସମୟରେ ଅଭିଯୁକ୍ତ ଦେବାଶିଷ ନାୟକ(୪୫) ନିଶା ଖାଇବାକୁ ମା’ଙ୍କୁ ପଇସା ମାଗିଥିଲା । କିନ୍ତୁ ମା’ ପଇସା ଦେବାକୁ ମନା କରିଦେଇଥିଲେ । ଯେଉଁଥିପାଇଁ ସେ ଉତ୍ତ୍ୟକ୍ତ ହୋଇ ପଡିଥିଲା । ଏମିତିକି ମା’ଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିଲା ପୁଅ । ଏଭଳି ଘଟଣା ସମ୍ପର୍କରେ ଖବର ପାଇ ଗୁରୁତର ଅବସ୍ଥାରେ ମା’ ଜ୍ୟୋସ୍ନା ନାୟକଙ୍କୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଛି । ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ଥିବା ସୂଚନା ମିଳିଛି ।