ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ
ବୌଦ୍ଧ : ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ରାହୁଲ ଗୋୟେଲ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋୟେଲ ପୂର୍ବରୁ କଟକରେ ରେଳ ବିଭାଗର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଆରକ୍ଷୀ ଅଧିକ୍ଷକ ନାଗରାଜ ଦେଓରକୋଣ୍ଡାଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି ହେବା ପରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ରାହୁଲ ଗୋୟେଲ ବୌଦ୍ଧର କାର୍ଯ୍ୟରେ ଯୋଗ ଦେଇଛନ୍ତି । ନୂତନ ଏସ୍ପିଙ୍କ ଯୋଗଦାନ ପରେ ଜିଲ୍ଲାର ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।