ନୂତନ ତହସିଲଦାର ଆସିବାରୁ ଲୋକଙ୍କୁ ମିଳୁଛି ନ୍ୟାୟ
ତାଳଚେର : ଶିଳ୍ପନଗରୀ ତାଳଚେର ଜନବହୁଳ ଅଂଚଳ ହୋଇଥିବାରୁ ଏଠାରେ ଅନେକ ସମସ୍ୟାରେ ଲୋକେ ଛନ୍ଦି ହୋଇଥିବା ବେଳେ ତାଳଚେର ତହସିଲ ସେଥିରୁ ଅନ୍ୟତମ । ଏହି ତହସିଲର ସର୍ବାଧିକ ଜମି ଖଣିରେ ଯାଉଥିବାରୁ କ୍ଷତିଗ୍ରସ୍ତ ପ୍ରଜାମାନେ ଜମି ଖର୍ଦ୍ଦି ବିକ୍ରି, ପଟ୍ଟା, ବିଭିନ୍ନ ସାର୍ଟିଫିକେଟ୍ ପାଇଁ ଭିଡ ହେଉଥିବା ପରିଲକ୍ଷିତ ହୋଇଥାଏ । ସରକାରଙ୍କର ସ୍ପଷ୍ଟ ନିମୟ ଥିଲେ ମଧ୍ୟ ଏଠାରେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହି ତହସିଲ କାର୍ଯ୍ୟାଳୟଟି ବିବାଦ ମଧ୍ୟରେ ଛନ୍ଦିହୋଇ ପଡିଥିବାର ଅଭିଯୋଗ ହୋଇଥାଏ । କିନ୍ତୁ ନୂତନ ତହସିଲଦାର ଆଲଫା ଜେନା ଏଠାରେ ଯୋଗଦେବା ପରେ ଏହି କାର୍ଯ୍ୟ ଗୁଡିକରେ କିଛି ମାତ୍ରାରେ ପରିବର୍ତନ ପରିଲକ୍ଷିତ ହୋଇଛି । ଘଟଣାରୁ ପ୍ରକାଶ ଘରବାଡି ପଟ୍ଟା ବିବାଦକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏଥିରେ କାର୍ଯ୍ୟାଳୟ କର୍ମଚାରୀଙ୍କ ମୁନାଫା ପାଇଁ ଗଣମାଧ୍ୟମ ପ୍ରତିନିଧି ଦୌଡି ଦୌଡି ନୟାନ୍ତ ହୋଇଥିôଲେ ମଧ୍ୟ ତାଙ୍କର ପଟ୍ଟା ଖଣ୍ଡିଏ ପାଇ ନଥିଲେ । ନୂତନ ତହସିଲଦାର ଶ୍ରୀ ଜେନା ଏହାକୁ ଗଭୀରତାର ସହ ବିଚରାକୁ ନେଇ ବ୍ୟକ୍ତିଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ସହ ଯେଉଁ କର୍ମଚାରୀ ଏଥିରେ ଖିଲାପ କରିଥିଲେ ତାଙ୍କୁ ଅନ୍ୟ ଚୌକିକୁ ସ୍ଥାନାନ୍ତରିତ କରିଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି । ତେବେ ଏଠାରେ ପ୍ରଜାମାନଙ୍କ ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବା ଦିଗରେ ସେ ପ୍ରକାଶ କରିବା ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଏଥିନେଇ ତତ୍ପରତା ପ୍ରକାଶ ପାଇଛି ।