ମଦ ଜବତ, ୫ ଗିରଫ

ତାଳଚେର: ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ବିଦେଶୀ ମଦ ଜବତ କରିବା ସହ ପାଞ୍ଚ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ ଓଆ ଇସି ହାତୀଆ ବେହେରା ଅବକାରୀ କର୍ମଚାରୀମାନେ ଗୋପାଳପ୍ରସାଦ ଛକ ଠାରେ ଏକ ହୋଣ୍ଡା ଆକଟିଭା  ୧୯ଏଫ୍-୨୮୧୨ ଯୋଗେ ବିଦେଶୀ ମଦ ନେଇ ଯାଉଥିବା ବେଳେ ତାଙ୍କ ଠାରୁ ୩୨ ଲିଟର ବିୟର ଓ ରମ ଜବତ କରାଯାଇଥିଲା, ଏ ସଂକ୍ରାନ୍ତରେ କଣିହାଁ ଥାନା ଅଧିନସ୍ତ ଦଣ୍ଡସିଙ୍ଗା ଗ୍ରାମର ରଣଜିତ ବେହେରା ଓ ତେଲିସିଗାଁ ଗ୍ରାମର ସୁରଥ ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ସେହିପରି ଦଣ୍ଡସିଙ୍ଗା ଓ ତେଲିସିଙ୍ଗା ଗ୍ରାମରେ ଚଢାଉ କରାଯାଇ ୨୯ ଲିଟର ଦେଶୀ ମଦ ଜବତ ସହ ମଦ ବିକ୍ରି କରିବା ନେଇ ଧନେଶ୍ୱର ସାମଲ ଅଞ୍ଜଳି ନାଏକ ଝୁନୁ ନାଏକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ସୂତ୍ରରୁ ପ୍ରକାଶ ।