ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

 ତାଳଚେର: ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଳଚେର ହାଟତୋଟା ସ୍ଥିତ ଯୁବରାଜ ହାଇସ୍କୁଲ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଉପଜିଲ୍ଲାପାଳ ସମୀର ଜେନା ଉଦ୍ଘାଟନ କରିଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗର ସର୍ବୋମୋଟ ୫୦୪ଜଣ ଭିନ୍ନକ୍ଷମ ଉପସ୍ଥିତ ଥିଲେ । ସେଥିମଧ୍ୟରୁ ଆଖି ବିଭାଗର ଗ୍ରାମାଞ୍ଚଳରୁ ୫୩ଜଣ ହୋଇଥିବା ବେଳେ ପୌରପରିଷଦରୁ ୫ଜଣ, ଅସ୍ଥିଶଲ୍ୟ ବିଭାଗ ଗ୍ରାମାଞ୍ଚଳରୁ ୧୪୦ ହୋଇଥିବା ବେଳେ ପୌରପରିଷଦରୁ ୨୮, ଆଖି, କାନ, ନାକ, ଗଳା ଗ୍ରାମାଞ୍ଚଳରୁ ୭୧ଜଣ ହୋଇଥିବାବେଳେ ପୌରପରିଷଦରୁ ୮ଜଣ, ଭେଷଜ ବିଭାଗର ଗ୍ରାମାଞ୍ଚଳରୁ ୩୦ଜଣ ହୋଇଥିବାବେଳେ ପୌର ପରିଷଦରୁ ୫ଜଣ, ଶିଶୁବିଭାଗର ଗ୍ରାମାଞ୍ଚଳରୁ ୫୦ଜଣ ହୋଇଥିବା ବେଳେ ପୌରପରିଷଦରୁ ୨ଜଣ, ଏମଆର ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରୁ ୫୫ଜଣ ହୋଇଥିବା ବେଳେ ପୌରପରିଷଦରୁ ୩ଜଣ ଭିନ୍ନକ୍ଷମ ଉପସ୍ଥିତ ଥିଲେ ବୋଲି ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କୁ ପେନସନ୍, ବସ୍, ଟ୍ରେନ୍ ପାସ୍, ୩ ଚକିଆ ସାଇକେଲ, କୁତି୍ରମ ଅଙ୍ଗପ୍ରଦାନ ଇତ୍ୟାଦି ସୁବିଧା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।