ନୂତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 ନିଶ୍ଚିନ୍ତକୋଇଲି :  ନିଶ୍ଚିନ୍ତକୋଇଲି ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ ଦିବ୍ୟେନ୍ଦୁ ଦାଶ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ଦାଶ ଏଥିପୂର୍ବରୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ କାର୍ଯ୍ୟରତ ଥିଲେ । ନିଶ୍ଚିନ୍ତକୋଇଲି କାର୍ଯ୍ୟରତ ମଣ୍ଡଳ ଉନ୍ନୟନ ଅଧିକାରୀ  ବିରଞ୍ଚô ନାରାୟଣ ବେହେରା ଏଠାରେ ନଅ ମାସ କାର୍ଯ୍ୟ କରି ସୁରୁଖୁରୁରେ କାର୍ଯ୍ୟ ସଂପନ୍ନ କରିଥିଲେ । ଶ୍ରୀଯୁକ୍ତ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଥିବାବେଳେ ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦାଶଙ୍କୁ ପୂର୍ବତନ ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ଚô ନାରାୟଣ ବେହେରା ଦାୟିତ୍ୱ ଅର୍ପଣ କରିଛନ୍ତି । ଏହି ଅବସରରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ପୂର୍ବତନ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ନିଶ୍ଚିନ୍ତକୋଇଲି ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି ଓ ପଂଚାୟତ ସମିତି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।