ବିଦୁ୍ୟତ ଖୁଣ୍ଟକୁ ଧକ୍କା ଦେଲା ଅଟୋ


ହିିଞ୍ଜିଳିକାଟୁ: ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିିଳି ଥାନା ଆରଏମସି ଛକ ନିକଟରେ ଅଟୋଟି ଦୁର୍ଘଟଣାର ଶିକାର ହୋଇଥିଲା । ଅଟୋ ·ଳକଙ୍କ ଅସାବଧାନତା ଯୋଗୁଁ ଯାତ୍ରୀବାହୀ ଅଟୋଟି ରାସ୍ତା ପାର୍ଶ ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ଅଟୋ ·ଳକଙ୍କ ସମେତ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛଥିଲେ । ଆହତମାନେ ହେଲେ ସୋରଡା ଥାନା ବିଷ୍ଣୁପୁର ଗ୍ରାମର ଅଟୋ ·ଳକ ମୁନା ମୁନା ପ୍ରଧାନ (୩୫), ଯାତ୍ରୀ ଅକ୍ଷୟ ନାୟକ (୨୦), ଫକିର ନାୟକ (୫୨), ମାଧବ ପ୍ରଧାନ (୨୪), ମଙ୍ଗୁଳୁ ପ୍ରଧାନ (୨୯), ମୁନା ଗୌଡ (୩୩) ଓ ଖିଲିବାଡି ଗ୍ରାମର ମିଟୁ ଗୌଡ (୨୬) । ଖବର ପାଇ ହିିଞ୍ଜିଳି ପୁଲିସ ଓ ହିିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ କର୍ମ·ରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚô ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁର୍ଘଟଣା ପରେ ଯାତ୍ରୀବାହୀ ଅଟୋର ସମ୍ମୁଖ ଭାଗ ସହ ·ଳକ ଜଣଙ୍କ ·ପି ହୋଇ ରହିଥିବାରୁ ପୁଲିସ ଓ ଅଗ୍ନିଶମ ବହିନୀର ମିଳିତ ପ୍ରଚେଷ୍ଟାରେ  ·ଳକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କରାଯାଇପାରି ନ ଥିଲା । ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବାରୁ ହିିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଳକ୍ଷ୍ମୀ ନାରାୟଣ ରଥ ଓ ସ୍ୱାସ୍ଥ୍ୟ କର୍ମ·ରୀମାନେ ଦୁର୍ଘଟଣା ସ୍ଥଳରେ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ପରେ ବ୍ରହ୍ମପୁର ଅଗ୍ନିଶମ ବାହିନୀର କର୍ମ·ରୀମାନେ ଘଟଣା ସ୍ଥଳରେ ପହଞ୍ଚô କଟର ମେସିନ ଯୋଗେ ଅଟୋକୁ କାଟି ·ଳକଙ୍କୁ ଉଦ୍ଧାର କରିଥିଲେ । ଡାକ୍ତର ରଥଙ୍କ ଏଭଳି ସେବାକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।