ନ୍ୟାସନାଲ ମେଡିଏସନ କର୍ମଶାଳା ପ୍ରସ୍ତୁତିର ସମୀକ୍ଷା କଲେ ପୃଥ୍ୱୀରାଜ
ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ନ୍ୟାସନାଲ ମେଡିଏସନ୍ କର୍ମଶାଳାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅତିଥିମାନଙ୍କ ଆଗମନ ସମୟ, ସେମାନଙ୍କ ରହଣି ଓ କର୍ମଶାଳା ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ବିଭିନ୍ନ ରାଜ୍ୟରୁ ଆସୁଥିବା ମନ୍ତ୍ରୀଗଣ, ବିଚାରପତି, ଆଇନ ସଚିବ, ଆଡ୍ଭୋକେଟ୍ ଜେନେରାଲ, ଆଇନ ବିଶେଷଜ୍ଞ ଓ ଅତିଥିଗଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ଏବଂ ଓଡିଶାର କଳା, ସଂସ୍କୃତି, ପର୍ଯ୍ୟଟନ ସହିତ ଅବଗତ କରାଇବା ନେଇ ଆଲୋଚନା ହୋଇଥିଲା । ଏଥି ସହ ରହଣି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଓଡିଶାର ପାଟବସ୍ତ୍ର, ହସ୍ତତନ୍ତ ଓ କଳାକୃତିର ପ୍ରଚାରପ୍ରସାର ପାଇଁ ଏଠାରେ ହସ୍ତତନ୍ତ ପ୍ରଦର୍ଶନୀ ଖୋଲାଯିବା ନେଇ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।