ନୟନଯୋରୀକୁ ଅବରୋଧ : ଚାଷ ଜମିରୁ ହୋଇପାରୁନାହିଁ ଜଳ ନିଷ୍କାସନ
ନିଶ୍ଚିନ୍ତକୋଇଲି : କୁଳିଆଠାରୁ କଟିକଟା ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତାକଡରେ ଥିବା ଜମି ଗୁଡିକରୁ ଠିକ୍ ଭାବେ ଜଳ ନିଷ୍କାସିତ ହୋଇପାରୁନାହିଁ । ନିଶ୍ଚିନ୍ତକୋଇଲି ତହସିଲ ଅଧିନରେ ଥିବା ଓ ସାଲେପୁର ପର୍ତ୍ତ ବିଭାଗ ରାସ୍ତାକଡରେ ନୟନଯୋରୀକୁ କେତେକ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ପୋତି ଦେଉଛନ୍ତି ଏବଂ ଚାଷ ଜମିରେ ଘର କରିବାରୁ ନୟନଯୋରୀକୁ ପୋତି ଦେଉଛନ୍ତି । ଯାହାଫଳରେ ପାଖରେ ଥିବା ଚାଷଜମିରୁ ଜଳ ନିଷ୍କାସିତ ନହୋଇ ବାରୁ ବହୁ ଧାନ ଫସଲ ନଷ୍ଟ ହେଉଅଛି ଏବଂ ଜଳ ଠିକ୍ ଭାବରେ ନିଷ୍କାସିତ ହୋଇ ପାରୁନାହିଁ । ନିଶ୍ଚିନ୍ତକୋଇଲି ତହସିଲର କେତେକ ଦଲାଲଙ୍କ ଯୋଗୁ ଚାଷ ଜମିକୁ ଘରବାରିରେ କିସମ ପରିବର୍ତ୍ତନ କରି କୋଟି କୋଟି ଟଙ୍କାର ମୁନାଫା ନେଉଥିବା ବେଳେ ସାଧାରଣ ଗରିବ ଚାଷୀଟିଏ ନିଜ ଜମିରୁ ଭାତ ମୁଠାଏ ପାଇଁ ଚିକ୍ରାର କରୁଥାଏ । ହେଲେ ତାହାର ତାହାର ଚିକ୍ରାରକୁ ତହସିଲର କର୍ମଚାରୀମାନେ ଭ୍ରୁକ୍ଷେପ କରନ୍ତି ନାହିଁ ।
ଦଲାଲ ଓ ଜମି ଦଲାଲଙ୍କ କଥାରେ ନିଶ୍ଚିନ୍ତକୋଇଲି ତହସିଲ ଏବେ ବାନ୍ଧି ହୋଇ ପଡିଛନ୍ତି । ଯେନେତେନେ ପ୍ରକାର ରାସ୍ତାକଡ ଜମିକୁ ବାହାର ଲୋକଙ୍କୁ ବିକ୍ରି କରୁଛନ୍ତି । ଏଥିରେ ଘରବାରି କରିବା ପାଇଁ ତହସିଲର କେତେକ କର୍ମଚାରୀଙ୍କୁ ମୋଟା ଅଙ୍କ ନେଇ ଜମିକୁ କିସମ ପରିବର୍ତ୍ତନ କରୁଛନ୍ତି । ଆଗାମୀ ଦିନରେ ଏହି ତହସିଲ ଅଧିନରେ ଥିବା ଚାଷ ଜମି ଗୁଡିକ ଲୋପ ପାଇଯିବ । ଜମି ଦଲାଲ ଓ କେତେକ ମୁନାଫା ଗୋଷ୍ଠୀ ଏହି ଚାଷ ଜମିକୁ ଘରବାରି କରିବା ସହ ଉଚ୍ଚ ଦରରେ ବିକ୍ରି କରିବେ ବୋଲି ଦେଖିବାକୁ ମିଳିଲାଣି । ଯାହାଫଳରେ ଜଳ ନିଷ୍କାସିତ ନହେବାରୁ ବହୁ ଗରିବ ବ୍ୟକ୍ତି ଇଶ୍ୱରଙ୍କୁ ଡାକି ନିଜର ଭାଗ୍ୟକୁ ଦୋଷ ଦେଉଛନ୍ତି । ଏହି ରାସ୍ତା କଡରେ ଥିବା ଘର ଗୁଡିକ ଜଳ ନିଷ୍କାସନ ପାଇଁ ନୟନଯୋରୀକୁ ପୋତି ଦେଇଛନ୍ତି । ଯାହାଫଳରେ ନିଜ ଜାଗା ଉପରେ ଘର କରିଥିବା ବେଳେ ନୟନଯୋରୀକୁ ମାଡିବସି ତାକୁ ମଧ୍ୟ ପୋତି ଦେବା ସହ ଢଳେଇ କରିଛନ୍ତି । ଏଥିପ୍ରତି ତହସିଲଦାର ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ତଦନ୍ତ କରି ଏହି ବର୍ଷା ଦିନେ ଜଳ ନିଷ୍କାସନ କରିଲେ ଚାଷୀମାନଙ୍କର ଭାଗ୍ୟ ଫେରି ପାଆନ୍ତା । ଏଣୁ ଏଥିପ୍ରତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଗୁରୁତ୍ୱ ଦେଇ ତୁରନ୍ତ ଜଳନିଷ୍କାସନର ବ୍ୟବସ୍ଥା କରିଲେ ଚାଷ ଜମିଗୁଡିକ ପୁନରୁଦ୍ଧାର ହୋଇ ପାରନ୍ତା ବୋଲି ବହୁ ଚାଷୀ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।