ପଞ୍ଚଦଶ ଦଲାଇଲାମାଙ୍କ ସମସ୍ୟା


ବର୍ତ୍ତମାନର ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ୯୦ବର୍ଷରେ ଉପନୀତ ହୋଇଛନ୍ତି  । ଯେତେବେଳେ ଏହି ସମୟ ଆସିବ ସେତେବେଳେ ପରବର୍ତ୍ତୀ ଦଲାଇଲାମା ସ୍ଥାନଗ୍ରହଣ କରିବେ ଯିଏକି ହେବେ ପଞ୍ଚଦଶ  । ସେ ଗୋଟିଏ ଅତି ଜଟିଳ ସମସ୍ୟାମାନ ମୁଣ୍ଡରେ ମୁଣ୍ଡେଇବେ  । ଭାରତର ହିମାଚଳ ପ୍ରଦେଶରେ ଥିବା ମେକ୍ଲୟର୍ଡ ଗଞ୍ଜରେ ଏହି ଗେରୁଆ ବସ୍ତ୍ର ପିନ୍ଧିଥିବା ବୌଦ୍ଧ ସନ୍ନ୍ୟାସୀମାନେ ଦେଖାଦେଇଥାନ୍ତି  । ବର୍ତ୍ତମାନର ଦଲାଇଲାମାଙ୍କ ଯେତେବେଳେ ୯୦ତମ ଜନ୍ମଦିବସ ପାଳନ ହେବାକୁ ଯାଉଛି ଯାହା ଜୁଲାଇ ୬ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି ସେତେବେଳେ ମେକ୍ଲୟଡ ଗଞ୍ଜର ଜଳବାୟୁ ଆର୍ଦ୍ର ଅଛି  । ଗତ ଜୁଲାଇ ୨ରେ ଦଲାଇଲାମା ଘୋଷଣା କରିଛନ୍ତି ଯେ, ଦଲାଇଲାମା ଅନୁଷ୍ଠାନଟି ତାଙ୍କର ମୃତୁ୍ୟ ପରେ ସେମିତି ବଂଚି ରହିବ  । ଏହାଫଳରେ ସେଠାକାର ପ୍ରବାସୀ ବୌଦ୍ଧମାନଙ୍କ ଭିତରେ ପ୍ରବଳ ଉତ୍ସାହ ସୃଷ୍ଟିହୋଇଛି ଯେଉଁମାନେ ତାଙ୍କ ସାଂଗରେ ୧୯୫୯ ମସିହାରୁ ଭାରତକୁ ଚାଲି ଆସିଛନ୍ତି  ଏବଂ ମେକଲୟର୍ଡ ଗଞ୍ଜରେ ରହୁଛନ୍ତି । ସେମାନେ ମେକଲୟଡ୍ ଗଞ୍ଜର ୪୬୧୦ମିଟର ଉଚ୍ଚ ମୁନ୍ ପାର୍କରେ ଧଉଲାଧାରଠାରେ ହିମାଳୟରେ ରହି ଆସୁଛନ୍ତି  । 
ଏଠାରେ କୁହାଯାଇପାରେ ଯେ, ତିବ୍ଦତୀୟ ଜନସଂଖ୍ୟା ଅନ୍ୟମାନଙ୍କ ପାଖରୁ ଉତ୍ସାହ ଚାହାନ୍ତି  । ପ୍ରବାସରେ ଜୀବନ ସାଧାରଣତଃ ଏତେ ଦୀର୍ଘକାଳ ରହିନଥାଏ  । ଯାହା ସାଢ଼େ ୬ ଦଶନ୍ଧି ଧରି ରହିଆସିଛି  । ପଛକୁ ଫେରିଯିବା ଏବେ ଅସମ୍ଭବ ହୋଇଛି ଏବଂ ସମୟର ପ୍ରସଙ୍ଗଗୁଡ଼ିକ ଅଧିଳ ଲଢ଼େଇପୂର୍ଣ୍ଣ ତଥା ଅସମାହିତ ହୋଇଛି  । 
ଆତ୍ମାର ପ୍ରାଧାନ୍ୟ
ଗୋଟିଏ ଜଟିଳପୂର୍ଣ୍ଣ ଜୀବନର ସମ୍ମୁଖରେ ନିଜର ଦେଶଠାରୁ ଦୂରରେ ଅନେକ ଲୋକଙ୍କର ଦଲାଇଲାମା ହେଉଛନ୍ତି ସମସ୍ତଙ୍କୁ ବାନ୍ଧି ରଖୁଥିବା ଏକ ଶକ୍ତି  । କିନ୍ତୁ ସେ ନବେ ବର୍ଷରେ ପହଂଚିଥିବା ବେଳେ ଅନିଶ୍ଚିତତା ସମାପ୍ତ ହେବା ପରେ ଆଗାମୀ ଦଲାଇଲାମା ଯିଏକି ପୂର୍ବର ଘୋଷଣାଫଳରେ ବର୍ତ୍ତମାନର ଦଲାଇଲାମାଙ୍କର ଆତ୍ମାକୁ ଗ୍ରହଣ କରିବେ  । ଯାହାଫଳରେ ତାଙ୍କର ଏକ ଅବତାରି ପରିସ୍ଥିତି ସୃଷ୍ଟି ହେବ  । ଏହାଫଳରେ ଚୀନର ତିବ୍ଦତ ଉପରେ ନିୟନ୍ତ୍ରଣ ସମ୍ପର୍କରେ ଦାବି ସୃଷ୍ଟି ହେବ  । ଲୋକମାନେ ଏ ସମ୍ପର୍କରେ ଗୋଟିଏ ଆଶ୍ୱାସନା ଚାହାନ୍ତି  । 
ଦଲାଇଲାମା ତାଙ୍କର ବିବୃତ୍ତିରେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ସୃଷ୍ଟିରୁ ଚୀନର ଦାବି ଯେ, ଏହାର ଗୋଟିଏ ଅନ୍ତିମ ନିଷ୍ପତ୍ତି ରହିବ ଭବିଷ୍ୟତ ସମ୍ପର୍କରେ ତଥା ଆଧ୍ୟାତ୍ମିକ ପଦ ମଣ୍ଡନ କରିବାରେ ତା’ର ଗୋଟିଏ ଦାବି ରହିବ  । 
ଯେତେବେଳେ ପଂଚଦଶ ଦଲାଇଲାମା ସୃଷ୍ଟି ହେବା ଆଉ କିଛି ଦିନ ବାକି ଅଛି ସେତେବେଳେ ପରବର୍ତ୍ତୀ ଆଧ୍ୟାତ୍ମିକ ନେତା ସମ୍ମୁଖରେ ନାନା ପ୍ରକାର ଆହ୍ୱାନ ଆସି ପହଂଚିବ ଯାହା ଭୌଗୋଳିକ, ରାଜନୈତିକ ମେଂଟ ସୃଷ୍ଟିକରିବ  । ଚୀନର ପଦକ୍ଷେପ ହେଛଛି ଏହି ପରବର୍ତ୍ତୀ ସ୍ଥାନର ଅଧିକାରକୁ ବେଆଇନ ବୋଲି ଘୋଷଣା କରିବା ଓ ପରବର୍ତ୍ତୀ ସ୍ଥାନ ଗ୍ରହଣକାରୀ ପଦକୁ ମାଡ଼ିବସିବା । ବର୍ତ୍ତମାନ ଅବସ୍ଥାରେ ଜଟିଳ ଜନସଂଖ୍ୟା ପରିବର୍ତ୍ତନ ଓ ଅର୍ଥର ଅଭାବ ଗୋଟିଏ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । 
ଅବତାରର ପ୍ରଶ୍ନ
ଦଲାଇଲାମାଙ୍କର ବର୍ତ୍ତମାନ ସର୍ବଜନ ଗ୍ରହଣୀୟତା ହେଉଛି ଗୋଟିଏ ଜଟିଳ ଏକଜୁଟ ହେବାର ସ୍ଥାନ  । ଯାହାଫଳରେ ତିବ୍ଦତର ଦାବି ପାଇଁ ପୃଥିବୀରୁ ଗୋଟିଏ ସମର୍ଥନ ମିଳିବ  । ଅନେକ ଲୋକ ଭୟ କରନ୍ତି ,ପରବର୍ତ୍ତୀ ଦଲାଇଲାମା ହେବାକୁ ଯାଉଛନ୍ତି ଜଣେ ବ୍ୟକ୍ତି ଯାହାଙ୍କୁ ଚୀନ ସମର୍ଥନ କରିବ ନାହିଁ  । କାରଣ ସେଥିପାଇଁ ଚୀନ ଏବେ ଗୋଟିଏ କୂଟନୈତକ ଆକ୍ରମଣ କରିବାରେ ଲାଗିଛି  । ଯାହା ଏ ସବୁ ବିଷୟକୁ  ଜଟିଳ କରୁଛି, ତାହା ହେଉଛି ଦଲାଇଲାମା ଗୋଟିଏ ପରମ୍ପରାରେ ବିଶ୍ୱାସ କରନ୍ତି ଯେଉଁଥିରେ ତାଙ୍କର ପୁନର୍ଜନ୍ମ ଅଛି  । ଯୁଗ ଯୁଗ ଧରି ଏ ବିଶ୍ୱାସ ପ୍ରଚଳିତ ହୋଇରହିଛି ଯେ, ଦଲାଇଲାମା ହେଉଛନ୍ତି ପୁନର୍ଜନ୍ମ ନେଉଥିବା ଏକ ଆତ୍ମା । କିଏ ପରବର୍ତ୍ତୀ ଦଲାଇଲାମା ହେବ ତାହାକୁ ବର୍ତ୍ତମାନର ଦଲାଇଲାମା ବାଛିବେ  । ଏ ଧରଣର ଜଣେ ବ୍ୟକ୍ତିଙ୍କୁ ବାଛିବା ପାଇଁ ଗୋଟିଏ ଲକ୍ଷଣ ଅଛି । ଯେଉଁଥିରେ ବରିଷ୍ଠ ବୌଦ୍ଧ ସନ୍ନ୍ୟାସୀମାନେ ଗୋଟିଏ ଦୂରଦୃଷ୍ଟି ନେଉଛନ୍ତି ଯାହା ଗୋଟିଏ ଶିଶୁଠାରୁ ମିଳୁଛି ଏବଂ ଏହି ଶିଶୁ ଭବିଷ୍ୟତର ବୌଦ୍ଧ ନେତା ହେବ  । 
ଏହିଭଳି ଜଣେ ବ୍ୟକ୍ତିର ବୟସ ଗୋଟିଏ ସମସ୍ୟା ସୃଷ୍ଟିକରିବ କାରଣ ସେମିତି ଗୋଟିଏ ପୁଅ ବା ଝିଅ ପ୍ରଶିକ୍ଷିତ ହେବା ଦରକାର ଏବଂ ସେ ଗୋଟିଏ ସମସ୍ୟା ସୃଷ୍ଟିକରିବ  । କାରଣ ଏହି ପ୍ରଶିକ୍ଷଣ ପରମ୍ପରା ଦୃଷ୍ଟିରୁ ହେବା ଦରକାର ଏବଂ ତିବ୍ଦତ ବୌଦ୍ଧ ଶାସ୍ତ୍ରରେ ସେ କଥା ଲେଖା ଥିବା ଦରକାର  । ଏହାଛଡ଼ା ଭବିଷ୍ୟତର ସେହି ବ୍ୟକ୍ତି ଆଧୁନିକ ଯୁଗର ରାଜନୈତିକ, ଭୌଗୋଳିକ ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦରକାର  । ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନର ସ୍ୱୀକୃତ ଦଲାଇଲାମା ନିଷ୍ପତ୍ତି ନେଲା ଭଳିଆ ଅବସ୍ଥାକୁ ଆସିବା ବେଳକୁ ଅତି କମରେ ଆହୁରି ୧୦ବର୍ଷ ଲାଗିବ  । ସେତେବେଳେ ଏହି ନିଷ୍ପତ୍ତି ନେଇପାରିବେ କାରଣ ସେତେବେଳକୁ ନିଷ୍ପତ୍ତି ନେଲା ଭଳି କ୍ଷମତା ତାଙ୍କର ଆସି ଯାଇଥିବ  । କେତେକ କହନ୍ତି, ଏହି ପୁନର୍ଜନ୍ମ ବିଶ୍ୱାସ ଏକ ଭଲ ପଦ୍ଧତି ନୁହେଁ  । ଏକବିଂଶ ଶତାବ୍ଦୀରେ ବର୍ତ୍ତମାନ ଦଲାଇଲାମା ରୂପେ ନିଯୁକ୍ତ ହେବା ଓ କୋଡିଏ ବର୍ଷ ପରେ ସେ ନିଷ୍ପତ୍ତି ନେବାକୁ ସାମର୍ଥ୍ୟ ହେବା ଗୋଟିଏ ଭଲ ପଦ୍ଧତି ନୁହେଁ  । ଏ ସମ୍ପର୍କରେ ବର୍ତ୍ତମାନ ପ୍ରଶ୍ନ ମଧ୍ୟ ଉଠୁଛି । 
ଦଲାଇଲାମା ଆଗରୁ କହିଛନ୍ତି ଯେ, ସେ କେବଳ ତାଙ୍କର ପୁନର୍ଜନ୍ମ ନେଇଥିବା ବ୍ୟକ୍ତିକୁ ସେ ବାଛିବେ ସେତକ ନୁହେଁ ସେ ତାଙ୍କର କ୍ଷମତାକୁ ଆଉ ଜଣକୁ ଦବା ପାଇଁ ବାଛିପାରନ୍ତି ଯାହା ପରମ୍ପରା ଅନୁସାରେ କରାଯିବ  । 
ଚୀନର ଯୁକ୍ତି 
ଚୀନ ଯୁକ୍ତି କରୁଛି ଯେ, ପରବର୍ତ୍ତୀ ତିବ୍ଦତର ଆଧ୍ୟାମିôକ ଗୁରୁ ଗୋଟିଏ ସୁନାର ଦୀପରୁ ବାହାରିବେ ଏବଂ ଏହି ବ୍ୟକ୍ତିଙ୍କୁ ଅନୁମୋଦନ କରିବ  । ଏବେ ଏହି କଥା ଅନେକ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନାହିଁ  । ଜଣେ ଏ କଥାକୁ ବିଶ୍ୱାସ କରୁ ବା ନ କରୁ ଏହି ପଦ୍ଧତିରେ ପୁନର୍ଜନ୍ମରେ ବିଶ୍ୱାସ କରାଯାଇପାରେ ନା ବୋଲି ଅନେକ ଲୋକ ଭାବନ୍ତି  । ଗୋଟିଏ ଆଇନସିଦ୍ଧ ଅନୁଷ୍ଠାନରେ ଏପରି କଥା ଧର୍ମୀୟ ପ୍ରକ୍ରିୟାରେ ଗ୍ରହଣ କରାଯାଇନଥାଏ  । ଏହା ଗୋଟିଏ ଦେଶପରି ନୁହେଁ  । ଯେପରିକି ଆମେରିକା ବର୍ତ୍ତମାନ ନିଦେ୍ର୍ଦଶ ଦେଉଛି, ଏବେ ଯାହା ଭାଟିକାନ କରୁନାହିଁ । ଭାଟିକାନର ପ୍ରକ୍ରିୟାକୁ ଅତିକ୍ରମ କରି ଆମେରିକା ଏହି ପ୍ରକ୍ରିୟାକୁ ଅନୁମୋଦନ କରୁଛି  । ଦଲାଇଲାମା ଓ ପ୍ରବାସୀ ତିବ୍ଦତ ସରକାର କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ(ସିଟିଏ) ଯୁକ୍ତି କରେ ଯେ, ଚୀନର ଦାବି ଏବଂ ଭୂମିକା ଏହି ପ୍ରକ୍ରିଆରେ ଆଦୌ  ଗ୍ରହଣୀୟ ହୋଇପାରିବ ନାହିଁ  । କେତେକ ବିଶ୍ଳେଷକ କହନ୍ତି ଯେ, ଦଲାଇଲାମା ଚୀନର ସୀମା ବାହାରେ ତାୱାନଠାରେ ଜନ୍ମ ହୋଇଥିଲେ ଯାହା ବର୍ତ୍ତମାନ ଭାରତର ଅରୁଣାଚଳ ପ୍ରଦେଶରେ ଅଛି  ଏବଂ ପରବର୍ତ୍ତୀ କାଳରେ ଯଦି ଭବିଷ୍ୟତର ଦଲାଇଲାମା ଚୀନର ସୀମା ବାହାରେ ଜନ୍ମ ହୁଅନ୍ତି, ତେବେ ତାହା ଚୀନ ପାଇଁ ଏହା ଏକ ବଡ଼ କଣ୍ଟା ହେବ  । ଚୀନରେ ଦଲାଇଲାମାଙ୍କ ସମ୍ପର୍କରେ ଗୋଟିଏ ବିସ୍ତ୍ରୃତ ଦସ୍ତାବେଜ୍ ପ୍ରସ୍ତୁତ କରାଯାଇଛି ଯେଉଁଥିରେ କୁହାଯାଇଛି ସେମାନେ ଗୋଟିଏ ପରିସ୍ଥିତି ଚାହାନ୍ତି ନାହିଁ ଯେଉଁଠି ଦଲାଇଲାମା ରହିବେ  । ବର୍ତ୍ତମାନ ପାଇଁ ଦୁଇ ଦୁଇ ଜଣ ପାଞ୍ଚେନଲାମା ଅଛନ୍ତି  । ଯେଉଁମାନଙ୍କ ମଧ୍ୟରୁ ଜଣେ ଭାରତରେ ଓ ଜଣେ ଚୀନରେ ଅଛନ୍ତି  ।  ଚୀନ ଇତିମଧ୍ୟରେ ଗେଥୁନ ଚୋକ୍ୱି ନାଇମା ଯିଏକି ୧୦୦ ପାଞ୍ଚଇଲାମା ଅଛନ୍ତି ତାଙ୍କୁ ଅପହରଣ କରିନେଇଛି  । ପାଞ୍ଚଇଲାମା ହେଉଛନ୍ତି ତିବ୍ଦତୀୟ ବୌଦ୍ଧ ସମ୍ପ୍ରଦାୟର ଦ୍ୱିତୀୟ ସର୍ବୋଚ୍ଚ ଧର୍ମଗୁରୁ  ।ତାଙ୍କୁ ମେ’ ୧୯୯୫ରେ ଅପହରଣ କରି ନିଆଯାଇଥିଲା ଏବଂ ତାଙ୍କୁ ନିଜର ପାଂଚଇଲାମା ହିସାବରେ ପ୍ରତିଷ୍ଠତ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ତିବ୍ଦତରେ ସ୍ୱୀକୃତି ମିଳିନାହିଁ  । ଯଦିଓ ସେ ପାଂଚଇଲାମା ବୋଲିି ଚୀନ ତିବ୍ଦତର ଅଧିକାଂଶ ଲୋକ ସ୍ୱୀକାର କରୁନାହାନ୍ତି  । 
ଦଲାଇଲାମାଙ୍କ ରାଜନୈତିକ କ୍ଷମତା କେତେକ  । ଦଲାଇଲାମା ରାଜନୈତିକ କ୍ଷମତାକୁ ଆଧ୍ୟାତ୍ମିକ କ୍ଷମତାରୁ ୨୦୧୧ରେ ଅଲଗା କରି ରଖିଥିଲେ  । ଯାହା ପରବର୍ତ୍ତୀ ଦଲାଇଲାମା ବୟପ୍ରାପ୍ତ ହେଲେ କ୍ଷମତାକୁ ଗ୍ରହଣ କରିବେ  । ଗତ ୧୦ବର୍ଷ ମଧ୍ୟରେ ଚୀନର ଉଦେ୍ଦଶ୍ୟ ରହିବ ତିବ୍ଦତୀୟ ଯୁକ୍ତି ସମ୍ପର୍କରେ ଯେ, ଦଲାଇଲାମା ତାଙ୍କର ଦାୟିତ୍ୱକୁ ନିଜ କାନ୍ଧରେ ବହନ କରିବେ ବିଶ୍ୱ ମଂଚରେ  । ଆଗାମୀ ଅନ୍ତତଃ ୬ ଦଶକ ପାଇଁ ଯାହା ଚୀନକୁ ଘୋର ଅସନ୍ତୁଷ୍ଟ କରିବ  । 
ରାଜନୈତିକ କ୍ଷମତାରୁ ଆଧ୍ୟାତ୍ମିକ କ୍ଷମତା ଅଲଗା
ଗୋଟିଏ କାରଣ ହେଉଛି ଦଲାଇଲାମା ରାଜନୈତିକ କ୍ଷମତାକୁ ଆଧ୍ୟାତ୍ମିକ ପଦରୁ ୨୦୧୧ରେ ଅଲଗା କରି ଏଇଥି ପାଇଁ ରଖିଥିଲେ ଯେ, ଯେତେବେଳେ ପରବର୍ତ୍ତୀ ଦଲାଇଲାମାଙ୍କର ବୟପ୍ରାପ୍ତ ହେବ ସେତେବେଳେ ସେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ  । ସେଥିପାଇଁ ଧର୍ମୀୟ କାର୍ଯ୍ୟ ଓ ରାଜନୈତିକ କାର୍ଯ୍ୟ ଅଲଗା ରହିବ  । ବର୍ତ୍ତମାନର ସିପିଓଙ୍ଗ ପେନମ୍ପା ଛେରିଙ୍କୁ ବର୍ତ୍ତମାନ ରାଜନୈତିକ କାର୍ଯ୍ୟ ସମର୍ପଣ କରାଯାଇଛି । ତାଙ୍କର କାମ ହେଉଛି ଅନ୍ୟ ଦେଶକୁ ଏ ସମ୍ପର୍କରେ ବୁଝାଇବା ଓ ଆମେରିକାକୁ ସେହିବାଟରେ ନେବା  । ୨୦୨୪ରେ ଆମେରିକା ରିଜର୍ଭ ତିବ୍ଦତ ଆକ୍ଟ ଗୃହୀତ କରିଛି  । ଏହି ଆଇନ ଚୀନକୁ କହିଛି ବିନା ସର୍ତ୍ତରେ ଚୀନ ଏ ବିଷୟରେ କଥାବାର୍ତ୍ତା କରିବା ପାଇଁ ଯାହା ଆନ୍ତର୍ଜାତିକ ଜାତିସଂଘର ସନନ୍ଦ ଅନୁସାରେ କରାଯିବ  । ଚୀନର ଅର୍ଥନୈତିକ ଓ କୂଟନୈତିକ କ୍ଷମତା ଦୃଷ୍ଟିରୁ ତିବ୍ଦତ ତାହା ସହିତ ଲଢ଼ିପାରିବ ଏପରି ମନେହୁଏ ନାହିଁ  । 
ଜନସଂଖ୍ୟାରେ ପରିବର୍ତ୍ତନ 
୨୦୧୧ରେ ଭାରତରେ ପ୍ରାୟ ଦେଢ଼ଲକ୍ଷ ତିବ୍ଦତୀୟ ବସବାସ କରୁଥିଲେ  । ଇତିମଧ୍ୟରେ ସେମାନଙ୍କର ଜନସଂଖ୍ୟା କମି ୮୯ହଜାରରେ ୨୦୧୯ରେ ପହଞ୍ଚିଛି  ଏବଂ ଏବେ ତାହା ୬୦ହଜାରରେ ପହଂଚିଲାଣି  । ପାଶ୍ଚାତ୍ୟ ଦେଶରେ ଗୋଟିଏ ଭଲ ଜୀବନ ସମ୍ଭାବନା ଥିବାରୁ ଅନେକ ତିବ୍ଦତୀୟ କାନାଡା, ଅଷ୍ଟ୍ରେଲିଆ ଓ ସ୍କାଣ୍ଡିଲିଭିଆର ଦେଶମାନଙ୍କୁ ଚାଲିଗଲେଣି  । ପୂର୍ବରୁ ତିବ୍ଦତୀୟମାନେ ପରସ୍ପର ସହିତ ଅତି ଘନିଷ୍ଠ ଭାବରେ ସମ୍ପୃକ୍ତ ଗୋଟିଏ ସମାଜ ଥିଲେ ମଧ୍ୟ ଏବେ ଆଉ ସେମାନେ ସେହି ସମାଜ ନୁହନ୍ତି  । ଏହି ଜନସଂଖ୍ୟା କମିବାର ଗୋଟିଏ ରାଜନୈତିକ ମହତ୍ୱ ରହିଛି  । ଏହା ତିବ୍ଦତୀୟ ସଂଗ୍ରାମକୁ ଗୋଟିଏ ମଧ୍ୟମ ରାସ୍ତା ଅବଲମ୍ବନ କରିବା ପାଇଁ ପ୍ରଭାବିତ କରିପାରେ  ଏବଂ ତିବ୍ଦତୀୟମାନେ ଚୀନ ସହିତ ହୁଏତ ମିଳାମିଶା କରିପାରନ୍ତି  । ସେମାନେ ସାଂସ୍କୃତିକ ଦୃଷ୍ଟିରୁ ଉପରକୁ ଉଠିବାକୁ କେବଳ ଚେଷ୍ଟା କରିପାରନ୍ତି, ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ  । ଯେଉଁ ତିବ୍ଦତୀୟ ସମାଜ ଭାରତରେ ପ୍ରବାସରେ ଅଛି ତା’ର ଜନସଂଖ୍ୟା କ୍ରମଶଃ କମିଯାଉଛି ଯେହେତୁ ସେମାନେ ଅନ୍ୟ ଦେଶକୁ ଚାଲିଯାଉଛନ୍ତି  । ତେଣୁ ଏହି ସମାଜର ଭବିଷ୍ୟତ ଦଲାଇଲାମାଙ୍କର ପୁନର୍ଜନ୍ମ ନେଇଥିବା ବ୍ୟକ୍ତିର ନେତୃତ୍ୱ ଉପରେ ନିର୍ଭର କରୁଛି  । ଏହା ମେକଲୟଡ ଗଞ୍ଜରେ ଏହି ତିବ୍ଦତୀୟ ସମାଜର ଭବିଷ୍ୟତକୁ ପ୍ରଭାବିତ କରିବ  । ବର୍ତ୍ତମାନ ଏହି ସମାଜର କେତେକ ବ୍ୟକ୍ତି ତାଙ୍କର ସମ୍ପ୍ରଦାୟକୁ ଏକଜୁଟ କରି ରଖିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଲଢ଼େଇ ଚୀନ ବିରୁଦ୍ଧରେ ଚାଲୁ ରଖିଛନ୍ତି  । କେବଳ ହିମାଚଳ ପ୍ରଦେଶର ମେକଲୟଡ ଗଞ୍ଜରେ ନୁହେଁ କର୍ଣ୍ଣାଟକରେ ମଧ୍ୟ ଏପରି ସମସ୍ୟା ସୃଷ୍ଟି ହୋଇଛି, ଯେଉଁଠି ଅନେକ ଏହି ସମ୍ପ୍ରଦାୟରୁ ଅନେକ ଲୋକ ରହିଛନ୍ତି  । ଚୀନ କହୁଛି ପରବର୍ତ୍ତୀ ଦଲାଇଲାମା ସୁବର୍ଣ୍ଣଦୀପ କ୍ଷେତ୍ରରେ ଗୁଳା ପକାଇ ବଛାଯିବା ପାଇଁ ଯାହାକୁ ଚୀନ ଅନୁମୋଦନ କରିବା ଦରକାର  । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବର୍ତ୍ତମାନ ବିଦେଶୀ ସାହାଯ୍ୟ କମା ଦେଇଥିବାରୁ ଏହା ମଧ୍ୟ ତିବ୍ଦତର ପ୍ରଭାବୀମାନଙ୍କ ପାଇଁ ଗୋଟିଏ ସମସ୍ୟା ସୃଷ୍ଟି କରିଛି ଯାହା ଭବିଷ୍ୟତ ପାଇଁ ଗୋଟିଏ ନିରାଶାଜନକ ବ୍ୟାପାର ଅଟେ  । 
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ    
ମୋବାଇଲ୍ -୯୪୩୭୦୨୦୨୯୦