ମହାମାନୀ ଦୁର୍ଯେ୍ୟାଧନର ଉରଭଙ୍ଗ
ଭୀମସେନ ଗରୁଡ ପୃଷ୍ଟରେ ବସି ବ୍ୟାସ ସରୋବର ନିକଟକୁ ଫେରିଆସି ଦେଖିଲେ ଦୁର୍ଯେ୍ୟାଧନ ବ୍ୟାସସରୋବରକୁ ଫେରି ଯାଉଥିଲା । ଭୀମସେନ ସେଠାରେ ପହଁଞ୍ଚô ଏକ ରଡି ଦେବାରୁ ଦୁର୍ଯେ୍ୟାଧନ ଫେରିଆସିଲା । ସତୁରି ସତୁରି ଭାରର ଦୁଇ ଗଦାଧରି ଭୀମସେନଙ୍କୁ ଆକ୍ରମଣ କଲା । ଭୀମସେନ ମଧ୍ୟ ନିଜର ବାଉନ ବାଉନ ଭାର ଗଦାଧରି ତାହାର ପ୍ରତିରୋଧ କଲେ । ଦୁହିଁଙ୍କ ଭିତରେ ଅନେକ ସମୟ ଧରି ଯୁଦ୍ଧ ଲାଗି ରହିଥାଏ । କେହି କାହାକୁ ଯୁଦ୍ଧରେ ପରାସ୍ତ କରିପାରୁନଥାନ୍ତି । ଗଦା ସହିତ ଗଦା ପ୍ରହରରେ ଅଗ୍ନିର ଝଳକ ସୃଷ୍ଟି ହେଉଥାଏ । ଦୁଇ ମହାବଳୀଙ୍କ ଯୁଦ୍ଧରେ ପୃଥିବୀ ପ୍ରକମ୍ପିତ ହୋଇ ଉଠୁଥାଏ । ସ୍ୱର୍ଗରେ ଦେବତାମାନେ ଆକାଶରେ ରହି ଭୀମ ଦୁର୍ଯେ୍ୟାଧନର ସମର ଦେଖୁଥାନ୍ତି । ଦେବଋଷି ନାରଦ ତ କୌତୁକ ଦେଖିବାକୁ ଭଲପାଆନ୍ତି । ତେଣୁ ସେ ମନ ପବନ ରଥରେ ଆସି ମର୍ତ୍ତ୍ୟପୁରରେ ପହଁଞ୍ଚôଲେ ।
ଦେବଋଷି ନାରଦଙ୍କୁ କଳି ଲାଗିଲେ ଭଲ ଲାଗେ । ତେଣୁ ସେ ଭୀମ ଦୁର୍ଯେ୍ୟାଧନର ଯୁଦ୍ଧ ବିଷୟରେ ସୂଚନା ଦେବାପାଇଁ ପ୍ରୟାଗତୀର୍ଥକୁ ଗମନ କଲେ । କାରଣ ସେଠାରେ ବଳରାମ ଥିଲେ । ନାରଦକୁ ଦେଖି ମହାଭାରତ ଯୁଦ୍ଧର ଘଟଣା ଜାଣିବାକୁ ଚାହିଁଲେ । ନାରଦ କହିଲେ ମହାଭାରତ ଯୁଦ୍ଧରେ ଦୁର୍ଯେ୍ୟାଧନଙ୍କୁ ଛାଡି ସମସ୍ତେ ନିପାତ ହୋଇଛନ୍ତି । ବର୍ତ୍ତମାନ ଦୁର୍ଯେ୍ୟାଧନ ନିସତ ହେବାରେ ଲାଗିଛି । ସମସ୍ତ ସୈନ୍ୟ ସାମନ୍ତ ପରିଜନଙ୍କୁ ହରାଇ ମାନଚକ୍ରବର୍ତ୍ତି ବ୍ୟାସ ସରୋବରରେ ଭୟରେ ଲୁଚିଥିଲା । ତଥାପି ଗୋବିନ୍ଦଙ୍କ ସହିତ ପାଣ୍ଡବମାନେ ତାହାକୁ ଗୋଡାଇ ଗୋଡାଇ ବ୍ୟାସ ସରୋବରରେ ଠାବ କରୁଥିଲେ । ଭୀମଙ୍କ ସିଂହାନାଦ ଶୁଣି ଦୁର୍ଯେ୍ୟାଧନ ବାହାରକୁ ଆସିବାରୁ ଦୁଇବୀରଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ପାଣ୍ଡବମାନଙ୍କୁ ତ ଶ୍ରୀକୃଷ୍ଣ ସାହାପକ୍ଷ ହେବାରୁ ସେମାନେ ସମସ୍ତ ଜିଣି ରାଜ୍ୟଭାର ଭୋଗ କରିବେ । ଏବେ ଆପଣ ଯଦି ପାରୁଛନ୍ତି ଦୁର୍ଯେ୍ୟାଧନକୁ ରକ୍ଷା କରନ୍ତୁ ।
ନାରଦଙ୍କ କଥା ଶୁଣି ବଳରାମ ମହାକୋପ କରି ନିଜର ହଳମୂଷଳ ଧରି ବାହାରିଲେ ଦୁର୍ଯେ୍ୟାଧନକୁ ରକ୍ଷା କରିବା ପାଇଁ । ବଳରାମ ମହାକୋପ କରି କହିଲେ “ମୁଁ ଆଜି ପାଣ୍ଡବମାନଙ୍କୁ ବିନାଶ କରିବି । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, କୁବେର, ଇନ୍ଦ୍ର, ଚନ୍ଦ୍ରସୂର୍ଯ୍ୟ କେହି ମଧ୍ୟ ପାଣ୍ଡବମାନଙ୍କୁ ରକ୍ଷା କରିପାରିବେ ନାହିଁ । “ଦେବଋଷି ନାରଦ ବଳରାମଙ୍କ କୋପମୂର୍ତ୍ତି ଦେଖି ଆକାଶ ମାର୍ଗରେ ଆସି ଶ୍ରୀକୃଷ୍ଣ ଓ ପାଣ୍ଡବମାନଙ୍କୁ କହିଲେ ବଳରାମ ଦୁର୍ଯେ୍ୟାଧନଙ୍କୁ ରକ୍ଷା କରିବା ପାଇଁ ମହାକୋପରେ ହଳମୂଷଳ ଧରି ଏଠାକୁ ଆସୁଛନ୍ତି । ଏବେ ଆପଣ ପାଣ୍ଡବମାନଙ୍କୁ ରକ୍ଷା କରନ୍ତୁ । ବଳରାମଙ୍କ ଆଗମନର ବାର୍ତ୍ତାଶୁଣି ଶ୍ରୀକୃଷ୍ଣ ଚିନ୍ତିତ ହୋଇପଡିଲେ ।
ଭୀମସେନ ଓ ଦୁର୍ଯେ୍ୟାଧନ ମଧ୍ୟରେ ଘୋର ଯୁଦ୍ଧ ଚାଲିଥାଏ । ଶ୍ରୀକୃଷ୍ଣଙ୍କ ସମେତ ଚାରିପାଣ୍ଡବ ସେଠାରେ ଉପସ୍ଥିତ ଥାଆନ୍ତିା କୋପମୂର୍ତ୍ତି ଧରି ବଳରାମ ସେଠାରେ ଯାଇ ପ୍ରବେଶ ହୁଅନ୍ତେ ଶ୍ରୀକୃଷ୍ଣଙ୍କ ସମେତ ପାଣ୍ଡବ ଭାଇମାନେ ତାଙ୍କ ପାଦତଳେ ଶତ ସହସ୍ର ଦଣ୍ଡ ପ୍ରାଣାମ କଲେ । ମାତ୍ର ଦୁର୍ଯେ୍ୟାଧନ ବଳରାମଙ୍କୁ ପ୍ରଣାମ କଲେନାହିଁ । ଲାଜରେ ବଳରାମ ମଥା ପୋତିଲେ । ଶ୍ରୀକୃଷ୍ଣ କହିଲେ- “ଭାଇ ଆପଣ କାହିଁକି ଏପରି କୋପମୂର୍ତ୍ତି ଧାରଣ କରିଛନ୍ତି ? ପାଣ୍ଡବମାନେ ଆତ୍ମର ପ୍ରିୟ । କାହାର କଥାଶୁଣି ଆପଣ କୋପ କରୁଛନ୍ତି ।”
ଏହି ସମୟରେ ଯୁଧିଷ୍ଠିର ବିନୟ ଭାବେ ବଳରାମଙ୍କ ବନ୍ଦନା କରିବାକୁ ଲାଗିଲେ । କହିଲେ - “ହେ ଅଭୟ ହଳପାଣି,ଆପଣ ହେଉଛନ୍ତି ଶରଣ ରକ୍ଷଣ ତ୍ରୈଲୋକ୍ୟ ଚିନ୍ତାମଣି । ହେ, ରେବତୀ ରମଣ, ଆପଣଙ୍କର ଶରଣ ଆମ୍ଭେ ପଶୁଛୁ । ହେ, ଅନାଥର ନାଥ ଆମକୁ ଉଦ୍ଧାର କର । ଆପଣଙ୍କ ମହିମା ବର୍ଣ୍ଣନା କରିବାକୁ ମୁଁ କ’ଣ ସକ୍ଷମ ? ତେଣୁ ଆପଣଙ୍କ ପାଦତଳେ ଦୟନି କରୁଛି କୋପ ଶାନ୍ତ କରନ୍ତୁ ।”
ଯୁଧିଷ୍ଠିରଙ୍କ ସ୍ତୁତିରେ ବଳରାମ ଶାନ୍ତି ଲାଭ କରି ପାଣ୍ଡବମାନଙ୍କ ଆଶୀର୍ବାଦ ଦେଇ କହିଲେ- “ନିଶ୍ଚୟେ ପଞ୍ଚୁରାଜ୍ୟ ହୋଇଲା ତୁମ୍ଭର ।” ପୁଣି ବଳରାମ ଦୁର୍ଯେ୍ୟାଧନକୁ କହିଲେ “ଆଜି ଯଦି ମୋତେ ନମସ୍କାର କରିଥାନ୍ତୁ, ତେବେ ପାଣ୍ଡବମାନଙ୍କୁ ମାରି ତତେ ରାଜ୍ୟ ପ୍ରଦାନ କରିଥାନ୍ତି । ଏଥିରେ ଯଦି ବାସୁଦେବ ବିଘ୍ନ କରିଥାନ୍ତା, ଆବଶ୍ୟ ତାହାଙ୍କୁ ମୁଁ ପରାଭବ ଦେଇଥାନ୍ତି ।” ଏହା କହି ବଳରାମ ପ୍ରୟାଗ ତୀର୍ଥକୁ ଗମନ କଲେ ।
ଲକ୍ଷ୍ୟହୀନ ଦୁର୍ଯେ୍ୟାଧନ ନିଜର ଅହଙ୍କାର ପାଇଁ ବଳରାମଙ୍କ ଆଶୀର୍ବଦାରୁ ବଞ୍ଚôତ ହେଲା ଓ ଭୀମସେନ ସହିତ ଗଦା ଯୁଦ୍ଧରେ ପୁଣି ଲାଗିପଡିଲା । ଦୁହିଁ ଜଣଙ୍କ ମଧ୍ୟରେ ମହାଘୋର ସଂଗ୍ରାମ ଚାଲିଥାଏ ।କେହି କାହାକୁ ଛାଡାଛଡି ହେଉନଥାନ୍ତି । ଯେତେ କୌଶଳରେ ଭୀମ ଯୁଦ୍ଧକଲେ ମଧ୍ୟ ଦୁର୍ଯେ୍ୟାଧନକୁ ପରାଜିତ କରିପାରୁନଥାଏ । ଶେଷରେ ଭୀମସେନ ଗୋବିନ୍ଦଙ୍କ ମୁଖକୁ ଅନାଇଲେ । ଏହି ସମୟରେ ଶ୍ରୀକୃଷ୍ଣ ନିଜ ଜାନୁରେ (ଜଙ୍ଘ) ଚାପୁଡାଏ ମାରିଲେ । ଶ୍ରୀକୃଷ୍ଣଙ୍କ ଏହି ଠାରକୁ ଦୁର୍ଯେ୍ୟାଧନ ଜାଣିପାରି ଘୋର ରଡି କରି ଭୀମସେନକୁ ଛିଞ୍ଚାଡି ପକାଇଲାରୁ ସେ ପବନରେ ଉଡି ବହୁ ଦୂରରେ ଯାଇ ପଡିଲା । ଏହାଦେଖି ମାୟାଧର ଶ୍ରୀକୃଷ୍ଣ ଏକ ମାୟାଭୀମ ସୃଷ୍ଟିକରି ଦୁର୍ଯେ୍ୟାଧନ ସହିତ ଯୁଦ୍ଧ କରିବାକୁ ତତ୍କ୍ଷଣାତ୍ ପଠାଇଲେ । ମାୟ ଭୀମ ଦୁଯେଁ୍ୟାଧନ ସହିତ ଯୁଦ୍ଧ କରିବା ଭିତରେ ତାହାର ମୁଷ୍ଟି ଆଘାତରେ ମୁହଁମାଡି ପଡିଗଲା । ଏହି ସମୟ ଭିତରେ ଭୀମସେନ ପବନ ଦେବତାଙ୍କୁ ସ୍ମରଣ କରି ପୁଣି ଦୁର୍ଯେ୍ୟାଧନ ସମ୍ମୁଖକୁ ଫେରିଆସିଲା । ଭୀମସେନ ଶତଶୃଙ୍ଗ ପର୍ବତକୁ ବାରମ୍ବାର ସ୍ମରଣ କରିବାରୁ ତା’ ଦେହରେ ଶତସିଂହର ପରାକ୍ରମ ସୃଷ୍ଟି ହେଲା । ସେ ମାନଗୋବିନ୍ଦର ଗୋଡଧରି ଊଦ୍ଧ୍ୱର୍ଗତି କରି ତୋଳି ଧରିଲା । ଶ୍ରୀକୃଷ୍ଣ ପୁଣି ଜାନୁରେ ଚାପୁଡାମାରି ପୁଣି ଭୀମସେନଙ୍କୁ ଠାରିଲେ ଏବଂ କଉମୋଦକୀ ଗଦାକୁ ସ୍ମରଣ କରି ତାହାକୁ ଭୀମସେନଙ୍କ ହାତକୁ ପ୍ରଦାନ କଲେ । ଭୀମସେନ ସେହି ଗଦାରେ ଦୁର୍ଯେ୍ୟାଧନଙ୍କ ଜାନୁକୁ ପ୍ରହାର କରି ଭାଙ୍ଗି ଦେଲେ ଓ ଦୁଇ ଜଙ୍ଘକୁ ନାଭି ପର୍ଯ୍ୟନ୍ତ ଚିରି ଦେଲେ । ଦୁର୍ଯେ୍ୟାଧନର ଦେହରୁ ଗଙ୍ଗାଯମୁନାର ଧାର ପରି ରକ୍ତର ଧାର ବହିଯାଉଥାଏ । ଫଳରେ ଦୁର୍ଯେ୍ୟାଧନର ଦେହ ନିସତ ହୋଇ ଆସୁଥାଏ । ସେହି ରକ୍ତକୁ ନେଇ ଭୀମହସେନ କପାଳରେ ଚିତା ଘେନିଲା । ତାଙ୍କ ମଣିମୁକୁଟକୁ ପାଦରେ ଦଳି ଚୂର୍ଣ୍ଣବିଚୁର୍ଣ୍ଣ କରିଦେଲା ଓ ମୁଣ୍ଡ ମୋଡିବାକୁ ଉଦ୍ୟତ ହେବା ଦେଖି ଯୁଧିଷ୍ଠିର ସମ୍ମାଳି ପାରିଲେ ନାହିଁ । ଭୀମସେନକୁ ପେଲିଦେଇ ଦୁର୍ଯେ୍ୟାଧନକୁ କୋଳକରି ଧରିଲେ ।
ରାଗଜର୍ଜରିତ ଭୀମସେନ କହିଲେ ଭାଇ! ଆପଣ ଏହାକୁ ଛାଡନ୍ତୁ । ଏହାର ବକ୍ଷକୁ ମୁଁ ବିଦାରଣ କରିବି । ବହୁତ ଦୁଃଖ ଦେଇଛି ଆମକୁ ।” ଅଧୀର ହୋଇ ଧର୍ମରାଜ ଭୀମକୁ କହିଲେ- “ତୋତେ ମୋର ଶପଥ ଭୀମ, ଏହାକୁ ଛାଡି ଦେ ।”
ଜାନୁଭଗ୍ନ ଦୁର୍ଯେ୍ୟାଧନକୁ କୋଳରେ ଧରି ଯୁଧିଷ୍ଠିର କାନ୍ଦି କାନ୍ଦି କହିଲେ “ବାବୁରେ, ଅତି ମାନରେ ତୋ ନାମ ମାନଗୋବିନ୍ଦ । ସେହି ମାନଗୋବିନ୍ଦ ପଣରେ ରାଜ୍ୟ, ଧନ, ସମ୍ପଦ, ସବୁ ବୁଡାଇଲ ୁ । ତୋର ଆମ ପ୍ରତି ଟିକେ ଦୟା ହେଲାନାହିଁ । କୁପରାମର୍ଶରେ ମାତି ଆମ୍ଭମାନଙ୍କୁ ବନରେ ବୁଲାଇଲୁ । ଗୋବିନ୍ଦ ଆମପାଇଁ ମାତ୍ର ପଡା ଖଣ୍ଡିଏ ମାଗିଲେ, ତାହା ମଧ୍ୟ ଦେବାପାଇଁ ଅସ୍ୱୀକାର କଲୁ । ଭୀମସେନ ଓ ଅର୍ଜୁନର ଶକ୍ତି ସାମର୍ଥ୍ୟ ତୁ କ’ଣ ଜାଣିନଥିଲୁ ? ତୁ ଯେଉଁ କୁମନ୍ତ୍ରଣାକାରୀଙ୍କ କଥାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲୁ, ସେମାନେ ତୋହର ଅସମୟରେ ସାହାପକ୍ଷ ହେଲେନାହିଁ । ଶେଷରେ ଲକ୍ଷେ ରାଜାଙ୍କ ଉପସ୍ଥିତିରେ ମୁଁ ତୋର ହାତ ଧରି ପଡା ଖଣ୍ଡିଏ ମାଗିଲି । (କ୍ରମଶଃ)