ଅଭୂତପୂର୍ବ ପରିବର୍ତ୍ତନ ଦିଗରେ ଅଗ୍ରସର ହେଉଛି ଅର୍ଥ ବ୍ୟବସ୍ଥା

ସୌରଭ ଶ୍ରୀବାସ୍ତବ : ବୈଶ୍ୱିକ ପ୍ରେକ୍ଷାପଟ୍ଟ ବର୍ତ୍ତମାନ ବିରାଟ ପରିବର୍ତ୍ତନ ଦିଗରେ ଆଗକୁ ଅଗ୍ରସର ହେଉଛି । ଭୂ-ରାଜନୈତିକ ଗଠବନ୍ଧନ ନୂଆ ଏକ ଦିଗରେ ଆଗକୁ ବଢିବାରେ ଲାଗିଛି । ଆର୍ଥିକ ସୀମାରେଖାମାନ ଅଧିକ ଜଟିଳ ହେବାରେ ଲାଗିଛନ୍ତି ଏବଂ ଟାରିଫ୍‌, ପ୍ରାଦ୍ୟୋଗିକୀ ତଥା ସାମଗ୍ରିକ ଯୋଗାଣ ଶୃଙ୍ଖଳା କୌଣସି ଦଣ୍ଡ ବିନା ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯିବାକୁ ଆରମ୍ଭ କରିଛି । ଏଭଳି ନୂତନ ବିଶ୍ୱ ବ୍ୟବସ୍ଥା ମଧ୍ୟରେ ଜାତୀୟ ସାର୍ବଭୌମତ୍ୱ ପ୍ରଯୁକ୍ତିବିଦ୍ୟା ସାର୍ବଭୌମତ୍ୱର ସମାର୍ଥକ ହୋଇ ସାରିଛି । ଏହି ପରିବର୍ତ୍ତିତ ଦୃଶ୍ୟପଟ ପ୍ରତି ମୋଦି ସରକାରଙ୍କ ପ୍ରତିକ୍ରିୟା ସର୍ବଦା ବାସ୍ତବବାଦୀ ଏବଂ ମହତ୍ୱାକାଂକ୍ଷୀ ରହିଛି । ପାରମ୍ପରିକ ଅତୀତ (ହାତୀର ପରି) ବର୍ତ୍ତମାନ ଭବିଷ୍ୟତ ଦିଗରେ ଗତିଶୀଳ, ଅପ୍ରତ୍ୟାଶିତ ଏବଂ ସମ୍ଭବତଃ ଆକ୍ରମଣାତ୍ମକ ଢଙ୍ଗରେ (ବାଘ ପରି) ବୃଦ୍ଧି ପାଇବାରେ ଲାଗିଛି । ବିଗତ ଏକ ଦଶକ ମଧ୍ୟରେ, ସରକାର ଏକ ଆଧୁନିକ ନବୋନ୍ୱେଷୀ ଅର୍ଥ ବ୍ୟବସ୍ଥାର ଆଧାରଶିଳା ସ୍ଥାପନ କରିଛି । ନିଜର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି  (ଡିପିଆଇ)ର ବିସ୍ତାରଣ କରାଯାଇଛି, ପ୍ରତିରକ୍ଷା ଏବଂ ମହକାଶ ଭଳି ରଣନୀତିକ କ୍ଷେତ୍ର ଘରୋଇ କମ୍ପାନୀମାନଙ୍କ ନିମନ୍ତେ ଉନ୍ମୁକ୍ତ କରାଯାଇଛି ଏବଂ ବିଶ୍ୱର ତୃତୀୟ ସର୍ବବୃହତ୍‌ ବିରାଟ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଭାରତର ସବୁଠାରୁ ଦୁର୍ବଳ ବିନ୍ଦୁ - ଅନୁସନ୍ଧାନ ଏବଂ ବିକାଶ କ୍ଷେତ୍ରରେ ନିରନ୍ତର କମ୍‌ ନିବେଶରୁ ମୁକୁଳିବା ସକାଶେ ନିଷ୍ପତ୍ତି ଗ୍ରହଣ କରିଛନ୍ତି  । ୨୦୨୪ ମସିହାରେ, ଭାରତର ମୋଟ ଅନୁସନ୍ଧାନ ଏବଂ ବିକାଶ ବ୍ୟୟ ହାରାହାରି ୧୮ ବିଲିଅନ ଡଲାର ଥିଲା । ଯାହା ଚୀନର ୪୫୦ ବିଲିୟନ ଡଲାରର ବିଂଶତମ ଅଂଶରୁ କମ୍‌ ଏବଂ ଇସ୍ରାଏଲର ୨୫ ବିଲିୟନ ଡଲାରଠାରୁ କମ୍‌ । ରଣନୈତିକ ଏବଂ ମହତ୍ତ୍ୱପୂର୍ଣ୍ଣ ପ୍ରାଦ୍ୟୋଗିକ ସଂସ୍ଥାମାନଙ୍କରେ ନେତୃତ୍ୱ ହାସଲ କରିବା ନିମନ୍ତେ, ଭାରତକୁ ୨୦୩୫ ମସିହା ସୁଦ୍ଧା ଅତି କମରେ ୨୦୦ ବିଲିଅନ ଡଲାର ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡିବ- ଯାହା ଆମର ଆନୁମାନିକ ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି)ର ହାରାହାରି ୩ ପ୍ରତିଶତ ହେବ । ଏଥିପାଇଁ ସରକାରୀ ପାଣ୍ଠିରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଏବଂ ଶିଳ୍ପରୁ ଆହୁରି ଅଧିକ ପ୍ରତିବଦ୍ଧତା ଆବଶ୍ୟକ ହେବ, ଯାହା ଆଜି ଦେଶର ଗବେଷଣା ଏବଂ ବିକାଶ ଖର୍ଚ୍ଚର କେବଳ ଏକ ତୃତୀୟାଂଶ ଯୋଗଦାନ କରେ, ଯାହା ବିଶ୍ୱ ଅଭ୍ୟାସର ସମ୍ପୂର୍ଣ୍ଣ ବିପରୀତ । ଆହ୍ୱାନ ବିଶାଳ - କିନ୍ତୁ ଅସମ୍ଭବ ନୁହେଁ ।

    ଅନୁସନ୍ଧାନ କ୍ଷେତ୍ରରେ ନିରବ କ୍ରାନ୍ତି : ଭାରତ ନିକଟରେ ପୂର୍ବରୁ ହିଁ ଅନେକ ଲୋକଙ୍କ ଅନୁମାନ ଠାରୁ ଅଧିକ ଶକ୍ତିଶାଳୀ ବୈଜ୍ଞାନିକ ଏବଂ ସାଂସ୍ଥାଗତିକ ଭିତ୍ତିଭୂମି ଅଛି । ଆମର ପ୍ରମୁଖ ସଂସ୍ଥାନ, ବିଶେଷ କରି ଆଇଆଇଟି ଏବଂ ଆଇଆଇଏସସି, ବର୍ତ୍ତମାନ ସ୍ନାତକ ଛାତ୍ରମାନଙ୍କ ତୁଳନାଠାରୁ ଅଧିକ ସ୍ନାତକୋତ୍ତର ସ୍କଲାର ପ୍ରସ୍ତୁତ କରୁଛନ୍ତି  । ଏହି ପ୍ରତିଷ୍ଠାନଗୁଡ଼ିକରେ ଗବେଷଣା ଏବଂ ବିକାଶର ପରିମାଣ ଏବଂ ଗୁଣବତ୍ତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି  । ଏହାର କେତେଗୋଟି ଉଦାହରଣ ନିମ୍ନରେ ପ୍ରଦାନ କରାଗଲା : ଆଇଆଇଟି ମାଡ୍ରାସ ମାନବ ଭ୍ରୁଣର ମସ୍ତିଷ୍କକୁ ଦଶ ଗୁଣ ଅଧିକ ପ୍ରଖର ଜିରୋଲ୍ୟୁସନ ଉପରେ ବିଶ୍ୱର ସବୁଠାରୁ ବିସ୍ତୃତ ୩ଡି ଇମେଜ ବୈଶ୍ୱିକ ମାନର ଦଶତମ କ୍ଷୁଦ୍ର ଭାଗରେ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛନ୍ତି  । ଆଇଆଇଟି କାନପୁର ଏକ କୃତ୍ରିମ ହୃତପିଣ୍ଡର ମଧ୍ୟ ବିକାଶ ଘଟାଇଛନ୍ତି ଯାହାର ମୂଲ୍ୟ ବର୍ତ୍ତମାନ ବିଜ୍ଞାନ କ୍ଷେତ୍ରରେ ଏହାର ବୈଶ୍ୱିକ ମୂଲ୍ୟର ପ୍ରାୟ ହାରାହାରି ସାତ ଭାଗରୁ ଏକ ଭାଗ ହେବାର ଅନୁମାନ କରାଯାଉଛି । ଆଇଆଇଟି ବମ୍ବେ କ୍ୟାନସର ନିମନ୍ତେ ସିଏସଆର-ଟି ସେଲ ଥେରାପିର ଗବେଷଣା ଆରମ୍ଭ କରିଛି ଯାହା ଭାରତୀୟ ରୋଗୀମାନଙ୍କୁ କ୍ୟାନସର ରୋଗର ଚିକିତ୍ସା ଖର୍ଚ୍ଚରେ ପ୍ରାୟ ୯ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ମୂଲ୍ୟରେ କରାଯାଇ ପାରିବ । ସେହିଭଳି ଆଇଆଇଏସସି ବାଙ୍ଗାଲୋର ଏକ ବ୍ରେନ୍‌- ଇନସ୍ପାୟାର୍ଡ ଏନାଲୋଗ କମ୍ପ୍ୟୁଟିଂ ପ୍ଲାଟଫର୍ମ ପ୍ରସ୍ତୁତ କରିଛି, ଯାହା ଦେହରେ ଏକ ସିଙ୍ଗଲ ମଲିକ୍ୟୁଲାର ଫିଲ୍ମରେ ୧୬,୫୦୦ କଣ୍ଡକ୍ଟେଣ୍ଟସ୍‌ ଷ୍ଟେଣ୍ଟ୍‌ ରହିଛି । ଏହା ପାରମ୍ପରିକ ମେସିନମାନଙ୍କ ବାଇନାରୀ ଲଜିକଠାରୁ କାହିଁ କେତେଗୁଣ ଅଧିକ କୁଶଳ ନ୍ୟୁରୋମର୍ଫିଂ ସିଷ୍ଟମରେ ପରିବର୍ତ୍ତନ କରି ଏଆଇ କମ୍ପ୍ୟୁଟିଂ କ୍ଷେତ୍ରରେ ବିପ୍ଳବ ଆଣିପାରିଛି ।

    ନବସୃଜନରେ ଏଆଇ ଏପରି ମାତ୍ରାରେ ବୃଦ୍ଧି ନିମନ୍ତେ ମୋଦୀ ସରକାର ନୀତିଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ ବ୍ୟବସ୍ଥାକୁ ସୁଦୃଢ କରିଛନ୍ତି । ଗବେଷଣା କାର୍ଯ୍ୟକୁ ସହଜ କରିବା ପାଇଁ ନୂଆ ନୂଆ ଢାଞ୍ଚାଗତ ସ୍ୱୀକୃତି ପ୍ରଦାନ ସକାଶେ ଅନେକ ସ୍ତରକୁ ହଟାଇ ଦିଆଯାଇଛି ଏବଂ ବୈଜ୍ଞାନିକମାନଙ୍କୁ ଏହା ଅଧିକ ସ୍ୱାୟତ୍ତତା ପ୍ରଦାନ କରିଛି । ଏଭଳି ସଂସ୍କାରକୁ ଶିକ୍ଷକ ସମୁଦାୟ ୧୯୯୧ ମସିହାର ଆର୍ଥିକ ଉଦାରୀକରଣ ଭଳି ଆଖ୍ୟା ପ୍ରଦାନ କରିବା ସହିତ ଉଚ୍ଚ ପ୍ରଶଂସା କରିଛନ୍ତି, ଯାହା କି ନବାଚାର ନିମନ୍ତେ ଅଧିକ ସହାୟକ ବାତାବରଣ ସୃଷ୍ଟି କରୁଛି । ଆଂଶିକ ରୂପେ ଆମେରିକାର ଏନଏସଏଫ ଆଧାରରେ ଗଠିତ ଏଏନଆରଏଫ, ଭାରତର ଗବେଷଣାର ବାତାବରଣକୁ ପରିବର୍ତ୍ତନ କରିବା ଭଳି ବାତାବରଣ ସୃଷ୍ଟି କରିଛି । ମାତ୍ର ପାଞ୍ଚ ବର୍ଷ ଭିତରେ ୫୦,୦୦୦ କୋଟି ଟଙ୍କାର ଆନୁମାନିକ ବଜେଟ ସହିତ, ଏହା ଭାରତର ବିଶ୍ୱବିଦ୍ୟାଳୟ, କଲେଜ, ଗବେଷଣା ସଂସ୍ଥା ଏବଂ ଗବେଷଣା ଓ ବିକାଶ ପ୍ରୟୋଗଶାଳାମାନଙ୍କରେ ମୂଳଭୂତ ଓ ଅନୁପ୍ରଯୁକ୍ତ ଗବେଷଣା ଉଭୟ ନିମନ୍ତେ ଆବଶ୍ୟକ ରାଶି ଉପଲବ୍ଧ କରାଇବ ଏବଂ ଏଥିରେ ଉଦ୍ୟୋଗର ସହଯୋଗକୁ ମୁଖ୍ୟ ରୂପରେ ସାମିଲ କରାଯିବ । ଏହାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ହେଲା ଏହା ଯେ ଏହାର ନେତୃତ୍ୱ ଉଦ୍ୟୋଗ ଜଗତର ଏକ ଜଣାଶୁଣା ସିଇଓ କରୁଛନ୍ତି, ଯିଏ ଏହାର କାର୍ଯ୍ୟଧାରାରେ ଫଳାଫଳମୁଖୀ, ବିଭିନ୍ନ କ୍ଷେତ୍ରକୁ ପରସ୍ପର ସହିତ ସଂଯୋଗ କରିବା ଭଳି ବାତାବରଣ ସୃଷ୍ଟି କରୁଛନ୍ତି ।

    ଆରଡିଆଇ କୋଷରେ ପ୍ରବେଶ : ଯଦି ଏଏନଆରଏଫ କ୍ଷମତା ନିର୍ମାଣ ସମ୍ବନ୍ଧିତ ଅଟେ, ତେବେ ନୂଆକରି ୧ ଲକ୍ଷ କୋଟି ଟଙ୍କାର ଅନୁସନ୍ଧାନ, ବିକାଶ ଏବଂ ନବାଚାର (ଆର.ଡି.ଆଇ.) କୋଷ ମହତ୍ତ୍ୱାକାଂକ୍ଷାକୁ ପ୍ରୋତ୍ସାହନ ଦେବା ସମ୍ପର୍କିତ ଅଟେ । ଏହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ପରିବର୍ତ୍ତନ ଆଣିବାର ଉପକ୍ରମ ବୋଲି ବିବେଚନା କରାଯାଇପାରେ, ଯାହାର ଉଦ୍ଦେଶ୍ୟ ରଣନୈତିକ ଏବଂ ନୂଆକରି ମୁଣ୍ଡ ଟେକୁଥିବା ପ୍ରାଦ୍ୟୋଗିକୀରେ ଘରୋଇ କ୍ଷେତ୍ରର ଗବେଷଣା ଏବଂ ବିକାଶ ନିବେଶକୁ ପ୍ରୋତ୍ସାହନ ଯୋଗାଉଛି । ଏହା ଇକୁଇଟି ଏବଂ ହାଇବ୍ରିଡ୍‌ ଇନଷ୍ଟ୍ରୁମେଣ୍ଟ ସହିତ କର୍ପୋରେଟ, ଷ୍ଟାର୍ଟ ଅପ୍‌, ଏବଂ ଏଫଆଇଓକୁ ଦୀର୍ଘକାଳୀନ, କମ୍‌ ଯୋଗାଣଯୁକ୍ତ ଆର୍ଥିକ ପୋଷଣା ପ୍ରଦାନ କରିବ, ଯାହା ସେମିକଣ୍ଡକ୍ଟର, କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ, ମହାକାଶ, ବାୟୋଟେକ୍‌, ଶକ୍ତି ଏବଂ ଏହିଭଳି ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ପ୍ରାଦ୍ୟୋଗିକୀର ବିକାଶ ଘଟାଉଛି । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ଏହା ଯେ, ଏହି କୋଷର ପ୍ରବନ୍ଧନ ସରକାର ନୁହଁନ୍ତି, ବରଂ ବ୍ୟବସାୟ ସହିତ ଜଡିତ ସଂସ୍ଥାମାନେ ହିଁ କରିବେ ଏବଂ ନିବେଶ ସହିତ ଜଡିତ ନିଷ୍ପତ୍ତି ଅର୍ଥ, ଉଦ୍‌ୟୋଗ ଏବଂ ପ୍ରାଦ୍ୟୋଗିକୀ ସଂସ୍ଥାଙ୍କ ବିଶେଷଜ୍ଞମାନଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସମିତିମାନ ଗ୍ରହଣ କରିବେ । ଡିଜାଇନ ଏବଂ ଉଦ୍ଦେଶ୍ୟ ହିସାବରୁ ଦେଖିଲେ, ଏହା ସରକାର ଏବଂ ଉଦ୍ୟୋଗମାନଙ୍କ ନିମନ୍ତେ ଏକାଠି ମିଳିମିଶି କାର୍ଯ୍ୟ କରାଯିବା ଏବଂ ସମସ୍ତ କ୍ଷେତ୍ରରେ ନବାଚାରର ପ୍ରୟୋଗ କରିବାର ଏକ ଐତିହାସିକ ଅବସର ଓ ସୁଯୋଗ ପ୍ରଦାନ କରେ । ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ବିଭାଗର ସମସ୍ତ ହିତଧାରକମାନଙ୍କ ସହିତ ବ୍ୟାପକ ଆକାରରେ ଆଲୋଚନା କରିବା, ଏହାର ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ଏକ ସକାରାତ୍ମକ ସଂକେତ ବୋଲି ବିବେଚନା କରାଯାଇପାରେ । ଆରଡିଆଇ କୋଟରେ ଭାରତର ଡିପ୍‌ ଟେକ୍‌ ଇକୋସିଷ୍ଟମକୁ ବଦଳାଇବା ଏବଂ ଭାରତକୁ ସେହି ରଣନୈତିକ ସ୍ୱାଧୀନତା ପ୍ରଦାନର କ୍ଷମତା ରହିଛି ଯାହାପାଇଁ ଏଭଳି ଏକ ଦୁନିଆର ଅପେକ୍ଷା ରଖେ, ଯେଉଁଠାରେ ଚୀନ ତା’ର ପୁରୁଣା ଉଦାର ବ୍ୟବସ୍ଥାର ଧ୍ୱଂସସ୍ତୂପ ଉପରେ ନୂତନ ବିଶ୍ୱ ବ୍ୟାପାର ନିୟମ ପ୍ରସ୍ତୁତ କରିବା ଏବଂ ପ୍ରବର୍ତ୍ତନ କରିବା ସକାଶେ ପ୍ରୟାସ ଜାରି ରଖିଛି ।

    ଇତିହାସରୁ ଶିକ୍ଷାଲାଭ : କିଛି ଐତିହାସିକ ସମାନତା ଏଭଳି ଯାହାକୁ ସ୍ମରଣ ରଖିବା ଆମ ପାଇଁ ବେଶ୍‌ ଜରୁରୀ ମନେହୁଏ । ଆମମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ଏକଥା ଜଣାନାହିଁ ଯେ, ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଶେଷ ପର୍ଯ୍ୟାୟ ବେଳକୁ  ଆମେରିକା ପ୍ରଯୁକ୍ତି ଏବଂ ନବାଚାର କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ନଥିଲା । ଏହାର ପରିବର୍ତ୍ତନର ଅୟମାରମ୍ଭ ‘ସାଇନ୍ସ - ଦ ଏଣ୍ଡଲେସ୍‌ ଫ୍ରଣ୍ଟିଅର’ ନାମରେ ୧୯୪୫ ମସିହାର ଏକ ରିପୋର୍ଟରେ ହୋଇଥିଲା, ଯାହାକୁ ରାଷ୍ଟ୍ରପତି ରୁଜଭେଲ୍ଟ କମିଶନ କରିଥିଲେ ଏବଂ ୱେନଭ ବୁଶ୍‌ ଏହାକୁ ଲେଖିଥିଲେ । ଏହି ରିପୋର୍ଟ କାରଣରୁ ଏନଏସଏଫ ଏବଂ ଅନ୍ୟ ଏଜେନ୍ସିମାନ ଗଠନ କରାଯାଇଥିଲା । ଏଥିରେ ଏହି ଯୁକ୍ତି ଦର୍ଶାଯାଇଥିଲା ଯେ, ରୋଗ ବିରୁଦ୍ଧରେ ଲଢିବା, ରାଷ୍ଟ୍ରୀୟ ସୁରକ୍ଷା ସୁନିଶ୍ଚିତ କରିବା, ଜୀବନ ସ୍ତରକୁ ସୁଧାରିବା ଏବଂ ନୂତନ ଉଦ୍ୟୋଗ ଏବଂ ରୋଜଗାରର ଅବସର ସୃଜନ କରିବା ନିମନ୍ତେ, ସରକାରଙ୍କୁ ଅନୁସନ୍ଧାନ ଏବଂ ବିକାଶ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରିବା ଆବଶ୍ୟକ । ସେହିଭଳି ବୈଜ୍ଞାନିକ ଅବସଂରଚନା ପ୍ରସ୍ତୁତ କରିବା ଦରକାର । ସରକାରଙ୍କୁ ଅନୁସନ୍ଧାନ କରିବା ଜରୁରୀ । ପ୍ରତିଭାର ବିକାଶ କରିବା ଦରକାର ଏବଂ ଘରୋଇ କ୍ଷେତ୍ରକୁ ଅନୁସନ୍ଧାନ ଏବଂ ବିକାଶ କ୍ଷେତ୍ରରେ ନିବେଶ କରିବା ସକାଶେ ପ୍ରୋତ୍ସାହନ ଦେବା ଦରକାର । ଏହି ଦୃଷ୍ଟିକୋଣ ବିଶ୍ୱ ଯୁଦ୍ଧ ପରେ ଆମେରିକାକୁ ବିଶ୍ୱରେ ପ୍ରଭୁତ୍ୱ କାଏମ କରିବାରେ ସହାୟକ ହୋଇଥିଲା । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ତରୁଣ ଖାନ୍ନା ଯାହା କହିଛନ୍ତି, ‘ପ୍ରଦତ୍ତ ମାନବ ଇତିହାସରେ ଏଭଳି କୌଣସି ସମାଜ ନୁହେଁ, ଯାହା ଅନୁସନ୍ଧାନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା ଏବଂ ବିପୁଳ ନିବେଶ କରାଯିବା ବିନା ମଧ୍ୟମ ଆୟ ଗୋଷ୍ଠୀର ଦେଶକୁ ଉଚ୍ଚ ଆୟଯୁକ୍ତ ଦେଶରେ ପରିଣତ କରିଥିଲା ।’ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ନିର୍ମାଣ କରିବା ସକାଶେ ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ସାକାର କରିବା ଲାଗି, ଭାରତକୁ ନବାଚାର ଏବଂ ପ୍ରାଦ୍ୟୋଗିକୀରେ ଶ୍ରେଷ୍ଠତ୍ୱ ହାସଲ କରିବାକୁ ନିଜର ରାଷ୍ଟ୍ରୀୟ ମିଶନରେ ପରିଣତ କରିବାକୁ ପଡିବ ଏହା ଏଭଳି ଏକ ମିଶନ ଯାହା  ସମସ୍ତ କ୍ଷେତ୍ର ଏବଂ ସଂସ୍ଥାନରେ ପ୍ରବର୍ତ୍ତନ କରାଯାଇପାରିବ ।

   ସମସ୍ତଙ୍କ ଭାଗିଦାରୀ ଆବଶ୍ୟକ : ସରକାର ସର୍ବୋଚ୍ଚସ୍ତରରେ, ଏବେ ସୁଦ୍ଧା ସବୁଠାରୁ ମଜଭୁତ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଅନ୍ୟମାନଙ୍କୁ ମଧ୍ୟ ଏହି ଅବସର ସମ୍ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହେବାକୁ ପ୍ରୋତ୍ସାହନ ଯୋଗାଇଛି । ସରକାରଙ୍କ ସମସ୍ତ ଅଙ୍ଗକୁ ଏହା ବୁଝିବାକୁ ହେବ ଯେ ଏହା ଦେଶ ଲାଗି ଉତ୍ତମ ତଥା ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ, ଯାହା ପାଇଁ କ୍ଷିପ୍ର, ଦୃଢ ନିଶ୍ଚୟ ଏବଂ ସାହସର ଆବଶ୍ୟକତା ରହିଛି । ଅତ୍ୟାଧୁନିକ ଅନୁସନ୍ଧାନରେ ବେଳେବେଳେ ଭୁଲ ତ୍ରୁଟି ରହିଥାଇପାରେ – ସେମାନଙ୍କୁ ଦୋଷତ୍ରୁଟି ନୁହେଁ, ବରଂ ଶିକ୍ଷାଲାଭ କରିବାର ଅବସର ବୁଝାଇବା ଦରକାର । ଯଦି କ୍ରିୟାନ୍ୱୟନକୁ ସମସ୍ୟା ସହିତ ଜଡିତ ରଖାଯିବ, ତେବେ ଅବସର ହାତରୁ ଖସି ଯାଇପାରେ । ଭାରତ ପୂର୍ବରୁ ହିଁ ଅନୁସନ୍ଧାନ ଏବଂ ବିକାଶ ନିବେଶରେ ପଛରେ ରହିଆସିଛି, ଯଦି ଆମେ ବର୍ତ୍ତମାନ ଏଥିରେ ଆହୁରି ଅଧିକ ଅବହେଳା ଦେଖାଇବା, ତେବେ ଆମକୁ ପଛରେ ସୁନିଶ୍ଚିତ ଭାବେ ପସ୍ତାଇବାକୁ ପଡିବ । କେବଳ ଚୀନ୍‌ ନୁହେଁ, ବରଂ ବିଶ୍ୱବ୍ୟାପୀ ଅନେକ ଦେଶ – ଘରୋଇ ପ୍ରାଦ୍ୟୋଗିକୀ ସଂସ୍ଥାମାନଙ୍କୁ ନିଜର ବଜାର ପର୍ଯ୍ୟନ୍ତ ପହଞ୍ଚ ଜାରି ରଖିବା ଉପରେ ପ୍ରାଥମିକତା ପ୍ରଦାନ କରିବାର ଉପାୟ ଖୋଜି ପାଇଛନ୍ତି, ଯାହା ଫଳରେ ସେମାନଙ୍କ କମ୍ପାନୀଗୁଡିକ ବିଶ୍ୱ ବଜାରରେ ପହଞ୍ଚିବା ପୂର୍ବରୁ ନିଜର ଉତ୍ପାଦଗୁଡିକୁ ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ କରିବାର ସୁଯୋଗ ପାଇପାରିବେ । ଆମେ ଯେ ପର୍ଯ୍ୟନ୍ତ ଏଭଳି କରିବା ନାହିଁ, ଆମର ଅନେକ ସମ୍ଭାବିତ ଭବିଷ୍ୟତର ବୈଶ୍ୱିକ ବିଜେତା ଜନ୍ମ ପୂର୍ବରୁ ହିଁ ଅକ୍ଷମ ହୋଇପାରେ ଏବଂ ଆମର ଉତ୍ତମ ଉପାୟ ମଧ୍ୟ ନିଜର ପୂର୍ଣ୍ଣ କ୍ଷମତା ହାସଲ କରିପାରିବ ନାହିଁ । ଆମେରିକାରୁ ଚୀନ୍‌, ଜାପାନ ଏବଂ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ନବସୃଜନ ଇକୋସିଷ୍ଟମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମ୍ପାନୀଗୁଡ଼ିକ ବୌଦ୍ଧିକ ସମ୍ପତ୍ତି ଏବଂ ମାନବ ସମ୍ବଳ ଉପରେ ନିର୍ଭର କରନ୍ତି । ବିପରୀତରେ, ଭାରତୀୟ ଶିଳ୍ପ ଐତିହାସିକ ଭାବରେ ମାଲିକାନା ନବସୃଜନରେ କମ୍‌ ନିବେଶ କରିଛି । ଅତ୍ୟାଧୁନିକ ଗବେଷଣାକୁ ପ୍ରୟୋଗଶାଳାରୁ ବଜାରକୁ ନେବା ପାଇଁ ସେମାନଙ୍କ ପାଖରେ ଆର୍ଥିକ ଏବଂ ସାଂଗଠନିକ ଶକ୍ତି ରହିଛି । ସେମାନେ ଗବେଷଣା ଏବଂ ବିକାଶରେ ଅଧିକ ନିବେଶ କରିବା ଆବଶ୍ୟକ, ଶିକ୍ଷା ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ କାମ କରିବା ଜରୁରୀ, ପ୍ରତିଶ୍ରୁତିବଦ୍ଧ ଷ୍ଟାର୍ଟଅପ୍‌ ହାସଲ କରିବା କିମ୍ବା ପାଣ୍ଠି ଯୋଗାଇବା ଉଚିତ ଏବଂ ଭାରତୀୟ ବିଜ୍ଞାନ ଉପରେ ଅଧିକ ବିଶ୍ୱାସ ରଖିବା ଦରକାର । ଆମର ଷ୍ଟାର୍ଟ ଅପ୍‌ ପୂର୍ବରୁ ହିଁ ଏଥି ନିମନ୍ତେ ମାର୍ଗ ପ୍ରଦର୍ଶନ କରିଚାଲିଛି ।

  ଭବିଷ୍ୟତର ମାର୍ଗ : ଭାରତର ଡିପିଆଇ- ଆଧାର, ୟୁପିଆଇ, ଓଏନଡିସି ଆଦି ପୂର୍ବରୁ ପ୍ରଦର୍ଶନ କରିସାରିଛନ୍ତି ଯେ, ଦୂରଦୃଷ୍ଟିସମ୍ପନ୍ନ ସାର୍ବଜନୀନ ନୀତି, ଯେତେବେଳେ ବ୍ୟାପକ ଭାବରେ କାର୍ଯ୍ୟକାରୀ ହୁଏ, ତାହା ଶାସନ ଏବଂ ଅନ୍ତର୍ଭୁକ୍ତିକରଣକୁ ପରିବର୍ତ୍ତନ କରିପାରିବ । ଆରଡିଆଇ ପାଣ୍ଠି ନବାଚାର କ୍ଷେତ୍ରରେ ଏହି ପରିବର୍ତ୍ତନ ଆଣିବାର କ୍ଷମତା ଧାରଣ କରେ । ସାଧନ ମହଜୁଦ ରହିଛି, ସମୟ ମଧ୍ୟ ଉପଯୁକ୍ତ ରହିଛି । ଯଦି ସରକାର, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ଏକାଠି କାମ କରନ୍ତି, ତେବେ ଆରଡିଆଇ ପାଣ୍ଠି ଏକ ନୂତନ ଆରମ୍ଭ ହୋଇପାରେ - ଯେଉଁଠାରେ ଭାରତ କେବଳ ପ୍ରଯୁକ୍ତିବିଦ୍ୟା ଦୌଡ଼ରେ ଅଂଶଗ୍ରହଣ କରିବ ନାହିଁ, ବରଂ ଗତି ମଧ୍ୟ ସ୍ଥିର କରିବ ।

ନେସକମ୍‌, ଆଇବିସିଏ, ଟିଆଇଏର ସହ ସଂସ୍ଥାପକ 
ଏବଂ ପୂର୍ବତନ ଅଧ୍ୟକ୍ଷ