ସ୍ୱାଧୀନତା ଓ ବିଭାଜନର ଦରଦଭରା ଗାଥା

୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତୀୟ ଉପ ମହାଦ୍ୱୀପ ଖୁସି ଏବଂ ଉସôବରେ ଭରି ଯାଇଥିଲା କାରଣ ଦୀର୍ଘ ସମୟର ପ୍ରତିକ୍ଷିତ ସ୍ୱାଧୀନତା ମିଳିଯାଇଥିଲା । ଦୁଇ ଶତାବ୍ଦୀ ଧରି ଭାରତରେ ଚାଲିଥିବା ଔପନିବେଶିକ ଶାସନର ଅନ୍ତ ଘଟିଥିଲା । ୧୭୫୭ର ପଲାସି ଯୁଦ୍ଧ ପରଠାରୁ ଇଂରେଜ ମାନେ ଧୀରେ ଧୀରେ ଭାରତ ଉପରେ ନିଜର ପ୍ରଭାବ ବିସ୍ତାର କରିଚାଲିଥିଲେ । ନିଜର ମାତୃଭୂମିକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଅନେକ ବୀର ସହିଦ ହୋଇଥିଲେ ଓ ନିଜର ପ୍ରାଣବଳି ଦେଇ ବିଦେଶୀ ଶାସନରୁ ମୁକ୍ତ ଅଖଣ୍ଡ ଭାରତର ସ୍ୱପ୍ନ ପାଇଁ ଏସବୁ ନାୟକଙ୍କୁ ପ୍ରେରଣା ଯୋଗାଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ କରି ଦେଶ ସ୍ୱାଧୀନ ହେଲା ହେଲେ ଭାରତରେ ସଂଘର୍ଷର ଅନ୍ତ ଘଟିନଥିଲା । ଭାରତ ଉପରେ ନିଜର କବ୍ଜା ବଜାୟ ରଖିବା ପାଇଁ “ବିଭାଜନ କର ଓ ଶାସନ କର” ନୀତିକୁ ଆପଣେଇ ଥିବା ଇଂରେଜ ମାନଙ୍କ ଦ୍ୱାରା ବୁଣାଯାଇଥିବା ମଞ୍ଜି ପରବର୍ତ୍ତୀ ସମୟରେ ଆମ ରାଷ୍ଟ୍ରୀୟ ଜୀବନରେ ଏକ ମାର୍ଗଦର୍ଶକ ସିଦ୍ଧାନ୍ତ ପାଲଟିଯାଇଥିଲା । ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ୱରେ ମୁସଲିମଲିଗ ମୁସଲମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଷ୍ଟ୍ରର ଦାବି କରିଥିଲା । ଯାହାର ପରିଣାମ ସ୍ୱରୂପ ପାକିସ୍ଥାନ ଜନ୍ମ ନେଇଥିଲା । ଏହା ଏକ ଦୁଃଖଦ ବିଭାଜନର ମାର୍ଗ ପ୍ରଶସ୍ତ କରିଥିଲା । ଯାହା ଆଜି ମଧ୍ୟ ବିଶ୍ୱ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଘଟଣା ହୋଇ ରହିଯାଇଛି । ବିଭାଜିତ ଭାରତର ବିଚାର ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ଗମ୍ଭୀର ଆଘାତ ଥିଲା ଯେଉଁଥିପାଇଁ ଲମ୍ବା ଲଢେଇ ଲଢାଯାଇଥିଲା ।
୧୪-୧୫ ଅଗଷ୍ଟ ୧୯୪୭ର ମଧ୍ୟରାତ୍ରୀରେ ଘଟିଥିବା ଏହି ବିଭାଜନ ଘଟଣାରେ ନିରାଶ ହୋଇଥିଲେ ଅଗଣିତ ବୀର ସହିଦଙ୍କ ଆତ୍ମା ଯେଉଁମାନେ ସ୍ୱାଧୀନତା ଲଢେଇରେ ପ୍ରାଣ ବଳି ଦେଇଥିଲେ । ସ୍ୱାଧୀନତା ପାଇଁ ଲଢେଇ କରୁଥିôବା ତଥା ଅଖଣ୍ଡ ଭାରତର ସ୍ୱପ୍ନ ଦେଖୁଥିବା ନେତାମାନେ ମଧ୍ୟ ମାନସିକ ଭାବେ ଆହତ ହୋଇଥିଲେ । ଭାରତର ବିବିଧତା ଭିତରେ ଥିବା ଏକତା ଏହାର ରାଷ୍ଟ୍ରୀୟ ପରିଚୟର ଏକ ଅଭିନ୍ନ ଅଂଶ ଅଟେ ଯାହାର ଉପଯୋଗିତାକୁ ନେଇ କେବେ ବି ବୁଝାମଣା କରାଯିବା ଉଚିତ୍ ନୁହେଁ । ୧୪-୧୫ଅଗଷ୍ଟ ୧୯୪୭ ରାତ୍ରୀରେ ଲୋକଙ୍କ ଭିତରେ ଥିବା ଏହି ରାଷ୍ଟ୍ରୀୟ ଦୃଷ୍ଟିଭଙ୍ଗୀ ପୁରାପୁରି ବଦଳିିଯାଇଥିଲା । ଇଂରେଜ ମାନେ ଚାଳିଯିବା ପରେ ଭାରତୀୟ ନେତାଙ୍କ କାନ୍ଧରେ ଏକ ଚାଲେଞ୍ଜପୂର୍ଣ୍ଣ କାର୍ଯ୍ୟ ଥିଲା: ଏକ ନୂଆ ସ୍ୱତନ୍ତ୍ର ରାଷ୍ଟ୍ରର ସ୍ଥାପନା କରିବା । ସେମାନଙ୍କୁ ଆର୍ଥôକ ବିକାଶ, ସାମାଜିକ ଅସମାନତା ଏବଂ ରାଜନୈତିକ ଅସ୍ଥିରତା ଭଳି ଜଟିଳ ପ୍ରସଙ୍ଗକୁ ସାମନା କରିବାକୁ ପଡିଥିଲା ।
୧୯୪୭ରେ ଭାରତର ବିଭାଜନ ଦେଶର ଇତିହାସରେ ଏକ କଳା ଅଧ୍ୟାୟ ଥିଲା । ଅଖଣ୍ଡ ଭାରତ ବଦଳରେ ଦୁଇଟି ଭିନ୍ନ ଭିନ୍ନ ରାଷ୍ଟ୍ର ଭାରତ ଏବଂ ପାକିସ୍ଥାନ ସୃଷ୍ଟି ହୋଇଥିଲା । ଏହା କେବଳ ଭୌଗୋଳିକ ବିଛିନ୍ନତା ନଥିଲା ବଂର ଧର୍ମ ଆଧାରରେ ବିଭାଜନ ଥିଲା – ହିନ୍ଦୁ ଏବଂ ମୁସଲିମ୍ । ଏହା ପରର ଘଟଣା ଦୁଃଖଦ ଥିଲା ଯାହା ଆଜିବି ଭାବିଲେ ଡ଼ରଲାଗେ । ହିନ୍ଦୁ, ଶିଖ ଓ ଅନ୍ୟ ବିଭିନ୍ନ ଧର୍ମର ଲୋକମାନେ ଭାରତରେ ସ୍ୱାଧୀନ ଭାବେ ରହିବାର ଆଶା କରିଥିଲେ । କିନ୍ତୁ ଦେଶରେ ଏକତା ବଦଳରେ ଅରାଜକତା ଏବଂ ହିଂସା ବ୍ୟାପିଥିଲା । ଦୁଃଖଦ ବିଭାଜନ ଦେଶର ମାନସ ପଟରେ ଏକ ସ୍ଥାୟୀ ଚିହ୍ନ ଛାଡିଦେଲା ଯାହା ବିଭାଜନ ଏବଂ ଘୃଣାର କଥାକୁ ମନେ ପକାଇଦେଇଥାଏ । ରାତାରାତି ହଜାର ହଜାର ଲୋକ ବେଘର ହୋଇଗଲେ ଓ ଏମାନେ ବାଧ୍ୟ ହୋଇ ଏକ କଟ୍ଟର ହିନ୍ଦୁ ବିରୋଧୀ ରାଷ୍ଟ୍ରର ପ୍ରଜା ପାଲଟି ଗଲେ । ବେଦ ଏବଂ ଉପନିଷଦର ଜନସ୍ଥଳୀ ଯୁଦ୍ଧ କ୍ଷେତ୍ର ପାଲଟି ଯାଇଥିଲା । ସିନ୍ଧୁ ନଦୀ ନିଜର କ୍ଷେତ୍ରରେ ବିଦେଶୀ ପାଲଟିଗଲା । ଅନେକ ଲୋକ ଯେଉଁମାନେ ସୀମାର ଦୁଇ ପାଖରେ ଥିଲେ ସେମାନେ ପରସ୍ପର ପାଇଁ ବିଦେଶୀ ପାଲଟି ଯାଇଥିଲେ । ଅକଥନୀୟ ଅତ୍ୟାଚାରରେ ଅନେକ ଲୋକଙ୍କର ଜୀବନ ଯାଇଥିଲା । ହଜାର ହଜାର ଲୋକ ଧାର୍ମିକ ଉତ୍ପୀଡ଼ନର ଶୀକାର ହେଲେ । ମହିଳାମାନେ ଅଧିକ ଅତ୍ୟାଚାରିତ ହୋଇଥିଲେ । ଅନେକ ମହିଳାଙ୍କୁ ଅପହରଣ ପରେ ବଳାକôାର କରାଯାଇଥିଲା ଓ ଅପମାନଜନକ ବ୍ୟବହାର କରାଯାଇଥିଲା । ନିଜର ସୁରକ୍ଷା ପାଇଁ ଅନେକ ଅତ୍ୟାଚାରିତ ହିନ୍ଦୁ ନବଗଠିତ ପାକିସ୍ଥାନରୁ ଭାରତକୁ ଘରଦ୍ୱାର ଓ ସମସ୍ତ ସମ୍ପତ୍ତି ଛାଡି ପଳାଇ ଆସିଥିଲେ । ଏହା ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ ଥିଲା ଯାହା ଲୋକଙ୍କର ସବୁଠାରୁ ବଡ଼ ପ୍ରବାସନକୁ ଦର୍ଶାଇ ଥାଏ । ଦୁଃଭାର୍ଗ୍ୟ ଯେ ଏହି ପ୍ରବାସନର ପରିଣାମ ସ୍ୱରୂପ ପ୍ରଭାବିତ ଲୋକଙ୍କୁ ବ୍ୟାପକ ପୀଡ଼ା ସହିବାକୁ ପଡିଥିଲା । ଦୁଃଖର କଥା ଯେ ଏହି ସମୟରେ ୫ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ଆସାମକୁ ପୂର୍ବ ପାକିସ୍ଥାନ (ବର୍ତ୍ତମାନର ବଙ୍ଗଳାଦେଶ)ରେ ମିଶାଇବା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । କିନ୍ତୁ ଭାରତୀୟ ନେତାମାନଙ୍କ ବିରୋଧ ଯୋଗୁଁ ଏହା ହୋଇପାରିନଥିଲା ।
ଭାରତ ସ୍ୱାଧୀନ ହୋଇଥିଲା କିନ୍ତୁ ଭାରତକୁ ଦୁଃଖ ଉତ୍ପୀଡ଼ନ ଏବଂ ଏକତାର ଅବର୍ଣ୍ଣନୀୟ ବିଘଟନକୁ ସହିବାକୁ ପଡିଲା । ବିଭାଜନ ହେଉଛି ଏକ ଜ୍ୱଳନ୍ତ ଉଦାହରଣ ଯାହା ସୂଚାଇ ଦିଏ ଯେ କେମିତି ନିଜର ସ୍ୱାର୍ଥ ସାଧନ ପାଇଁ ବିଦେଶୀ ଶକ୍ତି କୌଣସି ରାଷ୍ଟ୍ରର ଏକତାକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ସାମ୍ପ୍ରଦାୟିକତାର କୂଟନୀତିକୁ ବ୍ୟବହାର କରିଥାନ୍ତି । ଆମର ବୀର ସ୍ୱତନ୍ତ୍ରତା ସେନାନୀ ଧାର୍ମିକ ରୂପରେ ବିଭାଜିତ ଦେଶ ନିର୍ମାଣ, ଅଖଣ୍ଡ ଭାରତକୁ ବିଖଣ୍ଡିତ କରିବା ପାଇଁ ନିଜର ପ୍ରାଣବଳି ଦେଇନଥିଲେ । ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବିଭାଜନକାରୀ ରାଜନୀତିର ପରିଣାମ ସ୍ୱରୂପ ସମକାଳୀନ ସମୟରେ ଭାରତର ଏକତାକୁ ଖଣ୍ଡିତ କରିବା ପାଇଁ ବାରମ୍ବାର ପ୍ରୟାସ ହୋଇଛି । ବିଭାଜନର ସେଇ ଦୁଃଖଦ କାହାଣୀ ଆଜି ବି ସମସ୍ତେ ମନେ ରଖିଛନ୍ତି । ଆମ ମାତୃଭୂମି ପାଇଁ ନିଜର ଜୀବନ ଦେଇଥିବା ବୀରମାନଙ୍କ ସ୍ମୃତି ପାଇଁ ଅଗଷ୍ଟ ୧୪କୁ “ବିଭାଜନ ବିଭିଷିକା ସ୍ମୃତି ଦିବସ” ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଭାଜନ ସମୟରେ ନିର୍ଯାତିତ ହୋଇଥିବା ଏବଂ ହିଂସାକାଣ୍ଡ ଘଟଣାର ମୃତକଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେବା ଆମର କର୍ତ୍ତବ୍ୟ/ଦାୟିତ୍ୱ ହେବା ଉଚିତ୍ ।
ରାମଚନ୍ଦ୍ର ପୁର, ରଣପୁର
ମୋ : ୯୪୩୮୪୮୫୦୯୪