ପଞ୍ଚମୁଖୀ ସିଦ୍ଧ ହନୁମାନ ମନ୍ଦିର ବାର୍ଷିକୋତ୍ସବ

 ଆନନ୍ଦପୁର: ପୌରପରିଷଦ ରିଂ ରୋଡ଼ ଛକ ନିକଟ ମୁକ୍ତିତୀର୍ଥ ଆନନ୍ଦଧାମ ପରିସରରେ ଥିବା ପଞ୍ଚମୁଖୀ ସିଦ୍ଧ ହନୁମାନ ମନ୍ଦିରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୩ ତାରିଖରୁ ଅଙ୍କୁରାରୋପଣ, କଳସ ଯାତ୍ରା, ଉପଚାର ପୂଜା, ସୁନ୍ଦରାକାଣ୍ଡ, ଗୀତାଯଜ୍ଞ କାର୍ଯ୍ୟକ୍ରମ ୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ଶୁକ୍ରବାର ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ସୂର୍ଯ୍ୟନାରାୟଣ ପୂଜନ, ଉପଚାର ପୂଜା, ହନୁମାନଙ୍କ ସାହସ୍ରାହୁତି, ଚଣ୍ଡୀଯଜ୍ଞ ଏବଂ ସନ୍ଧ୍ୟା ୬.୩୦ ମିନିଟ ସମୟରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ଯଜମାନ ଦେବରଞ୍ଜନ ସାହୁ ଏବଂ ପନôୀ ସୁନୀତା ସାହୁ ସଂକଳ୍ପ କର୍ତାଭାବେ ପୂଜା କାର୍ଯ୍ୟ ତୁଲାଇଥିଲେ । ମଠ ମହନ୍ତ ମହାରାଜ ଆନନ୍ଦ ଦାସ, ସଭାପତି ଦେବରଞ୍ଜନ ସାହୁ ଏବଂ ସମ୍ପାଦକ ଅଜୟ ହୋତାଙ୍କ ସଂଯୋଜନାରେ ୪ ଦିନ ବ୍ୟାପି ଆୟୋଜିତ ହେଉଥିବା ପ୍ରତିଷ୍ଠା ଉତ୍ସବରେ ବାବା ଭୈରବନନ୍ଦ ସରସ୍ୱତୀ, ଦିଗାମ୍ବର ପଣ୍ଡା, ବୃନ୍ଦାବନ ଷଡ଼ଙ୍ଗୀ, ଦେବ ମିଶ୍ର, ମାନସ ରଞ୍ଜନ କର ପ୍ରମୁଖ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ ନେତା ସୈାମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ରାମଚନ୍ଦ୍ର ସାହୁ, ମଣ୍ଡଳ ସଭାପତି ହେମନ୍ତ ସାହୁ, ମହିଳା ନେତ୍ରୀ ବବିତା ଶତପଥୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତ ଉଦ୍ୟାପନୀ ଉତ୍ସବରେ ସାମିଲ ହୋଇଥିଲେ । ସେହିପରି ଦୀର୍ଘ ବର୍ଷ ଧରି ଶ୍ରୀ ଦଧିବାମନ ଜୀୟୁଙ୍କୁ ପୂଜା କରି ଆସୁଥିବା ପୂଜକ ସନାତନ ପାଢ଼ୀ ଏବଂ ବ୍ରାହ୍ଣଣିଦ୍ୱେୀ ମା’ଙ୍କ ପୁରାତନ ଦେହୁରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଶିକ୍ଷାବିତ ସନାତନ ସାହୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିଶୁ କଳାକାରଙ୍କୁ ମଧ୍ୟ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ପଞ୍ଚମୁଖୀ ହନୁମାନ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ଶତାଧିକ ଭକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ସନ୍ଧ୍ୟା ସମୟରେ ପ୍ରବଚନ ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।