ଆରମ୍ଭ ହେଲା ମା’ବିରଜାଙ୍କ ହୋମଯଜ୍ଞ : ପଞ୍ଚମ ଦିନରେ ରଥଯାତ୍ରା ଓ ମା’ଙ୍କ ପାଦ ଦର୍ଶନ

ଯାଜପୁର ଟାଉନ,୨୬ା୯ : ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ମହାପଞ୍ଚମୀ ଠାରୁ ଆରମ୍ଭ ହୋଇଛି ମା’ବିରଜାଙ୍କ ହୋମଯଜ୍ଞ । ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ମା’ବିରଜାଙ୍କ ରଥଯାତ୍ରା ପଞ୍ଚମ ଦିନରେ ପହଁଚିବା ସହ ପାଦ ଦର୍ଶନ ପଞ୍ଚମ ଦିନରେ ପହଁଚିଛି । ଶାରଦୀୟ ଦୁର୍ଗାତ୍ସୋବ ନିମନ୍ତେ ଦ୍ୱିତୀୟାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ମା’ବିରଜାଙ୍କ ବିଶେଷ ଷୋଡ଼ଶୋପ·ର ପୂଜା ତ୍ରୟୋଦଶ ଦିନରେ ପହଁଚିଛି । ମହାପଞ୍ଚମୀ ଦିନ ମା’ବିରଜାଙ୍କୁ ବୈତରଣୀ ପଣ୍ଡା ଆଣିଥିବା ବୈତରଣୀ ଜଳରେ ସ୍ନାନ କରାଯିବା ପରେ ବେଶ କରାଯାଇଥିଲା । ପଞ୍ଚମ ଦିନରେ ମା’ଙ୍କ ପାଦ ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ଅପେକ୍ଷାରତ ଥିବା ଭକ୍ତମାନଙ୍କୁ ମା’ଙ୍କ ବେଶ ପରେ ପାଦ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯାଇଥିଲା । ପାଦ ଦର୍ଶନ ପରେ ମା’ଙ୍କୁ ସମ୍ପୂର୍ଣ୍ଣ ବେଶ କରାଯିବା ପରେ ରୀତିନୀତି ଅନୁଯାୟୀ ମନ୍ଦିର ଗର୍ଭଗୃହରେ ବିଶେଷ ଷୋଡ଼ଶୋପ·ର ପୂଜା ଆରମ୍ଭ ହୋଇ ଯଜ୍ଞ ମଣ୍ଡପରେ କଳସ ପୂଜା ହେବା ସହ ମା’ଙ୍କୁ ନୀତି ଭୋଗ ଲାଗିକରାଯାଇ ପହୁଡ଼ ହୋଇଥିଲା । ପରେ ରଥରେ ଥିବା ମା’ଙ୍କ ବିଜେ ପ୍ରତିବାକୁ ରାତୀନୀତି ଅନୁଯାୟୀ ପୂଜା କରାଯାଇଥିଲା । ପହୁଡ଼ ଖୋଲିବା ପରେ ଅପରାହ୍ନ ୪ଟା ପରେ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ସିଂହଧ୍ୱଜ ରଥକୁ ପଞ୍ଚମ ଦିନରେ ଭକ୍ତମାନେ ମନ୍ଦିର ଚତୁପାଶ୍ୱର୍ରେ ଟାଣିଥିଲେ। ରଥଟଣା ଶେଷ ହେବା ପରେ ମା’ଙ୍କ ଆର୍ଶାବାଡ଼ି ଗର୍ଭଗୃହକୁ ଯିବା ପରେ ଆରତୀ ହୋଇଥିଲା । ଆରତୀ ପରେ ରାତ୍ର ୬.୨୦ ମିନିଟ୍‌ ଗତେ ମା’ଙ୍କୁ ମହାସ୍ନାନ କରାଯାଇ ସ୍ୱର୍ଣ୍ଣବେଶରେ ସଜ୍ଜିତ କରାଯାଇଥିଲା । ପରେ ମା’ଙ୍କ ଗର୍ଭଗୃହରେ ବିଶେଷ ଷୋଡ଼ଶୋପ·ର ପୂଜା ଆରମ୍ଭ ହେବା ସହିତ ମନ୍ଦିର ପରସିରରେ ମା’ଙ୍କ ଯଜ୍ଞ ମଣ୍ଡପରେ ମହାପଞ୍ଚମୀ ଠାରୁ ଯଜ୍ଞଆରମ୍ଭ ହୋଇଥିଲା । ଯଜ୍ଞ ପରେ ମା’ଙ୍କ ଠାରେ ନୀତି ଭୋଗ ଲାଗିସାରିବା ପରେ କଳସ ପୂଜା ହୋଇ ମା’ଙ୍କର ପହୁଡ଼ ହୋଇଥିଲା । ପରେ ରଥରେ ଥିବା ବିଜେ ପ୍ରତିମାଙ୍କୁ ପୂଜା କରାଯାଇଥିଲା । ମହାପଞ୍ଚମୀ ଦିନ ରଥ ଟଣା, ପାଦ ଦର୍ଶନ, ଯଜ୍ଞ କାର୍ଯ୍ୟକୁ ମନ୍ଦିର ପ୍ରଶାସକ ପ୍ରତ୍ୟେକ୍ଷ ତତ୍ୱବଧାନରେ ସମ୍ପନ୍ନ କରାଯାଇଥିଲା । ସେହିପରି ରଥ ଟଣା ପାଦ ଦର୍ଶନକୁ ଯାଜପୁର ଥାନାଧିକାରୀ ଶରତ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ଶାନ୍ତି ଶୃଙ୍ଖଳା ସହ ସମାପନ କରାଯାଇଥିଲା । ମହାପଞ୍ଚମୀ ଦିନ ବିଶେଷ ଷୋଡ଼ଶୋପ·ର ପୂଜା, ଯଜ୍ଞ କାର୍ଯ୍ୟକୁ ମନ୍ଦିରର ପୁରୋଧା, ପୁରୋହିତ ଓ ଦାୟିତ୍ୱରେ ଥିବା ସେବାୟତ ମାନେ ସୁରୁଖୁରୁରେ ସମ୍ପର୍ଣ୍ଣ କରିଥିଲେ । ମହାପଞ୍ଚମୀ ଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ମହାଷ୍ଟମୀ ଦିନ ପୂର୍ଣ୍ଣାହୁତି ହୋଇ ଶେଷ ହେବ। ସେହିପରୀ ଦ୍ୱିତୀୟାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ବିଶେଷ ଷୋଡ଼ଶୋପ·ର ପୂଜା ମହାଷ୍ଟମୀ ଦିନ ଶେଷ ହେବ । ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ମା’ବିରଜାଙ୍କ ରଥଯାତ୍ରା ମହାନବମୀ ଦିନ ଶେଷ ହେବ। ମହାନବମୀ ରାତ୍ରରେ ମା’ ଲାଖବିନ୍ଧା ପଡ଼ିଆକୁ ଦିଗ୍‌ବିଜୟ ଯାତ୍ରାକରି ଗର୍ଭଗୃହରେ ପ୍ରବେଶ କରିବା ପରେ ରୀତିନୀତି ଅନୁଯାୟୀ ପୂଜା ଶେଷ ହେବା ପରେ ମା’ଙ୍କର ଦୁର୍ଗାତ୍ସୋବ ପର୍ବ ଶେଷ ହେବ ।