ଗୋ ସେବାରେ ଗୋ-ସେବକ

 ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଛୋଟ ବଡ ଅନେକ କାରଖାନା ଗଢି ଉଠିବା ଫଳରେ ଚାରଣ ଭୂଇଁ ଧିରେ ଧିରେ ଲୋପ ପାଇଗଲାଣି । କେଉଁଠି ଚାରଣଭୂଇଁରେ କାରଖାନା ଠିଆ ହୋଇଛି ତ କେଉଁଠି ସଡ଼କ ନିର୍ମାଣ ହୋଇଛି । ଏହି କାରଣରୁ ଗୋ-ସମ୍ପଦ ଚାରଣ ସନ୍ଧାନରେ ଆସି ଦୁର୍ଘଟଣାର ଶୀକାର ହେଉଛନ୍ତି । ବଡ଼ବଡ଼ ଗାଡ଼ି ଧକ୍କାରେ ଗୋ-ସମ୍ପଦ କେତେବେଳେ ମୃତୁ୍ୟ ମୁଖରେ ପଡ଼ୁଛନ୍ତି ତ କେତେ ବେଳେ ଗୁରୁତର ହେଉଛନ୍ତି । ପଘା ଖୋଲିବା ହେଉ କି ଗୁହାଳରୁ ଗୋ-ସଂପଦକୁ ଛାଡ଼ି ଦେଉଥିବା ଗୋ-ପାଳକ ବେଫିକର ଥିବାବେଳେ ଯଖପୁରା ଅଞ୍ଚଳର କିଛି ଗୋ ସେବକ କିନ୍ତୁ ଗୋ ସେବାକୁ ଭୁଲି ଯାଇନାହାନ୍ତି । ବିଭିନ୍ନ ସମୟରେ ଦୁର୍ଘଟଣାର ଶୀକାର ହେଉଥିବା ଗୋ-ସମ୍ପଦକୁ ଗୋପାଳକଙ୍କ ଘରେ ଛାଡ଼ିବା ହେଉ କି ମୃତୁ୍ୟବରଣ କରୁଥିବା ଗୋ-ସମ୍ପଦର ସକôାର କରିବାକୁ ଭୁଲି ଯାଇନାହାନ୍ତି ।  ଗତକାଲି ଯଖପୁରା ଷ୍ଟେସନ ରାସ୍ତାରେ ଗୋଟେ ବୃଷଭକୁ ଅଜଣା ଗାଡି ଧକ୍କା ଦେବାରୁ ମୃତୁ୍ୟ ହୋଇଥିଲା । ଯଖପୁରା ଗୋ-ସେବକ ଟିମର ସ୍ୱେଚ୍ଛାସେବୀ ବୃଷଭଟିକୁ କାନ୍ଧରେ ନେଇ ଯଥାବିଧି ଫୁଲ, ଧୂପ ଦେଇ ସକôାର କରି ପୋତିଥିଲେ ।  ଅନ୍ୟ ଏକ ରାସ୍ତାରେ ଗୋଟେ ଗାଈକୁ ଏକ ଅଜଣା ଗାଡି ଧକ୍କା ଦେଇଥିବାରୁ ଗୁରୁତର ଅବସ୍ଥାରେ ପଡ଼ିଥିଲା । ଗାଈଟିର ଗୋଡ଼ ଭାଙ୍ଗି ଯାଇଥିବା ଜାଣି ଗୋ-ସେବକ ପଶୁ ଡାକ୍ତରଙ୍କୁ ଡକାଇ ସେହି ଗୋ-ମାତାର ଚିକିତ୍ସା କରାଇ କାନ୍ଧରେ ବୋହି ଗାଁ ଭିତରେ ଥିବା ଗୋ-ପାଳକଙ୍କ ଘରେ ପହଁଚାଇ ଥିଲେ । ଗୋ-ସେବକ ଅଭୟ ଅସୀମ ରାଉତରାୟ, ଦେବାଶିଷ ନାୟକ, କୃଷଚନ୍ଦ୍ର ସାମଲ, ଚିନ୍ମୟ କୁମାର ସାମଲ, ଜିତେନ୍ଦ୍ର ସାହୁ, ବିକ୍ରମ କେଶରୀ ବେହେରା, ବାଦଲ ବାରିକ, ଲିପୁନ ବେହେରା, ଶୁଭକାନ୍ତ ଭୂୟାଁ ଓ ବବୁଲ ଦାସ ପ୍ରମୁଖ ବିଭିନ୍ନ ସମୟରେ ଶିଳ୍ପାଞ୍ଚଳରେ ଦୁର୍ଘଟଣାର ଶୀକାର ହେଉଥିବା ଗୋ-ସଂପଦର ଚିକିତ୍ସା କରବା ହେଉ କି ସକôାର କରିଥାନ୍ତି । ଗୋ-ସେବା କରିବା ସହ, ମନ୍ଦିର ସଫେଇ, ବୃକ୍ଷରୋପଣ ଭଳି ସେବା କାର୍ଯ୍ୟ ଗୋ-ସେବକଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ।