ପଞ୍ଚାୟତିରାଜ ମନ୍ତ୍ରୀଙ୍କ କର୍ମୀ ସମ୍ମିଳନୀ
ନୂଆପଡା : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନିୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ନୂଆପଡା ଜିଲ୍ଲା ସଦର ମହକୁମା ରେ ବୈଠକ ପରେ ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ପରିସରରେ ଏକ କର୍ମୀ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନାଏକ, ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ଖଡିଆଳ ବିଧାୟକ ହିତେଶ ବଗର୍ତ୍ତି, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ନୂଆପଡା ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୂର୍ବତନ ସଭାପତି ଶିବ ପ୍ରସାଦ ମୁଣ୍ଡ, ପୂର୍ବତନ ସଭାପତି ଅତୀନ୍ଦ୍ର ସିଂ ମଲ୍ଲିକ ,ଜିଲ୍ଲା ପରିଷଦ ସଦସ୍ୟ ଆଷା ଜୈନ ମଞ୍ଚ ଆସୀନ ଥିଲେ । ମନ୍ତ୍ରୀ ଶ୍ରୀ ନାଏକ ମୁ ଆଜି ଖଡ଼ିଆଳ ମାଟିରେ ଯାହା ପ୍ରତିଶ୍ରୁତି ଦେଇଛି ତାହା ନିଶ୍ଚିତ ଭାବେ ପୂରଣ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଲିଆଡ଼ ଠାରୁ ମାନଜେର ରାସ୍ତା ମ୍ୱଝିରେ ଥିବା ଉଦନ୍ତି ନଦୀର ବ୍ରିଜ ସେତୁ ତୁରନ୍ତ ନିର୍ମାଣ ପାଇଁ ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି କାର୍ଯ୍ୟକର୍ତା ହରେକୃଷ୍ଣ ପଣ୍ଡା ପ୍ରସ୍ତାବ ଦେଇଥିଲେ । ହରେକୃଷ୍ଣ ପଣ୍ଡାଙ୍କ ଦାବୀକୁ ମନ୍ତ୍ରୀ ସାଙ୍ଗେ ସାଙ୍ଗେ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ,ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ କିଶୋର ଚଳାନ, ସଞ୍ଜୟ ତିୱାରୀ, ସୁଶାନ୍ତ କୁମାର ବିଶି, ଯୁଧିଷ୍ଠିର ହଂସ, କାର୍ତ୍ତିକଶ୍ୱର ମଲ୍ଲିକ ସମେତ ଶତାଧିକ କର୍ମୀ ସାମିଲ ଥିଲେ ।