ଲଘୁଚାପ ବର୍ଷାରେ ନଷ୍ଟ ଫସଲର କ୍ଷତି ପୂରଣ ଦାବି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଲଘୁଚାପ ବର୍ଷାରେ ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ଷକର ଆହାରକୁ ଅନେଇ ବସିଥିବା ଚାଷୀ ନିଜର ସର୍ବଶ୍ୱ ହରାଇଛନ୍ତି । ଏଥିପାଇଁ ଅଖିଳ ଭାରତୀୟ କୃଷକ ସଭା ପକ୍ଷରୁ ଏକ ପ୍ରତିନିଧଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ରେ ନଷ୍ଟ ହୋଇଥିବା ଧାନ ଫସଲର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତି ପୁରଣ ପ୍ରଦାନ କରିବାକୁ ଏଆଇକେଏସ୍ ସମ୍ପାଦକ ଭଜହରି ପ୍ରଧାନ, ସଭାପତି ଅକ୍ଷୟ କୁମାର ମଲ୍ଲ, ପ୍ରମୋଦ ରାଉତ, ଦିପକ ପଟ୍ଟନାୟକ, ରମଣୀ ରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।