ପେନ୍ସନ୍ ଅପେକ୍ଷାରେ ୪୬୯ ଭିନ୍ନକ୍ଷମ

 ସୋନପୁର: ସୋନପୁର-ସୁବର୍ଣ୍ଣପୁର ଜିଲ୍ଲାରେ ୪୬୯ଜଣ  ଭିନ୍ନକ୍ଷମ ପେନସନ ପାଇବାରେ ଅପେକ୍ଷା ଅଛନ୍ତି । ସୂଚନା ଯୋଗ୍ୟ, ଗତ ବର୍ଷେ ହେଲା ଭିନ୍ନକ୍ଷମଙ୍କ ପେନ୍ସନ୍ କୋଟା ଆସି ନାହିଁ । ତେଣୁ ମୃତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ବିପକ୍ଷରେ ନୂତନ ଭିନ୍ନକ୍ଷମ ପେନ୍ସନ୍ ଦିଆଯାଉଛି  ।ଯାହାର ପେନସନ ଦେବାର ସଂଖ୍ୟା ନଗଣ୍ୟ ହେଉଛି । ଚଳିତ ମାସ ବିଭାଗୀୟ ସୂଚନା ମୁତାବକ ଏହି ଜିଲ୍ଲାର ବିନିକା ବ୍ଲକ୍ରେ ୭୮ ଜଣ , ବିନିକା ଏନ୍ଏସି ୩୦ ଜଣ, ବୀରମହାରାଜପୁର ୬୨ଜଣ, ଡୁଙ୍ଗୁରି ପାଲି ବ୍ଲକ୍ ୨୯ ଜଣ, ସୋନପୁର ବ୍ଲକ୍ ୬୫ଜଣ, ସୋନପୁର ପୌର ପରିଷଦରେ ୩୭ ଜଣ, ତରଭା ବ୍ଲକ୍ରେ ୧୨୨ ଜଣ, ତରଭା ଏନ୍ଏସିରେ ୩ଜଣ, ଉଲୁଣ୍ଡା ବ୍ଲକରେ ୪୩ ଜଣ ଭିନ୍ନକ୍ଷମ ଅନଲାଇନରେ ପେନ୍ସନ୍ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଜିଲ୍ଲାର ଜନ କଲ୍ୟାଣ ବ୍ୟବସ୍ଥାରେ ଏକ ହଜାର ଟଙ୍କାର ଭିନ୍ନକ୍ଷମ ପେନସନ ଯୋଜନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ରହିଥାଏ । ବର୍ଷେ ହେଲା ୪୬୯ ଜଣ ଭିନ୍ନକ୍ଷମ ପେନସନ ପାଇଁ ଅପେକ୍ଷା ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଭାଗୀୟ ମନ୍ତ୍ରୀ, ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନୈତିକ ନେତୃତ୍ୱ ବୃନ୍ଦ ଦୃଷ୍ଟି ଦେବାକୁ ଦାବି ହେଉଛି ।