୫୬ କର୍ମଚାରୀଙ୍କୁ ରେଳସେବା ପୁରସ୍କାର
ଜଟଣୀ: ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପରେ ୬୯ ତମ ରେଳ ସେବା ପୁରସ୍କାର ୨୦୨୪ ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମଣ୍ଡଳର ୫୬ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର ଉକ୍ରୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ ବାଜ୍ୱା ସମ୍ମାନିତ କରିଥିଲେ । ପୁରସ୍କାର ବିଜେତାମାନଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଗୁର୍ ସିମ୍ରନ୍ କୌର, ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ପିକେ ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶୁଭ୍ରଜ୍ୟୋତିମଣ୍ଡଳ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ବାଜ୍ୱା ଅଭିଭାଷଣରେ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ବିଶିଷ୍ଟ ରେଳ ସେବା ପୁରସ୍କାର ୨୪ ରେ ଖୋର୍ଦ୍ଧାରୋଡ ଡିଭିଜନ ଛଅଟି ଦକ୍ଷତା ସିଲ୍ଡ ହାସଲ କରିଛି ବୋଲି ସେ କହିଥିଲେ । ଏହି ଅବସରରେ କର୍ମଚାରୀ, ଶ୍ରୀଜନକୁଞ୍ଜ, ଉକôଳପବ୍ଲିକ ସ୍କୁଲ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ପିଲାମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୁରସ୍କାର ବିତରଣ ସମାରୋହରେ ସମସ୍ତ ଶାଖା ଅଧିକାରୀ, ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ । ରେଳ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଆର୍ଏନଏ ପରିଡ଼ା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।