ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ "ପ୍ରାଚୀ ସାହିତ୍ୟ ସମ୍ମାନ'

ଭୁବନେଶ୍ୱର : ପ୍ରାଚୀ ସାହିତ୍ୟ ସମାଜ ପକ୍ଷରୁ ଓଡ଼ିଆ ଭାଷାରେ ପ୍ରଖ୍ୟାତ ଲେଖକ ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭୁବନେଶ୍ୱର କଳିଙ୍ଗ ସମ୍ମିଳନୀ କକ୍ଷ, ପାନ୍ଥନିବାସରେ ‘ପ୍ରାଚୀ ସାହିତ୍ୟ’ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ଏକାଧିକ ପୁସ୍ତକ ଓଡ଼ିଆ ଭାଷାରେ ମୂଳ ରଚନା କରିଛନ୍ତି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଡକ୍ଟର ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର ଡକ୍ଟର ଯୁଗଳ କିଶୋର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଯୋଗ ଦେଇଥିଲେ । ମାନସ ରାଉତ ମାନପତ୍ର ପାଠ କରିଥିଲେ । ପ୍ରତାପ ସ୍ୱାଇଁ, ଅନୁପ ମାର୍ଥା ସହଯୋଗ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଓ ସଭାପତି ପ୍ରଫେସର ଡ. ମନ୍ଦାକିନୀ ଦାସ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ । ସମ୍ପାଦକ ଡକ୍ଟର ବିଭୁଦତ୍ତ ଖଣ୍ଡାୟତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।