ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

 ଭୁବନେଶ୍ୱର:  ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ ସେଣ୍ଟର ଠାରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ୬ ଲକ୍ଷ, ରୌପ୍ୟ ପାଇଁ ୪ ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଆଜିର ସମ୍ବର୍ଦ୍ଧନା ସମାରୋହରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନିଜ ଅଭିଭାଷଣରେ ସେ କହିଥିଲେ ଯେ, ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏଥିସହ ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୧୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ । କ୍ରୀଡ଼ାର ମୌଳିକତା ହେଉଛି ବିଜୟର ଉସôାହ ରହିବା, ପରାଜୟ ଦ୍ୱାରା ନିରାଶ ନ ହୋଇ  ପୁନର୍ବାର ଜିତିବା ପାଇଁ ଅନୁପ୍ରାଣିତ ହେବା । ନ୍ୟାସନାଲ ଗେମ୍ସରେ ଏହି ବିଜୟ ଆଜି ଓଡ଼ିଶାର ବହୁ ଯୁବକ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାଦାୟୀ । ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଆମ ଓଡ଼ିଶାର କ୍ରୀଡ଼ାବିତମାନେ ନିଜର ଉକôୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ । ଆଜି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନ୍ୟାସନାଲ ଗେମ୍ସର ପଦକ ବିଜେତାମାନେ ନିଜର ଖୁସିବ୍ୟକ୍ତ କରିବା ସହ ଏହି ସମ୍ବର୍ଦ୍ଧନା ଆଗାମୀ ଦିନ ପାଇଁ ସମସ୍ତଙ୍କୁ ପ୍ରୋସôାହନ ପ୍ରଦାନ କରିଛି ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିଦେ୍ର୍ଦଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ ଅଶୋକ କୁମାର ପଣ୍ଡା, ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ କ୍ରୀଡ଼ା ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ ଯେ, ବିଗତ ୨୮ ଜାନୁଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ୩୮ତମ ନ୍ୟାସନାଲ ଗେମ୍ସର ଆୟୋଜନ କରାଯାଇଥିଲା । ନ୍ୟାସନାଲ ଗେମ୍ସର ଆଗାମୀ ସଂସ୍କୃରଣ, ୩୯ତମ ନ୍ୟାସନାଲ ଗେମ୍ସ ୨୦୨୭ ମସିହାରେ ମେଘାଳୟରେ ଆୟୋଜନ କରାଯିବ ।