ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲେ ୨୭ ବାରହା

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲେ ୨୭ ବାରହା


କେନ୍ଦୁଝର- କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସିପଡିଥିଲେ ୨୮ଟି ବାରହା  । ତନ୍ମଧ୍ୟରୁ ଛୋଟବଡ ହୋଇ ମୋଟ୍ ୨୭ଟି ବାରହାଙ୍କୁ ଏହି ପରିତ୍ୟକ୍ତ କୂଅରୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ବେଳେ ଗୋଟିଏ ବାରହାର ମୃତୁ୍ୟ ଘଟିଛି  ।  
ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଗତକାଲି ରାତିର ଅନ୍ଧାରରେ ଏମାନେ ଏହି ପରିତ୍ୟକ୍ତ କୂଅ ମଧ୍ୟରେ ଖସି ପଡିଥିବା ଅନୁମାନ କରାଯାଉଛି  । ଆଜି ଭୋର୍ ସମୟରେ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ  । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ  । ଜେସିବି ସାହାଯ୍ୟରେ ମାଟି ଖୋଳାଯାଇ ବାରହା କିପରି କୂଅରୁ ବାହାରିବେ ସେନେଇ ବାଟ କରାଯାଇଥିଲା  । ପରେ ବାରହା ମାନେ ସେହି ବାଟ ଦେଇ ବାହାରକୁ ବାହାରି ଆସିଥିଲେ ଏବଂନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ  । ତେବେ ଗୋଟିଏ ବାରହାର କୂଅ ଭିତରେ ମୃତୁ୍ୟ ଘଟିଛି  । ବନ ବିଭାଗର ତିନୋଟି ସ୍କ୍ୱାଡ୍, ଫରେଷ୍ଟର, ଗାର୍ଡ଼ଙ୍କ ଉଦ୍ୟମରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା  । ଅନ୍ୟପକ୍ଷରେ ବାରହା ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା  ।