ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଳ ଗାଁରେ ଏକ ଅଭାବନୀୟ ଘଟଣା । ବୁରୋମାଳ ଗାେଁର ଏକ ଚାଷ ଜମିରେ ଥିବା ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର ଭାଟି । ସୁରେନ୍ଦ୍ରଙ୍କ ହାତରେ ଦଉଡ଼ି ବନ୍ଧା ଯାଇଥିବା ବେଳେ ଦଉଡ଼ିରେ ଏକ ବଡ଼ ପଥର ବନ୍ଧା ହୋଇଥିଲା । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକ ମଧ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି।

     

    ସୂଚନାଯୋଗ୍ୟ ଯେ, ସୁରେନ୍ଦ୍ର ଭାଟି ଗାଈ ଚରାଉଥିବା ଘର ଲୋକ ସମସ୍ତେ ଦେଖିଥିଲେ । କିଛି ଘଣ୍ଟା ପରେ ସୁରେନ୍ଦ୍ର ଗାଁରେ ନଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ଶେଷରେ କଣ୍ଟାବାଞ୍ଜି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ  । ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ପରେ ପରିବାର ଲୋକ ଗାଁର ଜଣକ ଚାଷ ଜମିରେ ଥିବା କୂଅରେ ସୁରେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ। ଫଳରେ ପରିବାରଲୋକ ପୋଲିସକୁ ଖବର ଦେଇଥିଲେ । ଦମକଳ ବାହିନୀଙ୍କ ସହଯୋଗରେ ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତଦେହ ହାତରେ ଦଉଡ଼ି ବନ୍ଧାଯାଇଥିଲା । ସେହି ଦଉଡ଼ିଟି ପଥରରେ ବନ୍ଧା ହୋଇଥିଲା । ତେବେ ଯୁବକଙ୍କୁ କିଏ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।