ପରିବହନ ବିଭାଗର ଚଢଉ

 ପାଣିକୋଇଲି :  ଗୁରୁବାର ୨୦ନମ୍ବର ଜାତୀୟ ରାଜପଥର ଓଉପଦା ଡାଭରସନ ନିକଟରେ ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଯାଜପୁର ପରିବହନ ଅଧିକାରୀଙ୍କ ନିର୍ଦ୍ଦଶରେ ଏମଭିଆଇ ପି.କେ ବେହେରା, ଟି.କିଶୋର, ଟି.ହିରୋ ଓ ରାଜପଥ ପାଟ୍ରୋଲିଂ ଅଧିକାରୀ ଅଶୋକ ବଳ, ସନ୍ତୋଷ କୁମାର ବେହେରା, ଗୋପ ଦାସ ପ୍ରମୁଖ ବେଆଇନ ପାର୍କିଂ, ରଙ୍ଗରୁଟରେ ଗାଡି ଚଳାଚଳ ଓ ହେଲମେଂଟ ଯାଂଚ କରିଥିଲେ । ଯାଞ୍ଚ ସମୟରେ ନିୟମ ଭାଙ୍ଗୁଥିବା ଚାଳକଙ୍କ ଠାରୁ ୫୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।