ପରିବାର ମଙ୍ଗଳ ଯୋଜନାରୁ ବଞ୍ଚôତ ସୁକାନ୍ତି

 ଚମ୍ପୁଆ : ସ୍ୱାମୀ ମରିବାର ୫ ବର୍ଷ ପରେବି ପରିବାର ମଙ୍ଗଳ ଯୋଜନାରୁ ବଞ୍ଚôତ ସୁକାନ୍ତି ଶେଷରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କ ଦ୍ୱାରସ୍ଥ ହୋଇ ସହାୟତା ରାଶି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର କରଂଜିଆ ଗ୍ରାମର ଧର୍ମଲୋଚନ ନାଏକ ୨୦୨୦ ମସିହାରେ ପରିବାର ପ୍ରତିପୋଷଣ ପାଇଁ ବାଙ୍ଗାଲୋରଠାରେ କାର୍ଯ୍ୟକରି ଆସୁଥିଲେ । ମାତ୍ର ସେଠାରେ ଶାରିରୀକ ଅସୁସ୍ଥ ହେବାରୁ ନିଜ ଗ୍ରାମକୁ ଫେରିଆସିଥିଲେ ହେଁ ଏକ ସପ୍ତାହ ପରେ ମୃତୂ୍ୟ ବରଣ କରିଥିଲେ । ସ୍ୱାମୀଙ୍କ ମୃତ୍ୟୂପରେ ପରିବାର ଏକ ପ୍ରକାର ଅସହାୟ ହୋଇପଡିଥିବା ବେଳେ ସୁକାନ୍ତି ଦୁଖଃ କଷ୍ଟରେ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ମାତ୍ର ସ୍ୱାମୀଙ୍କର ମୃତୁ୍ୟ ପରେ ସରକାରଙ୍କ ପକ୍ଷରୁ ଯୋଜନାରେ ମିଳୁଥିବା ସହାୟତା ପାଇଁ ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡିଲେ କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ସୁକାନ୍ତି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ, ଉପଜିଲ୍ଲାପାଳ ଶ୍ରୀ ପରିଡା ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି ।