ଆଇନ ସଚେତନତା ଶିବିର 

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାପଡାହାଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର  ଛାତ୍ରୀମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଚ୍ଛାୟତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ପୁଲିସ ଉପ ଅଧିକ୍ଷକ ସତ୍ୟଜିତ କନ୍ଦନକେଲ, ଉପମୁଖ୍ୟ ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା ରାଜ କିଶୋର ନାଗ , କିଶୋରୀ ପଟ୍ଟନାୟକ, ପାନେଲ ଲଇୟାର, ଶତାବ୍ଦୀକା  ପାଳୋ, ଆଇନଜୀବୀ, ଦୀପକ କୁମାର ଜେନା, ଇନ୍ସପେକ୍ଟର ଇନଚାର୍ଜ, ପ୍ରଭାତୀ ବେହେରା, ଅଧକ୍ଷ୍ୟା, ସରକାରୀ ବାଳିକା ଉଚ ବିଦ୍ୟାଳୟ, ପାପଡାହାଣ୍ଡି ଓ ପାରା ଲିଗାଲ ସଦସ୍ୟ ଓ ପାନେଲ ଲଇୟାର ପ୍ରମୁଖ ଯୋଗ ଦେଇଥିଲେ  । ଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଭାତୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।