ବେଆଇନ ବାଲି ବୋଝେଇ ହାଇୱା ଜବତ
ରାଜକନିକା : ରାଜକନିକା ଚନ୍ଦନପୋଖରୀ ଛକ ନିକଟରେ ବେଆଇନ ବାଲି ବୋଝେଇ କରି ଯାଜପୁର ରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ହାଇୱାକୁ ରାଜକନିକା ପୋଲିସ ଜବତ କରି ରାଜକନିକା ଥାନାରେ ଅଟକ ରଖିଥିବା ବେଳେ ଚାଳକଙ୍କୁ ମଧ୍ୟ ଥାନା ରେ ଅଟକ ରଖିଥିବା ସୂଚନା ରହିଛି । ଏଇ ଗାଡି ମାଲିକ ଗାଡିର ଉପଯୁକ୍ତ କାଗଜପତ୍ର ସହ ବାଲି ଉଠାଣର ଚାଲାଣ ଆଣି ରାଜକନିକା ଥାନାରେ ପହଁଚିବାକୁ ସୂଚନା ଦେଇଛି ପୋଲିସ । ଉପଯୁକ୍ତ କାଗଜପତ୍ର ଓ ଚାଲାଣ ଥାନାରେ ପଇଠ କରି ନପାରିବାରୁ ରାଜକନିକା ପୋଲିସ କେଶ ନମ୍ବର ୩୦୨/୨୫ରେ ଏକ ମାମଲା ୠଜୁକରୀ ଚାଳକଙ୍କୁ ଅଟକ ରଖିବା ସହ ଗାଡିନମ୍ବର ଓଡି -୨୯-ଏନ -୧୫୨୮ ବିରୁଦ୍ଧରେ ମାମଲା ରୁଜୁ କରିଥିବା ପୋଲିସ ସୂଚନା ଦେଇଛି ।